ଛତ୍ରପୁର : ଚମାଖଣ୍ଡି ଥାନା ପକ୍ଷରୁ ଶୁକ୍ରବାର ପୋକୁଡିବନ୍ଧ ଛକ ଠାରେ ଗାଡି ଚାଳକ ମାନଙ୍କୁ ନେଇ ସଡ଼କ ସୁରକ୍ଷା ଜୀବନ ରକ୍ଷା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ସଡ଼କ ଦ୍ରୁତ ଗତି ମହା ବିପତ୍ତି, ମୋଟର ସାଇକେଲ ଚଳାଇବା ସମୟରେ ସର୍ବଦା ହେଲମେଟ ବ୍ୟବହାର କରିବା, ଗାଡି ଚଲେଇବା ସମୟ ରେ ମୋବାଇଲ ଫୋନ ବ୍ୟବହାର ନ କରିବା, ନିଶାଦ୍ରବ୍ୟ ସେବନ କରି ଗାଡି ନ ଚଳାଇବା, ୧୮ ବର୍ଷ ରୁ କମ ବୟସ ର ପିଲାଙ୍କୁ ଗାଡି ଚଳାଇବାକୁ ନ ଦେବା, ସର୍ବଦା ଟ୍ରାଫିକ ନିୟମ ମାନି ଗାଡି ଚଳାଇବା, ନିଜ କୁ ଓ ନିଜ ପରିବାର କୁ ସୁରକ୍ଷିତ ରଖିବା ସମ୍ପର୍କ ରେ ଏକ ସଚେତନତା ରାଲି ମଧ୍ୟ ଅନୁଷ୍ଠିତ ହୋଇଥିଲା, ଏହି କାର୍ଯ୍ୟକ୍ରମ ରେ ଥାନା ଅଧିକାରୀ ଦୀପିକା ଦେବି ରାୟ, ଏସଆଇ ଅଭିଜିତ ସାମଲ, ପେଟ୍ରୋଲିଙ୍ଗ ଏସ ପି ଓ ସନ୍ତୋଷ କୁମାର ପାଣିଗ୍ରାହୀ ଙ୍କ ପୋଲିସ କର୍ମଚାରୀ ମାନେ ଯୋଗଦେଇ ଚାଳକ ମାନେ ରାସ୍ତା କଡରେ ଭାରୀଯାନ ନ ରଖିବା, ମଦ୍ୟପାନ କରି ଗାଡି ନ ଚଲେଇବା ଉପରେ କହିଥିଲେ | ଜାତୀୟ ରାଜପଥ ରେ ନିୟମ ମାନି ଗାଡି ଚଲେଇବା, କୌଣସି ବ୍ୟକ୍ତି କୁ ଦୁର୍ଘଟଣା ହେଲେ ସଂଗେ ସଂଗେ ମେଡିକେଲ ନେବା ପାଇଁ ସଚେତନତା କରିଥିଲେ | ଶେଷରେ ବିଟ ହାଉସ ଅଧିକାରୀ ଏ ଏସ ଆଇ ଅରୁଣ କୁମାର ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |
More Stories
ବାଘଲଟି ଜଳ ପତନରେ ବୃଦ୍ଧି ଚାଷୀକୁଳ ଆନନ୍ଦ
ବିଶ୍ଵନାଥ ପୁର ଠାରେ ରାସ୍ତା ଉପରେ ଗଛ ପଡ଼ି ରାସ୍ତା ଅବରୋଧ
ଲଗାଣ ବର୍ଷାରେ ନୂଆ ଜଗନ୍ନାଥ ସଡ଼କ ବିଛିର୍ଣ୍ଣ