ଛେଣ୍ଡିପଦା : ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଳକ୍ ଅନ୍ତର୍ଗତ ଶିମିଳିପାଳ ପଞ୍ଚାୟତ ଖାଜୁରିଆ ମୁଣ୍ଡା ଗ୍ରାମର ନେତ୍ରାନନ୍ଦ ମାଝୀଙ୍କ ପୁଅ ପ୍ରହ୍ଲାଦ ମାଝୀ (୩୬)ଙ୍କ ମୃତ୍ୟୁ କୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି l ଘଟଣାରୁ ପ୍ରକାଶ ଯେ ,ମୃତ ଯୁବକ ଆଜି ଶନିବାର ସନ୍ଧ୍ୟା ୫ ସମୟରେ ପ୍ରବଳ ବର୍ଷା ହେଉଥିବାରୁ ବାଗଡ଼ିଆ ବଡଯୋରା ହିଙ୍ଗୁଳା ମନ୍ଦିର ନିକଟରେ ତାଙ୍କ ସାଙ୍ଗ ସହିତ ଛିଡ଼ା ହୋଇ ଥିଲେ ସେହି ସମୟରେ ବଜ୍ରପାତ ହେବାରୁ ଘଟଣା ସ୍ଥଳରେ ପ୍ରହଲ୍ଲାଦ ଟଳିପଡ଼ିଥିବା କିଛି ଲୋକ କହୁଥିବା ବେଳେ ଆଉକିଛି କହୁଛନ୍ତି ପ୍ରହଲ୍ଲାଦ ଙ୍କୁ ପୂର୍ବ ଶତ୍ରୁତା କେନ୍ଦ୍ରକରି ମଦ ପିଆଇ ମାରିଦେଇଛନ୍ତି l ଖବର ପାଇ ବାଗଡ଼ିଆ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଛେଣ୍ଡିପଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି l ଗତ କାଲି ଶବ ବ୍ୟଵଛେଦ କରି ଘଟଣା ର ତଦନ୍ତ କଲେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପ୍ରକାଶ କରିଛନ୍ତି l
More Stories
ରେଳବାଇର ସମୟ ସାରଣୀକୁ ନେଇ କେନ୍ଦୁଝରବାସୀ ଅସନ୍ତୁଷ୍ଟ।
12-9-2024
କଣ୍ଟାମାଳ ହାଇସ୍କୁଲରେ ସାପ କାମୁଡା ପ୍ରତି ସାବଧାନ କାର୍ଯ୍ୟକ୍ରମ