ମୟୂରଭଞ୍ଜ ଓଡ଼ିଶାର ସର୍ବବୃହତ ଜିଲ୍ଲା। ମାତ୍ର ଏହି ଜିଲ୍ଲା ଆଦିବାସୀ ବହୁଳ। ଅଧିକାଂଶ ଲୋକ ଦରିଦ୍ର ସିମା ରେଖା ତଳେ । ଖଟିଖିଆ, ଦିନ ମଜୁରିଆଙ୍କ ସଂଖ୍ୟା ଅଧିକ, ବହୁତ ଅଭାବ ଅନଟନରେଏହି ଲୋକମାନେ ଚଳନ୍ତି । ମାତ୍ର କାର୍ଯ୍ୟପାଇଁ ସେମାନଙ୍କର କର୍ମଭୂମି, ବାରିପଦା ଓ ବାଲେଶ୍ଵର, ସାଧାରଣତ ଦେହ ଅସୁସ୍ଥ ହେଲେ ବାରିପଦା ମେଡିକାଲ ଓ ବାଲେଶ୍ଵର ମେଡ଼ିକାଲ ଉପରେ ନିର୍ଭର କରନ୍ତି । ବାଙ୍ଗିରିପୋଷି ଓ ସାରଷକଣା, କୁଳିଅଣା, ଶ୍ୟାମାଖୁଣ୍ଟା ବ୍ଳକ ମୟୂରଭଞ୍ଜର ଆଦିବାସୀ ବହୁଳ ସ୍ଥାନ, ଦିନ ମଜୁରିଆ, ଖଟିଖିଆ, ଗରୀବ ସମ୍ପଦାୟର ଲୋକମାନେ ବସବାସ କରିଥାନ୍ତି ।
ଏମାନଙ୍କ ପାଖରେ ଟଙ୍କାର ଘୋର ଅଭାବ, ବାଙ୍ଗିରିପୋଷି ରୁ ବସ ଯୋଗେ ବାରିପଦା ଓ ବାଲେଶ୍ଵର ଯିବାଆସିବା ପାଇଁ ସାମର୍ଥ ନାହିଁ। ତେଣୁ ପ୍ରାୟ ଅଧିକାଂଶ ଏହି ଲୋକାଲ ଡ଼ିଏମ ୟୂ ଉପରେ ନିର୍ଭର କରନ୍ତି। କିନ୍ତୁ ଦୁର୍ଭାଗ୍ୟର ବିଷୟ ଟ୍ରେନଟି ଦିନରେ ଥରେ ମାତ୍ର ବାଲେଶ୍ଵର ଯାଉଛି। ମାତ୍ରସକାଳୁ ବାଲେଶ୍ଵରରୁ ବାଙ୍ଗିରିପୋଷି ଏବଂ ସକାଳ ୭ଟା ୩୦ମି. ସମୟରେ ବାଙ୍ଗିରିପୋଷି ରୁ ବାଲେଶ୍ଵର, ପୁଣି ଦିନ ୧୦ଟାରେ ବାଲେଶ୍ଵରରୁ ବାଙ୍ଗିରିପୋଷି, ପୁଣି ଦିନ ୧୨ଟା୩୦ମି.ରେ ବାଙ୍ଗିରିପୋଷି ରୁ ବାଲେଶ୍ଵର ପୁଣି ଦିନ ୩ଟାରେ ବାଲେଶ୍ଵରରୁ ବାଙ୍ଗିରିପୋଷି, ପୁଣି ସଂଧା ୫,ଟା ୩୦ମି.ରେ ବାଙ୍ଗିରିପୋଷି ରୁ ବାଲେଶ୍ଵର । କୁ ଚ।ଲିବା ପାଇଁ ଜନସାଧାରଣରେ ଦାବି ହେଉଛି। ଏଥିପ୍ରତି ସରକାର ପଦକ୍ଷେପ ନେଲେ ଦିନ ଦରିଦ୍ର, ଦିନ ମଜୁରିଆ, ଗରୀବ ଆଦିବାସୀ ଉପକୃତ ହେବେ, ଡବଲ ଈଞ୍ଜିନ ସରକାର କେତେ ଏହା କାର୍ଯ୍ୟକାରୀ କରିବେ ନା ଲୋକଙ୍କୁ ଏହିପରି ହନ୍ତସନ୍ତ କରିବେ. ତାହା ଦେଖିବାରେ ବାକି ରହିଲା ।
More Stories
ବାଘଲଟି ଜଳ ପତନରେ ବୃଦ୍ଧି ଚାଷୀକୁଳ ଆନନ୍ଦ
ବିଶ୍ଵନାଥ ପୁର ଠାରେ ରାସ୍ତା ଉପରେ ଗଛ ପଡ଼ି ରାସ୍ତା ଅବରୋଧ
ଲଗାଣ ବର୍ଷାରେ ନୂଆ ଜଗନ୍ନାଥ ସଡ଼କ ବିଛିର୍ଣ୍ଣ