ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ଠାରେ, ଓଡିଶା ଶିଶୁ ବିକାଶ ଓ ସମାଜ ଉନ୍ନୟନ କେନ୍ଦ୍ର ର ରୌପ୍ୟ ଜୟନ୍ତୀ ପାଳନ ଅବସର ରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଗଞ୍ଜାମ ଜିଲ୍ଲା ନିର୍ଦ୍ଧେଶକ ତଥା ଶିକ୍ଷାନୁଷ୍ଟାନର
ପ୍ରତିଷ୍ଟାତା ବଟକୃଷ୍ଣ ତ୍ରିପାଠୀ ଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ସାମ୍ବାଦିକ ସଙ୍ଘର ଗଞ୍ଜାମ ଜିଲ୍ଲା କାର୍ଯକାରୀ ସଭାପତି ଉମାକାନ୍ତ ବେହେରା ବିଚାରକ ଭାବେ ନୃତ୍ୟ ପ୍ରଶିକ୍ଷକ ସୁଦର୍ଶନ ପାଢି ଓ ସାହିତ୍ୟିକ ବସନ୍ତ ଶାସମଲ ପ୍ରମୁଖ ଯୋଗ ଦେଇ ଶିକ୍ଷାର୍ଥୀ ଙ୍କୁ ମାର୍ଗ ଦର୍ଶନ କରି ପୁରସ୍କାର ବିତରଣ କରିଥିଲେ l ସାଂସ୍କୃତିକ ନୃତ୍ୟ ରେ ଜ୍ୟେଷ୍ଠ ବିଭାଗ ରେ ପ୍ରଥମ ସୌଭାଗ୍ୟବତୀ ଶତପଥୀ ଦ୍ୱିତୀୟ କାଜଲ ମୁଦୁଲୀ ତୃତୀୟ ସୋନାକ୍ଷୀ ପଲ୍ଲାଇ l କନିଷ୍ଠ ରେ ପ୍ରଥମ ବିଜୟ ଲକ୍ଷ୍ମୀ ସାହୁ ଦ୍ୱିତୀୟ ସାଇ ମୌସୁମୀ ପଟ୍ଟନାୟକ ତୃତୀୟବି କୀର୍ତି ରାଣୀ ଦୋରା lଚିତ୍ରାଙ୍କନ ରେ ଜ୍ୟେଷ୍ଠ ଓ କନିଷ୍ଠ ରେ ପ୍ରଥମ ରିୟାଂଶୁ ପଲ୍ଲାଇ ଓ ଶକ୍ତି ପ୍ରଶାଦ ଗୌଡ଼ ଜ୍ୟେଷ୍ଠ ଦ୍ୱିତୀୟ ଶ୍ରଦ୍ଧାଞ୍ଜଳି ପଟ୍ଟନାୟକ ଓ ମେହେକ ସାହୁ ଜ୍ୟେଷ୍ଠ ତୃତୀୟ ଦିଶାନ୍ତ ସ୍ୱାଇଁ ଓ ଉମାଶ୍ରୀ ମହାରଣା ଜ୍ୟେଷ୍ଠ ସାଧାରଣ ଜ୍ଞାନ ରେ ଜ୍ୟେଷ୍ଠ ଓ କନିଷ୍ଠ ରେ ପ୍ରଥମ ସାଇଶୁଭମ ସାହୁ ଓ ଟି. ପ୍ରତିଜ୍ଞା ରେଡ୍ଡୀ ଜ୍ୟେଷ୍ଠ, ଦ୍ୱିତୀୟ ଦିବ୍ୟରଞ୍ଜନ ରଥ ଓ ଦିବ୍ୟଜ୍ୟୋତି ମହାରଣା ଜ୍ୟେଷ୍ଠ,ତୃତୀୟ ଶୁଭମଦାଶ ଓ ପ୍ରୀତି ପ୍ରଭା ଶାସମଲ ଜ୍ୟେଷ୍ଠ ଓ ଆଶୁତୋଷ ପଟ୍ଟନାୟକ କୃତିତ୍ୱ ଅର୍ଜନ କରିଥିଲେ l ଏହି ଅବସରରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ! ସର୍ବ ମୋଟ 110 ଜଣ ପ୍ରତିଯୋଗୀ ଭାଗ ନେଇ ଥିଲେ l ଉପପ୍ରଧାନ ଆଚାର୍ଯ୍ୟା ଅପରାଜିତା ରଥ ଧନ୍ୟବାଦ ଦେଇଥିଲେ l ଆଚାର୍ଯ୍ୟ ରବିନ୍ଦ୍ର କୁମାର ସ୍ୱାଇଁ,ସଞ୍ଜୟ କୁମାର ବେହେରା,ମିନାକ୍ଷୀ ପଲେଇ, ପ୍ରୀତି ରାଣୀ ଗୌଡ଼, ମୋନାଲିଶା ଗୌଡ଼, ନିହାରିକା ସ୍ୱାଇଁ, ପିଙ୍କି ଜେନା, ଇନ୍ଦିରା ରେଡ୍ଡୀ, ଓ ବିନୁ ସାହୁ ପ୍ରମୁଖ ସୁପରିଚାଳନାରେ ସହଯୋଗ କରିଥିଲେ !
More Stories
ମେମ୍ବର ସିପ୍ ଡ୍ରାଇଭକୁ ନେଇ ମହାନଗର ବିଜେଡିର ଜରୁରୀକାଳୀନ ବୈଠକ
6-10-2024
୧୪ ନମ୍ୱର ୱାର୍ଡ କର୍ପୋରେଟରଙ୍କ ଦଶହରା ଉପହାର ବଣ୍ଟନ