Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ପ୍ରେସକ୍ଳବ ତରଫରୁ ସବୁଜ ବିପ୍ଳବ କାର୍ଯ୍ୟକ୍ରମ ଅନୁଷ୍ଠିତ

Spread the love

ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ଅନ୍ତର୍ଗତ ଡେଙ୍ଗୁଳା ଉଚ୍ଚ ବିଦ୍ୟାଳୟ ଠାରେ କୋଇଡା ପ୍ରେସକ୍ଳବ ତରଫରୁ ସବୁଜ ବିପ୍ଳବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେମୁଖ୍ୟ ଅତିଥି ଭାବେ କୋଇଡା ବିଡ଼ିଓ ରଶ୍ମିରେଖା ପାତ୍ର ଯୋଗଦେଇଥିଲେ, କୋଇଡା କଲେଜ ଅଧକ୍ଷ ପ୍ରଦୀପ କୁମାର ପଟନାୟକ ମୁଖ୍ୟ ଵକ୍ତା ଓ ପିଟିଏ ଲୌହ ଖଣିର ପ୍ରବନ୍ଧକ ଟଙ୍କଧର ବେହେରା,ସିଆରସିସି ପ୍ରଶାନ୍ତ ପରିଡା, ଶୁଆସାରୀ ପତ୍ରିକାର ସମ୍ପାଦକ ସମୀର କୁମାର ପଢି, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପଦ୍ମଲୋଚନ ପ୍ରଧାନ, ସନ୍ନମାନିତ ଅତିଥିଭାବେ ଯୋଗ ଦେଇଥିଲେ l ମୁଖ୍ୟ ଵକ୍ତା ନିଜ ଅଭିଭାଷଣରେ ୧୯୬୫ ମସିହାରେ ଏମେ ଏସ ସ୍ୱାମୀନାଥନ୍ ଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ସବୁଜ ବିପ୍ଳବ ଦ୍ୱାରା ସମଗ୍ର ଭରତ ଖାଦ୍ୟ ଶସ୍ୟ ଉତ୍ପାଦନରେ କେମିତି ଅଗ୍ରଣୀ ଲାଭ କରିଥିଲା l କିନ୍ତୁ ବର୍ତ୍ତମାନ ସ୍ଥିତିରେ ଯୁବପିଢ଼ି ଧୀରେ ଧୀରେ କୃଷି ଆଡ଼ୁ ମୁହଁ ମୋଡି ଛନ୍ତି ଯେଉଁଥିପାଇଁ କୃଷିଜାତ ଦ୍ରବ୍ୟର ଦରଦାମ ବଢ଼ି ଚାଲିଛି l ମୁଖ୍ୟ ଅତିଥି ଶ୍ରୀମତୀ ପାତ୍ର ଆବଶ୍ୟକ ଅନୁଯାଇ ପ୍ରତ୍ୟକ ଲୋକ କିଛି କିଛି ପରିବା ଚାଷ କରିବା ପାଇଁ ଆହ୍ୱାନ ଦେଇଥିଲେ l ପରେ ସ୍କୁଲ ପ୍ରାଙ୍ଗଣରେ ଜାମ୍ବୁ, ଆମ୍ବ, ପିଜୁଳି, ଆତ ଓ ଲେମ୍ବୁ ପରି ବିଭିନ୍ନ ଫଳ ଚରା ରୋପଣ କରାଯାଇଥିଲା lଏହି କାର୍ଯ୍ୟକ୍ରମକୁ କ୍ଳବର ସଭାପତି ସଂଗ୍ରାମ ନାୟକ ପରିଚାଳନା କରିଥିଲା l ଏହି କାର୍ଯ୍ୟକ୍ରମରେ କୋଇଡା ପ୍ରେସ କ୍ଳବର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ l

error: Content is protected !!
Breaking News