ସାପ କାମୁଡ଼ାରେ ଯୁବକ ମୃତ

Spread the love

ବୁଗୁଡା : ଗଞ୍ଜାମ ଜିଲ୍ଲାର ବୁଗୁଡା ପୋଲିସ ଥାନା ଅନ୍ତର୍ଗତ ଗୋୖଡିଆବୋରଦା ପଞ୍ଚାୟତର ଗୁଡିପଲ୍ଲୀ ଗ୍ରାମର ବାବୁଲି ଦାସଙ୍କ ପୁଅ ସୁମନ ଦାସ(୧୯)ଙ୍କ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ମାନ୍ୟବର ମତ୍ସ୍ୟ ଓ ପ୍ରାଣୀଧନ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଗୋକୁଳାନନ୍ଦ ମଳିକ ବୁଗୁଡା ମେଡ଼ିକାଲକୁ ଯାଇ ସମବେଦନା ଜଣାଇବା ସହ ସରକାରୀ ସାହାଯ୍ୟ ପାଇଁ ପ୍ରକାଶ କରିଥିଲେ।

ଗୁଡିପଲ୍ଲୀ ଗ୍ରାମର ସୁମନ ଦାସଙ୍କୁ ସାପ କାମୁଡ଼ିଦେବା ଯୋଗୁଁ ଗ୍ରାମଲୋକଙ୍କ ସହଯୋଗରେ ପରିବାରର ଲୋକମାନେ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। ହେଲେ ଡାକ୍ତର ୧୯ ବର୍ଷର ଯୁବକ ସୁମନ ଦାସଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ନିଜ ନିର୍ବାଚନ ମଣ୍ଡଳୀରେ ଥିବା ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଳିକ ଖବର ପାଇ ବୁଗୁଡା ମେଡ଼ିକାଲକୁ ଯାଇ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ସହଯୋଗ କରିବାକୁ ପ୍ରକାଶ କରିଥିଲେ। ମନ୍ତ୍ରୀଙ୍କ ସହ ଘୁମୁସର ସାଂଗଠନିକ ଜିଲ୍ଲା ବିଜେପି ଉପସଭାପତି ପ୍ରଭାକର ପଣ୍ଡା, ଯୁବ ମୋର୍ଚ୍ଚା ସଭାପତି ଦୀପକ କୁମାର ପ୍ରଧାନ, ବିଜେପି ସଂଯୋଜକ ହରିହର ସାହୁ ଓ ଅନ୍ୟ ବିଜେପି କର୍ମକର୍ତ୍ତା ବୃନ୍ଦ ମେଡ଼ିକାଲକୁ ଯାଇ ମୃତକଙ୍କ ପରିବାରକୁ ସମବେଦନା ଜଣାଇଥିଲେ।

error: Content is protected !!
Breaking News