ଶେରଗଡ : ଗତ ୧୯ ତାରିଖ ଦିନ କୃଷ୍ଣଛାଈ ପଞ୍ଚାୟତ ଅଣ୍ଡିରାସିଂହ ଗ୍ରାମରେ ଜଣେ ମହିଳା ଙ୍କୁ ସନ୍ଦେହ ରେ ଅଟକ ରଖାଯାଈଥିଲା। ଏନେଇ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଶିବାଜୀ ବିଷୋୟୀ ଙ୍କ ଜରିଆରେ ଶେରଗଡ ଥାନା କୁ ଖବର ଦିଆଯାଈଥିଲା। ଖବର ପାଈ,ଶେରଗଡ ଥାନା ର ଅଧିକାରୀ ବରେନ୍ଦ୍ର ସିଅଳ ସହକର୍ମୀ ଙ୍କ ସହ ଅଣ୍ଡିରାସିଂହ ଗ୍ରାମରେ ପହଞ୍ଚି ସନ୍ଦିଗ୍ଧ ମହିଳା ଙ୍କୁ ଉଦ୍ଧାର କରି ସ୍ବାସ୍ଥ୍ୟ ଅବସ୍ଥା ପରୀକ୍ଷା କରିବା ଲାଗି ମେଡ଼ିକାଲ କୁ ନେଈଥିଲେ। ଏହା ପରେ ନିରାଶ୍ରୟ ମହିଳା ଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ ପରିସରରେ ଥିବା ସଖୀ କେନ୍ଦ୍ର ରେ ରଖାଯାଈଥିଲା। ସଖୀ କେନ୍ଦ୍ର ରେ ତାଙ୍କୁ ପରୀକ୍ଷା କରିବା ପରେ ସେ ମାନସିକ ଭାବେ ଦୁର୍ବଳ ଥିବା ଜଣାପଡିଥିଲା। ଏହା ପରେ ଗତକାଲି ଶେରଗଡ ଥାନାର ଏସାଆଈ ସରଲତା ପ୍ରଧାନ, ଏଏସଆଇ କୃଷ୍ଣ ଚନ୍ଦ୍ର ଦାସ ଉଭୟେ ସଖୀ କେନ୍ଦ୍ର ରେ ପହଞ୍ଚି ମାନସିକ ଦୁର୍ବଳ ଥିବା ମହିଳା ଙ୍କୁ ସେଠାରୁ ନେଇ ଓଡିଶା ସରକାରଙ୍କ ମାନସିକ ଦୁର୍ବଳ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନା ପାଲୁରହିଲ ରେ ଥିବା ମମି ସେଣ୍ଟର ରେ ଥଈଥାନ କରାଯାଈଥିବା କଥା ଥାନା ଏଏସଆଇ କୃଷ୍ଣ ଚନ୍ଦ୍ର ଦାସ ପ୍ରକାଶ କରିଛନ୍ତି।
More Stories
25-01-2025
ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆଙ୍କ ନୂଆପଡ଼ା ଗସ୍ତ
13.01.2025