ଆଜି ଶ୍ରାବଣ ମାସର ଚତୁର୍ଥ ସୋମବାର ହୋଇଥିବାରୁ ଗୁଡାରି ତଥା ଗୁଡାରି ଅଞ୍ଚଳ ର ଶୈବ ପୀଠରେ ବୋଲବମ ଭକ୍ତ ଙ୍କ ଭିଡ ଜମିଥିଲା l ଢେପାଗୁଡା ସୋମନାଥଶ୍ୱର ବୋଲବମ ଭକ୍ତ ସୋମବାର ପାହାନ୍ତିଆ ୪ଘଣ୍ଟା ସମୟରେ ଝିଗିଡି ବାଟ ନାଳ ନିକଟ ରେ ବାଲୁକା ଲିଙ୍ଗ ସ୍ଥାପନ କରି ହୋମ ପୂଜା ଅର୍ଚନା କରି ଭଗବାନ ଶିବ ଙ୍କ ୧୦୮ନାମ ଜପ କରି ଅଭିଷେକ କରାଯାଇଥିଲା l ଏହାପରେ ସେହି ନାଳରୁ ବୋଲବମ ଭକ୍ତ ମାନେ ଜଳ ଉଠାଇ ନେଇ ଝିଗିଡିବାଟା ଧବଳେଶ୍ୱର ଶୈବ ପୀଠ ରେ ଜଳାଭିଷେକ କରି ଅଭିଷେକ କରିଥିଲେ l ସେହିପରି ପଦ୍ମପୁର ବୋଲବମ ୫୦ରୁ ଅଧିକ ବୋମ ମାନେ ଗୁଡାରି ବଂଶଧାରା ନଦୀରୁ ଜଳ ଉଠାଇ ଆଣି ଝିଗିଡି ଭାଟା ଧବଳେଶ୍ୱର ଙ୍କ ମନ୍ଦିର ରେ ଜଳାଭିଷେକ କରିଥିଲେ l ଗୁରୁବମ ଚିନାରୀ ସନ୍ତୋଷ ଙ୍କ ତତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଭବାନୀ ଶଙ୍କର ପଣ୍ଡା ପୂଜା ଅର୍ଚନା କରି ଥିଲେ l ବୋଲବମ ପାଳନ କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି l ଅନେକ ବୋଲବମ ଭକ୍ତ ମନସ୍କାମନା ପୂର୍ଣ୍ଣ ନିମନ୍ତେ ବହୁଦୂର କାଉଡ଼ି ଧରି ଖାଲି ପାଦରେ ଚାଲିଚାଲି ଯାଇ ଶୈବ ପୀଠ ମାନଙ୍କରେ ଜଳାଭିଷେକ କରିଥାନ୍ତି l
More Stories
ରେଳବାଇର ସମୟ ସାରଣୀକୁ ନେଇ କେନ୍ଦୁଝରବାସୀ ଅସନ୍ତୁଷ୍ଟ।
12-9-2024
କଣ୍ଟାମାଳ ହାଇସ୍କୁଲରେ ସାପ କାମୁଡା ପ୍ରତି ସାବଧାନ କାର୍ଯ୍ୟକ୍ରମ