ପାତ୍ରପୁର : ଗୋଟେ ପଟେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଜଙ୍ଗଲ ସଂରକ୍ଷଣ ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଜଙ୍ଗଲ ବୃଦ୍ଧି ପାଇଁ ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କା ସରକାରଙ୍କ ରାଜକୋଷରୁ ଖର୍ଚ୍ଚ ହେଉଛି । କିନ୍ତୁ ଜଙ୍ଗଲ ହେଉ କି ବନ୍ୟଜନ୍ତୁ ସୁରକ୍ଷା ଦିଗରେ ବିଭାଗର ଯତ୍ନବାନ ଥିଲା ଭଳି ମନ ହେଉନାହିଁ । ରାଜ୍ୟରେ ମୂଲ୍ୟବାନ ଖଣିଜ ସଂପଦ ରହିଛି । ସାମନ୍ତିଆପଲ୍ଲି ବନ୍ୟାଞ୍ଚଳ ଅଞ୍ଚଳରେ ବହୁ ମୂଲ୍ୟବାନ ଗଛ ରହିଥିବା ବେଳେ ଅଞ୍ଚଳରେ କାଠ ମାଫିଆ ପଡୋଶୀ ରାଜ୍ୟ ଆନ୍ଧ୍ରର ମାଫିଆଙ୍କ ଲୋଲପ ଦୃଷ୍ଟିରେ ଏହି ଅଞ୍ଚଳର ଜଙ୍ଗଲ ଥିବା ଦେଖିବାକୁ ମିଳିଛି ।
ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବନଖଣ୍ଡ ଅନ୍ତର୍ଗତ ସାମନ୍ତିଆପଲ୍ଲୀ ବନାଞ୍ଚଳକୁ ମିଳିଛି ବଡ ସଫଳତା । ସାମନ୍ତିଆପଲ୍ଲୀ ବନ ବିଭାଗ ଓ ଭିଜିଲାନ୍ସ ଟିମ୍ ମିଳିତ ଭାବରେ ଚଢ଼ାଉ କରି ଗଛିତ ଥିବା ୪୬ ସିଏଫ୍ଟି ଶାଗୁଆନ କାଠ ଜବତ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବନଖଣ୍ତ ଅଧିନସ୍ଥ ସାମାନ୍ତିଆପଲ୍ଲୀ ବନାଞ୍ଚଳ କାର୍ଯ୍ୟାଳୟ ଅଧିନସ୍ଥ ତୁମ୍ବା ଅଞ୍ଚଳର ରାମଚନ୍ଦ୍ରପୁର ଗ୍ରାମ ନିକଟରେ ଖୋଲା ପଡ଼ିଆରେ ଚଢ଼ାଉ କରି ଗଛିତ ଥିବା ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ କରିଥିବା ଜଣାପଡ଼ିଛି। ଜବତ ହୋଇଥିବା ଶାଗୁଆନ କାଠ ୪୬ ଘନଫୁଟ କାଠଗଣ୍ଡି ଜବତ କରିଥିବା ଜଣାପଡ଼ିଛି। ଜବତ ଶାଗୁଆନ କାଠର ଆନୁମାନିକ ମୂଲ୍ୟ ପ୍ରାୟ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ବୋଲି ଶୁଣିବାକୁ ମିଳିଥିଲା। ଜବତ ଶାଗୁଆନ କାଠ ଗୋଟିଏ ଟ୍ରାକ୍ଟର ସାହାଯ୍ୟରେ ସାମନ୍ତିଆପଲ୍ଲୀ ବନାଞ୍ଚଳ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ କରିଥିବା ଜଣାପଡିଛି। ଏହି ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ସ୍ଥାନୀୟ ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧିକାରୀ କାର୍ଯ୍ୟାଳୟରେ ପହଞ୍ଚିଥିବା ବେଳେ ବନାଞ୍ଚଳ ଅଧିକାରୀଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇ ପାରିନାହି କିମ୍ବା ଫୋନ ରିସିଭ କରି ନାହାନ୍ତି।
More Stories
ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳନ
Saraswati Vidya Mandir Higher Secondary School, Nilakanth Nagar, has achieved a record in science and commerce exams
ରାଜା ସାହିରେ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ, ଉତ୍ତମ ଚିକିତ୍ସା ପାଇଁ ମେଡିକାଲ୍ ସ୍ଥାନାନ୍ତର