ସାହାରପଡ଼ାଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Spread the love

ପାଟଣା: କେନ୍ଦୁଝର ଜିଲ୍ଲା ସାହରପଡା ବ୍ଲକ ସଭାଗୃହ ରେ ମଙ୍ଗଳବାର କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂହ ଓ ଏସପି ନୀତିନ କୁଶଲକର ସାହାରପଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ‌ ଠାରେ ଅଭିଯୋଗ ଶୁଣାଣି କରିଛନ୍ତି । ଏହି ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ମୋଟ ୧୨୦ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସମୁଦାୟ ଅଭିଯୋଗ ମଧ୍ୟରୁ ୬ଟି ଅଭିଯୋଗ ଗୋଷ୍ଠୀ ସମସ୍ୟା/ଗ୍ରାମ୍ୟ ସମସ୍ୟାମୂଳକ ହୋଇଥିବାବେଳେ ୧୧୪ଟି ଅଭିଯୋଗ ବ୍ୟକ୍ତିଗତ ସମସ୍ୟା ଉପରେ ପର୍ଯ୍ୟବେସିତ ଥିଲା । ସେଥି ମଧ୍ୟରୁ ୬୯ଟି ଅଭିଯୋଗର ତୁରନ୍ତ ଫଇସଲା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବନଖଣ୍ଡ ଅଧିକାରୀ ଏଚଡି ଧନରାଜ , ଅତିରିକ୍ତ ଜିଲ୍ଲାପାଳ ଆଲୋକ ରଞ୍ଜନ ପ୍ରଧାନ, ମନ୍ଦରଧର ମହାଳିକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୁଷଣ,ସାହାରପଡ଼ା ବିଡିଓ ମାଧବ ଚନ୍ଦ୍ର ବିରୁଆ ଓ ତହସିଲଦାର ପରମାନନ୍ଦ ଖଣ୍ଡେଇ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଏଠାରେ ଉପସ୍ଥିତ ଥିଲେ ।

error: Content is protected !!
Breaking News