ଚୌଦ୍ୱାର : ସାହାରା ଇଣ୍ଡିଆ ପରିବାର ଓ ସେବି ମଧ୍ୟ ରେ କେଶ କୁ ନେଇ ବଳି ପଡିଯାଇଛନ୍ତି ସାହାରା ଇଣ୍ଡିଆ ପରିବାର ର ୧୨ ଲକ୍ଷ କାର୍ଯ୍ୟକର୍ତ୍ତା ଓ ୧୩ କୋଟି ଜମାକାରୀ | ଏଥି ରୁ ବାଦ ପଡ଼ିନାହାନ୍ତି ଚୌଦ୍ୱାର ଶାଖା ର କର୍ମକର୍ତ୍ତା | ସାରା ଦେଶ ରେ ସାହାରା ଇଣ୍ଡିଆ ପରିବାର ର କକର୍ମଚାରୀ ମାନେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଥିବାବେଳେ | କଟକ ଜିଲ୍ଲା ଚୌଦ୍ୱାର ରେ ଥିବା ସାହାରା ଶାଖା ର କର୍ମଚାରୀ ମାନେ ମଧ୍ୟ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି | ଏ ନେଇ ଆଜି ଚୌଦ୍ୱାର ଶାଖା ର କର୍ମଚାରୀ ମାନେ କଟକ ର ସମ୍ମାନୀୟ ସାଂସଦ , ଭର୍ତ୍ତୃହରି ମହତାବ ଙ୍କୁ ଭେଟି ସୁପ୍ରିମକୋର୍ଟରେ ବିଚାରଧୀନ ଥିବା ସାହାରା ଓ ସେବି କେସ ଓ ସିଆରସିଏସ ପୋର୍ଟାଲରେ ଥିବା ବିଭିନ୍ନ ସମସ୍ୟା ବିଷୟରେ ସମାଧାନ କୁ ନେଇ ଏକ ଦାବିପତ୍ର ପ୍ରଦାନ କରିଥିଲେ | ବର୍ତ୍ତମାନ ସମୟ ରେ କୋଟି କୋଟି ଜମାକର୍ତ୍ତା ଓ ୧୨ଲକ୍ଷ କାର୍ଯ୍ଯକର୍ତ୍ତାଙ୍କର ଜୀବନ ଜୀବିକା ସରକାରଙ୍କର ହାତରେ ବୋଲି କର୍ମକର୍ତ୍ତା ମାନେ କହିଥିଲେ । ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ସରକାର ଙ୍କ ସହ ଆଲୋଚନା କରି ଏକ ନିର୍ଣ୍ଣାୟକ ବାଟ ବାହାର କରିବାକୁ ନିବେଦନ କରିଥିଲେ | ସାଂସଦ ଭର୍ତ୍ତୃହରି ମହତାବ କର୍ମଚାରୀ ମାନଙ୍କ ଦାବି କୁ ଗୁରୁତର ଭାବେ ନେବା ସହ ଏହାକୁ ସଂସଦରେ ଉପସ୍ଥାପନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ବୋଲି କର୍ମକର୍ତ୍ତା ମାନେ କହିଛନ୍ତି | ଏହି କାର୍ଯ୍ୟକ୍ରମ ରେ ସାହାରା ଇଣ୍ଡିଆ ଚୌଦ୍ୱାର ଶାଖା ପକ୍ଷ ରୁ ବିଜୟ କୁମାର ଭୋଳ , ହରିହର ପାତ୍ର , ଶରତ ମହାପାତ୍ର , କୈଳାସ ଚନ୍ଦ୍ର ସାହୁ , ଶେଖ ମୁସ୍ତାକିମ , ରଂଜିତ କୁମାର ସାହୁ , ଲକ୍ଷ୍ମୀଧର ବାରିକ , ବିଚିତ୍ରା ନନ୍ଦ ମହାନ୍ତି , ଉତ୍ସବ ଚନ୍ଦ୍ର ବାରିକ , ନରେଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ବହୁ କର୍ମକର୍ତା ଉପସ୍ଥିତ ରହିଥିଲେ |
More Stories
25-11-2024
ମେମ୍ବର ସିପ୍ ଡ୍ରାଇଭକୁ ନେଇ ମହାନଗର ବିଜେଡିର ଜରୁରୀକାଳୀନ ବୈଠକ
6-10-2024