ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା ଶାଳନ୍ଦୀର ଥିଲେ ସମ୍ପାଦକ କେନ୍ଦୁଝର,ବରିଷ୍ଠ ସାମ୍ବାଦିକ ତଥା କେନ୍ଦୁଝର ଜିଲ୍ଲା ପ୍ରେସ କ୍ଲବର ସଭାପତି, କେନ୍ଦୁଝର ଟାଇମସର ପ୍ରତିଷ୍ଠାତା ନିରଞ୍ଜନ ନାୟକଙ୍କ ପରଲୋକ ହୋଇଛି । ମଙ୍ଗଳବାର ଦିନ ୩ଟା ସମୟରେ ତାଙ୍କର ତିରୋଧାନ ହୋଇଥିବାବେଳ ସେ ଗତ କିଛି ଦିନ ଧରି କ୍ୟାନସରେ ପିଡୀତ ହୋଇ ଚିକିତ୍ସିତ ହେଉଥିଲେ । ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା ଶାଳନ୍ଦୀର ସେ ସମ୍ପାଦକ ଥିବାବେଳ ଜଣେ ଉଚ୍ଚକୋଟୀର ସାହିତ୍ୟିକ ମଧ୍ୟ ଥିଲେ । ନିରବିଚ୍ଛିନ୍ନ ଭାବେ ଗତ ୪୦ ବର୍ଷ ଧରି ସେ କେନ୍ଦୁଝର ଟାଇମସ ପ୍ରକାଶ କରି ଆସୁଥିବାବେଳେ ତାଙ୍କର ନିଜ ନିଜ ଘର କେନ୍ଦୁଝର ଜିଲ୍ଲାର ହାଟଡିହୀ ବ୍ଳକ ଅନ୍ତର୍ଗତ ପଢିଆରପଲ୍ଲୀ ହୋଇଥିଲେ ମଧ୍ୟ କେନ୍ଦୁଝର ସହରରେ ଅବସ୍ଥାନ କରି ସାମ୍ବାଦିକତା କରୁଥିଲେ । ଖାଦ୍ୟନଳୀ କ୍ୟାନସରରେ ସେ ପିଡୀତହୋଇ ଚିକିତ୍ସିତ ହେଉଥିଲେ । ମଙ୍ଗଳବାର ଅପରାହ୍ନରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କର ଏକମାତ୍ର ପୁତ୍ର ଈଶ୍ବର ଈଶାନ ନାୟକ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ମରଶରୀରକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସାମ୍ବାଦିକ କାର୍ଯ୍ୟାଳୟ ବା ପ୍ରେସ ରୁମ ନିକଟକୁ – ଅଣାଯାଇଥିଲା । ସେଠାରେ ସମସ୍ତ ଗଣମାଧ୍ୟମର ପ୍ରତିନିଧ ତାଙ୍କ ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଦ୍ଧାଞ୍ଜଳି ଜଣାଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସାର୍ଥକ ଅଭିନନ୍ଦନ ରାୟଙ୍କ ସମେତ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ ତାଙ୍କ ମରଶରୀର ନିକଟରେ ଏକ ସଂକ୍ଷିପ୍ତ ଶୋକସଭା ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମିଶ୍ର,ଦୀପକ ମିଶ୍ର, ଜିଲ୍ଲା ପ୍ରେସ କ୍ଲବର ଉପସଭାପତି ଜୟକୃଷ୍ଣ ପଣ୍ଡା, ରାଜେନ୍ଦ୍ର ମହାକୁଡ, ସଧାରଣ ସମ୍ପାଦକ ଶରତ ଦାସ,ବରିଷ୍ଠ ସାମ୍ବାଦିକ ସୁବ୍ରତ ସ୍ୱା ସ୍ଵାଇଁ, ଦେବାଶିଷ ମିଶ୍ର, ପ୍ରଣୟ କୁମାର ପାଣି.ଜିତେନ୍ଦ୍ର ପଟ୍ଟନାୟକ, ପ୍ରଦୀପ କୁମାର ମହାନ୍ତି, ସନ୍ତୋଷ ମହାପାତ୍ର,ଶରତ ଜେନା,ତାପସ କୁମର ରଥ, ନରେଶ ପଟ୍ଟନାୟକ, ନିର୍ମଳ ଚନ୍ଦ୍ର ନାୟକ, ମାଷ୍ଟର ସରିନମ, ବିଜୟ କୁମାର ମିଶ୍ର, ବିଶ୍ଵରଞ୍ଜନ ସାହୁ,ମଳୟ କୁମାର ପାଣି, ବ୍ରଜ କିଶୋର ରାୟ, ସତ୍ୟଜିତ ମିଶ୍ର,ରବୀନ୍ଦ୍ର କୁମାର ସଠୀ,କ୍ୟାମେରାମ୍ୟାନ ସତ୍ୟବାନ ପାତ୍ର, ପୂର୍ବତନ * ମାଧବ ସର୍ଦ୍ଦାର, ସିଟିଜିର ପ୍ରତିଷ୍ଠାତା ଡଃ ରାଜେନ୍ଦ୍ର କୁମାର ପଲେଇ, ବରିଷ୍ଠ ଚିକିତ୍ସକ ଡାକ୍ତର ସୁରେଶ ମହାପାତ୍ର,ଭରତ ପାତ୍ର, ପୂର୍ବତନ କାଉସନିଲର କୃଷ୍ନଚନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ସେ ଦୀର୍ଘଦିନ ଧରି ଜଡିତ ଥିବା କେନ୍ଦୁଝର ଡିଏଭି ସ୍କୁଳ ପରିସରକୁ ନିଆଯାଇ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା । ମଣ୍ଡୁଆସ୍ଥିତ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ଅନୁଷ୍ଠିତ ହୋଇଛି ।
More Stories
25-01-2025
ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆଙ୍କ ନୂଆପଡ଼ା ଗସ୍ତ
13.01.2025