ବ୍ରହ୍ମପୁର : କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ବଣିଆମାରି ସଂରକ୍ଷିତ ଜଙ୍ଗଲରେ ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ “ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ” ଅବସରରେ “ଜଙ୍ଗଲ ପାଇଁ ମଞ୍ଜିଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ଆମ୍ବ, ପଣସ, ତେନ୍ତୁଳି, ବାଦାମ, ଜାମକୋଳି, ଖୋଜୁରୀ ଭଳି ବିଭିନ୍ନ ଫଳନ୍ତି କିସମର ମଞ୍ଜି ଜଙ୍ଗଲରେ ଥିବା ଲଣ୍ଡା ପାହାଡରେ ରୋପଣ କରାଯାଇଥିଲା। ଏହାସହ ସଂଗଠନ ପକ୍ଷରୁ ବିଭିନ୍ନ ଶିକ୍ଷାନୁଷ୍ଠାନ, ମହିଳା ସଂଗଠନ ମାନଙ୍କୁ ନେଇ ବିଭିନ୍ନ ସମୟରେ “ଜଙ୍ଗଲ ପାଇଁ ମଞ୍ଜିଟିଏ” କାର୍ଯ୍ୟକ୍ରମର ମୂଳ ଉର୍ଦ୍ଧେଶ୍ୟ ଜଣାଇବା ସହ ସେମାନଙ୍କୁ ନିଜ ଘର ମାନଙ୍କରେ ଥିବା ମଞ୍ଜିକୁ ସଂଗଠନକୁ ପ୍ରଦାନ କରିବା ପାଇଁ ଆହ୍ୱାନ କରିଆସୁଛି।
ସଂଗୃହୀତ ମଞ୍ଜି ଗୁଡିକୁ ବ୍ରହ୍ମପୁର ସବୁଜ ବାହିନୀ ବିଗତ ଦିନ ମାନଙ୍କରେ ଛତ୍ରପୁର ରାମଚଣ୍ଡୀ ସ୍ଥିତ ଜିଙ୍ଗଲ, ଚନ୍ଦନିଆ ପାହାଡ଼, ରାମଗୁଡା ସଂରକ୍ଷିତ ଜଙ୍ଗଲ ମାନଙ୍କରେ ରୋପଣ କରିଆସୁଛି। ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ କହିଛନ୍ତି ଯେ, ଏହାଦ୍ୱାରା ଜଙ୍ଗଲ ବୃଦ୍ଧି ସହ ଜଙ୍ଗଲରେ ରହୁଥିବା ଜୀବଜନ୍ତୁ ଖାଦ୍ୟ ପାଇଁ ଗାଁ ତଥା ସହର ମୁହାଁ ନହୋଇ ଜଙ୍ଗଲରେ ରହିବେ, ଏହାସହ ଏହି “ଜଙ୍ଗଲ ପାଇଁ ମଞ୍ଜିଟିଏ” କାର୍ଯ୍ୟକ୍ରମର ମୂଳ ଉର୍ଦ୍ଧେଶ୍ୟ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଉପ ସଭାପତି ଏମ ଦିଲ୍ଲୀପ କୁମାର, ସମ୍ପାଦକ ଏ ପ୍ରକାଶ, ସହ ସମ୍ପାଦକ ପି ନୋଦ, ପ୍ରସନ୍ନ ସ୍ୱାଇଁ, ପ୍ରବୀଣ ନାୟକ, ଵାଲାଜୀ ବେହେରାଙ୍କ ସମେତ ଏକାଧାରରେ ଜଣେ ଯୁବ ସାମ୍ବାଦିକ ତଥା ପରିବେଶବିତ୍, ସମାଜସେବୀ ଏବଂ ସର୍ପ ନିୟନ୍ତ୍ରଣକାରୀ ସ୍ୱାଧୀନ କୁମାର ସାହୁ ପ୍ରମୁଖ ସାମିଲ ଥିଲେ ।
More Stories
ବିଜେଡି ଦଳ ପରିତ୍ୟାଗ କରି ବିଜେପିର ମିଶେଲେ ୨୬ଟି ପରିବାର
ତିନୋଟି ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନକୁ ଶୁଭ ଉଦ୍ଘାଟନ କଲେ ମାନ୍ୟବର ବିଧାୟକ
ବିଜେଡି ଛାଡି ବିଜେପିରେ ମିଶିଲେ ଚିଡ଼ିପୁଡ଼ି ଗ୍ରାମର ବହୁ ଗ୍ରାମବାସୀ