ପାତ୍ରପୁର : ପାତ୍ରପୁର ବ୍ଲକର କାର୍ଯ୍ୟରତ ସାମ୍ବାଦିକ ବଦ୍ରୀ ନାରାୟଣ ରଣାଙ୍କୁ ପାତ୍ରପୁର-ସାମନ୍ତିଆପଲ୍ଲୀ ମଧ୍ୟସ୍ଥ ବାଗଦେବୀ ମନ୍ଦିର ନିକଟରେ କିଛି ଅସାମାଜିକ ଯୁବକ ରାସ୍ତାରେ ଅଟକାଇ ଭୁଜାଲି ଦେଖାଇ ଆକ୍ରମଣ କରିଥିବା ନେଇ ଜରଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଛି । ପାତ୍ରପୁର ଗ୍ରାମର ତ୍ରିନାଥ ରେଡ୍ଡୀ ଓ ତାର କିଛି ସହଯୋଗୀ ମିଶିକି ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ସାମ୍ବାଦିକ ଶ୍ରୀ ରଣା ନିଜ ଏତଲାରେ ଉଲ୍ଲେଖ କରିଛନ୍ତି । ଏନେଇ ଜରଡ଼ା ପୋଲିସ ଥାନା ତରଫରୁ ଏକ କେଶ ୨୬୬/୨୪ ରୁଜୁ ହୋଇଥିବା ବେଳେ ମଙ୍ଗଳବାର ପାତ୍ରପୁର ବ୍ଲକ ସୀମାନ୍ତ ସାମ୍ବାଦିକ ସଂଘ ତରଫରୁ ଘଟଣାର ତୀବ୍ର ନିନ୍ଦା କରାଯିବା ସହିତ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସଂଘ ଦାବୀ କରିଛି ।ସଂଘ ସଭାପତି ରାଜ ଗୋପାଳ ପାଢ଼ୀଙ୍କ ନେତ୍ତୃତ୍ୱରେ ସଂଘ ସମ୍ପାଦକ ମାଧବ ବାଡ଼ତ୍ୟା, ନିଳାଞ୍ଚଳ ପଟ୍ଟନାୟକ, ଉମା ଚରଣ କର,ସନ୍ତୋଷ ମହାପାତ୍ର,ରାଜେଶ ସେଠୀ ,ଆଲୁ ଜୟପ୍ରକାଶ ଓ ଗୌରାଙ୍ଗ ପ୍ରଧାନ ପ୍ରମୂଖ ଜରଡ଼ା ଥାନାରେ ଆକ୍ରମଣର ଶିକାର ହୋଇଥିବା ସାମ୍ବାଦିକ ବଦ୍ରୀ ନାରାୟଣ ରଣା ଙ୍କ ସହ ପହଂଚି ସଂଘ ତରଫରୁ ଲିଖିତ ଭାବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ଜଣେଇଥିଲେ ।ଘଟଣା ନେଇ ସଂଘ ସଭାପତି ବ୍ରହ୍ମପୁର ଏସ୍ପି ସାର୍ଥକ ଷଡଙ୍ଗୀଙ୍କ ସହ ଫୋନ ଯୋଗେ କଥା ହୋଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବୀ ଜଣେଇଥିଲେ । ଏହି ଘଟଣା କୁ ନେଇ ବିଭିନ୍ନ ସାମ୍ୱାଦିକ ସଂଘ ଓ ସାମ୍ୱାଦିକ ମାନେ ଦୃଢ଼ ନିନ୍ଦା କରିଛନ୍ତି।
More Stories
ବିଧାୟକଙ୍କ ଅନୁଦାନରେ କମ୍ୟୁନିଟି ହଲ ନିର୍ମାଣ ପାଇଁ ଭୂମି ପୂଜନ
ତାରାଦେବୀଙ୍କ ଯାତ୍ରାର ପଞ୍ଚମୁଖ ହନୁମାନ କଳାକୁଞ୍ଜର ଭସାଣି ଶୋଭାଯାତ୍ରା
ୱାର୍ଡବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଆଧାର କେନ୍ଦ୍ର ବ୍ୟବସ୍ଥା କଲେ ଧିରେଶ