ସମୁଦ୍ର ବେଳାଭୂମି ରେ ବୃକ୍ଷରୋପଣ କୁ ବିରୋଧ କଲେ ଷଣ୍ଢକୁଦ ରେ ବସବାସ କରୁଥିବା ପାରମ୍ପରିକ ମତ୍ସ୍ୟଜୀବୀ । ଏମିତିକି ଗଛ ଲଗାଯାଇଥିବା ସ୍ଥାନକୁ ଅକ୍ତିଆର ପାଇଁ ନୋଳିଆ ମତ୍ସ୍ୟଜୀବୀ ମାନେ ଗଛ ଲଗାଇବାକୁ ଦିଆ ଯାଇଥିବା ବାଉଁଶ ବାଡ଼ ସବୁ ଉପାଡ଼ି ଫୋପାଡି ଦେଇଛନ୍ତି । କେତେକ ସ୍ଥାନରୁ ଗଛ ଲଗାଯାଇଥିବା ବାଡ଼ ସବୁ ଉପାଡ଼ି ନେଇ ପଳାଇଛନ୍ତି । ଯାହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ମଧ୍ୟ ଦେଖା ଦେଇଥିଲା। ତେବେ ପ୍ରତିବର୍ଷ ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ସମୁଦ୍ର ବେଳାଭୂମି ରେ ବ୍ୟାପକ ବୃକ୍ଷରୋପଣ କରାଯାଉଛି। ପରିବେଶ ପରିସ୍ଥିତି ଆଉ ବସ୍ତି ଲୋକ ମାନଙ୍କୁ ସୁରକ୍ଷା ଦେବାପାଇଁ ବନ୍ଦର ଅଧ୍ୟକ୍ଷ ଇଷ୍ଟେଟ ବିଭାଗ ଆର ଆଇ ଙ୍କୁ ନିର୍ଦେଶ ଦେଇଥିଲେ | ଆର ଆଇ ଓଡ଼ିଶା ଫରେଷ୍ଟ୍ ଡେଭଲପମେଣ୍ଟ କର୍ପୋରେସନ ବା ଓଏଫଡିସି କର୍ମଚାରୀ ମାନେ ସମୁଦ୍ର ବେଳାଭୂମି ରେ ଚାରା ରୋପଣ କରି ବାଉଁଶ ବାଡ଼ ଦେଇଥିଲେ | ସ୍ଥାନୀୟ ଷଣ୍ଢକୁଦ ରେ ବସବାସ କରୁଥିବା ନୋଳିଆ ସମ୍ପ୍ରଦାୟ ମତ୍ସ୍ୟଜୀବୀ ମାନେ ବାଡ଼ ଉପାଡ଼ି ଫୋପାଡି ଦେବା ସହ ସାମଗ୍ରୀ ସବୁ ବୋହି ନେଇ ଦୁର୍ବ୍ୟବହାର କରିଥିବା ଓଏଫଡିସି କର୍ମଚାରି ଅଭିଯୋଗ କରିଛନ୍ତି | ତେବେ ସେହି ସ୍ଥାନରେ ବସ୍ତିରେ ରହୁଥିବା ନୋଳିଆ ମତ୍ସ୍ୟଜୀବୀ ମାନେ ସେମାନଙ୍କ ଜାଲ ଓ ଡଙ୍ଗା ମରାମତି କାର୍ଯ୍ୟ କରୁଥିବାରୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ବୋଲି କାଉନସିଲର ଜଗନ୍ନାଥ ରାଓ କହିଛନ୍ତି |
ଗଛ ଲଗାଇବାକୁ ବିରୋଧ କରୁନାହାନ୍ତି କିନ୍ତୁ ଯୋଉ ଜାଗାରେ ଚାରା ରୋପଣ କରି ବାଡ଼ ପୋତା ଯାଉଛି ମତ୍ସଜୀବି ମାନେ ଘୋର ଅସୁବିଧା ର ସମ୍ମୁଖୀନ ହେବାକୁ ପଡିବ ବୋଲି ସେହି ଜାଗା ଛାଡି ଅନ୍ୟ ଜେ କୌଣସି ଜାଗାରେ ଗଛ ଚାରା ଲଗାଇ ବାଡ଼ ପୋତିଲେ କୌଣସି ଆପତ୍ତି ନାହିଁ ବୋଲି ଶ୍ରୀ ରାଓ କହିଛନ୍ତି | ଶ୍ରୀ ରାଓ ଏ ବିଷୟରେ ବନ୍ଦର ଅଧ୍ୟକ୍ଷ ଏବଂ ପୌର ପାଳିକା ଅଧ୍ୟକ୍ଷ ଙ୍କ ଦୃଷ୍ଟିକୁ ଆଣିବେ ବୋଲି କହିଛନ୍ତି | ହେଲେ କାହାକୁ ନ ଜଣେଇ ଜୋର ଜବରଦସ୍ତ ବାଡ଼ ଓପାଡି ଫୋପାଡ଼ି ଛିନ ଛତର କରିଦେବା କେତେ ଦୂର ଠିକ ବୋଲି ବିରକ୍ତି ଭାବ ପ୍ରକାଶ କରି କରିଛନ୍ତି ଓଫାଡିସି କର୍ମଚାରୀ ଏସ କେ ମୋମନ |ତେବେ ଜୀବନ ରହିଲେ ସିନା ଜୀବିକା ନିର୍ବାହ ହେବ । କାହିଁକି ନାଁ ପ୍ରାକୃତିକ ବିପର୍ଯ୍ୟୟ ତଥା ଝଡ ବାତ୍ୟା ସମୟରେ ଏହି ଗଛ ହିଁ ଧନଜୀବନ ସୁରକ୍ଷା ଯୋଗାଇ ଦେଇଥାଏ । ବିଶେଷ କରି ଲୁଣାପାଣି ଓ ଲୁଣି ପବନ କୁ ଏହି ଜଙ୍ଗଲ ଦ୍ବାରା ହିଁ ରକ୍ଷା କରାଯାଇଥାଏ କିନ୍ତୁ ଏପରି ବିରୋଧ ଦ୍ଵାରା ଏହା ଭବିଷ୍ୟତରେ ନିଶ୍ଚିତଭାବେ କ୍ଷତିକାରକ ହେବା ନେଇ ଆଶଙ୍କା ଦେଖାଦେଇଛି ।
More Stories
ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳନ
Saraswati Vidya Mandir Higher Secondary School, Nilakanth Nagar, has achieved a record in science and commerce exams
ରାଜା ସାହିରେ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ, ଉତ୍ତମ ଚିକିତ୍ସା ପାଇଁ ମେଡିକାଲ୍ ସ୍ଥାନାନ୍ତର