କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ନିର୍ବାଚନଣ୍ଡଳୀର ଝୁମ୍ପୁରା, ପଳାଶପଙ୍ଗା, ରାଇସୁଆଁ , ଗୁମ୍ବୁରା ମଣ୍ଡଳରେ ବିଜେପି ପକ୍ଷରୁ ସଦସ୍ୟତା ଅଭିଯାନ ୨୦୨୪ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସର୍ବ ବ୍ୟାପି, ସର୍ବ ସ୍ପର୍ଶ, କରିବା ଏଵଂ କାର୍ଯ୍ୟକ୍ରମକୁ ବୁଥ ସ୍ତରୀୟ କରାଯିବା ନିମନ୍ତେ ଯୋଜନା କରାଯାଇଛି। ଭାରତୀୟ ଜନତା ପାର୍ଟିର ନିର୍ଦ୍ଦେଶ ଅନୁସାରେ ଆସନ୍ତା ୩୧ ତାରିଖ ସୁଦ୍ଧା ସମସ୍ତ ବୁଥରେ ସଦସ୍ୟତା ଅଭିଯାନର ପ୍ରସ୍ତୁତି ଯୋଜନା କରାଯାଇଛି। ସେପ୍ଟେମ୍ବର ୧ରୁ ହେବାକୁ ଥିବା ସଦସ୍ୟତା କାର୍ଯ୍ୟକ୍ରମକୁ ପ୍ରତେକ ଘର ଘର ଯାଇ ୨୦୨୪ର ସଦସ୍ୟତା ଅଭିଯାନ କରାଯିବ ବୋଲି ଜିଲ୍ଲା କମିଟି ସଦସ୍ୟତା ଅଭିଯାନ କମିଟି ତଥା ନିର୍ବାଚନ ମଣ୍ଡଳୀ ସଂଯୋଜକ ଵିବେକାନନ୍ଦ ମହାନ୍ତ ସୂଚନା ପ୍ରଦାନ କରିଛନ୍ତି। ଝୁମ୍ପୁରା ମଣ୍ଡଳରେ ମଣ୍ଡଳ ସଭାପତି ମହେନ୍ଦ୍ର ପଟ୍ଟନାୟକ, ପଳାଶପଙ୍ଗା ମଣ୍ଡଳରେ ସଭାପତି ଲମ୍ବଧର ମହାନ୍ତ, ରାଇସୁଆଁ ମଣ୍ଡଳରେ ବାବୁ ସେଠୀ ,ଗୁମୁରା ମଣ୍ଡଳରେ ସଭାପତି ସୁନିଲ ମହାନ୍ତ ଉପସ୍ଥିତ ଥିବା ବେଳେ କର୍ମଶାଳାରେ ବିଜେପିର ଅନ୍ୟାନ୍ୟ ପଦାଧିକାରୀ ଅଂଶଗ୍ରହଣ କରିଥିଲେ।
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ