କଳାହାଣ୍ଡି :କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚାରବାହାଲ ଗ୍ରାମର ପୂର୍ବତନ ଶିକ୍ଷକ ସୁନୀଲ କୁମାର ପଣ୍ଡାଙ୍କ ସଡ଼କ ଦୁର୍ଘଟଣରେ ମୃତ୍ୟୁ ଘଟିଛି। ପ୍ରକାଶ ଥାଉ କି ଆଜି ସକାଳୁ ସକାଳୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମ୍ୟୁନିସିପାଲିଟି ଛକ ନିକଟରେ ମର୍ମତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଲିଛି। ଶ୍ରୀ ପଣ୍ଡା ଏକ ସରଳ ନିଷ୍ଠାପର ଶିକ୍ଷକ ଓ ମହାନତା ମଣିଷ ଟିଏ ତାଙ୍କ ଦୁଃଖଦ ଖବର ଶୁଣି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।ଦ୍ରୁତଗତିରେ ଯାଉଥିବା ଏକ ୭୦୯ ଗାଡି ଚକତଳେ ଚାପି ହୋଇ ସ୍କୁଟି ଆରୋହୀ ସୁନୀଲ କୁମାର ପଣ୍ଡାଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇଥିବା ଗାଡି ଚାଳକ ସ୍ଥାନୀୟ ଟାଉନଥାନାରେ ଆତ୍ମ ସମର୍ପଣ କରିଥିବା ଜଣାପଡିଛି । ଘଟଣାସ୍ଥଳରେ ପୁଲିସ ପହଂଚିଛି। ସହର ମଧ୍ୟରେ ଭାରୀଯାନ ଚଳାଚଳ ଉପରେ କଟକଣା ରହିଥିଲେ ହେଁ ସହର ଭିତରକୁ ଭାରୀଯାନ ପ୍ରବେଶ ବନ୍ଦ ହୋଇପାରିନାହିଁ। ଏହାକୁ ନେଇ ଜନ ଅସନ୍ତୋଷ ବଢ଼ୁଥିବାବେଳେ ପୂର୍ବରୁ ଲୋକେ ରାସ୍ତାରୋକ ମଧ୍ୟ କରିଥିଲେ, ପରିସ୍ଥିତିରେ ସୁଧାର ଆସିନାହିଁ। ଯାହାଫଳରେ ସହରରେ ଭାରୀଯାନ ଯୋଗୁଁ ଦୁର୍ଘଟଣା ଘଟି ବିଭିନ୍ନ ସମୟରେ ଧନ ଜୀବନ ହାନୀ ହେଉଛି।ଶ୍ରୀ ପଣ୍ଡାଙ୍ଗ ଅକାଳ ବିୟୋଗରେ ଚାହାରବାହାଲ ସମେତ ବିଭିନ୍ନ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
More Stories
ବିଧାୟକଙ୍କ ଅନୁଦାନରେ କମ୍ୟୁନିଟି ହଲ ନିର୍ମାଣ ପାଇଁ ଭୂମି ପୂଜନ
ତାରାଦେବୀଙ୍କ ଯାତ୍ରାର ପଞ୍ଚମୁଖ ହନୁମାନ କଳାକୁଞ୍ଜର ଭସାଣି ଶୋଭାଯାତ୍ରା
ୱାର୍ଡବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଆଧାର କେନ୍ଦ୍ର ବ୍ୟବସ୍ଥା କଲେ ଧିରେଶ