ସରିଲା ଶୁଳିଆପଦା ୮ମ ପଞ୍ଚାୟତ ସମିତି ବୌଠକ

Spread the love

ବୌଠକରେ ମନ୍ତ୍ରୀ ସମସ୍ୟା ସମ୍ପର୍କରେ ଆଲୋଚନା କଲେ, ତୁରନ୍ତ ସମାଧାନ ପାଇଁ ନିର୍ଦେଶ ଦେଲେ।

ମୋରଡ଼ା : ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକରେ ଅନୁଷ୍ଠିତ ପଞ୍ଚାୟତ ସମିତି ବୈଠକରେ ଏକପ୍ରକାର ବିଶୃଙ୍ଖଳା ଦେଖିବାକୁ ମିଳିଛି । ବିଡିଓ ଅନୁପମା ଘୋଷଙ୍କ ଆୟୋଜିତ ଏହି ବୈଠକକୁ ବ୍ଲକ ଅଧକ୍ଷl ପାନମଣି ମାରାଣ୍ଡି ଅଧକ୍ଷତା କରିଥିଲେ । ଏଥିରେ ନଗର ଉନ୍ନୟନ ଓ ଗୃହ ନିର୍ମାଣ ମନ୍ତ୍ରୀ ଡ଼ାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ତହସିଲଦାର ଇଜୁଇସ ବିନୟ କୁଲୁ , ଉପାଧକ୍ଷ ଜ୍ୟାତିଲାଲ ବାରିକ , ଜିଲ୍ଲା ପରିଷଦ ସଭ୍ୟ ନଗେନ୍ଦ୍ର କିସକୁ ଓ ମିରାଳତା ସିଂ , ସହକାରୀ ଯନ୍ତ୍ରୀ ରବିନାରାୟଣ ପୁଥାଳ , ସମସ୍ତ ଲାଇନ୍ ଡିପାଟମେଣ୍ଟ, ସମସ୍ତ ସରପଞ୍ଚ, ସମସ୍ତ ସମିତି ସଭ୍ୟ ଉପସ୍ଥିତ ଥିଲେ । ଏହାଥିଲା ବ୍ଲକର ଅଷ୍ଟମ ବୈଠକ ।

ଏହି ବୈଠକରେ ଗଣମାଧ୍ୟମ ପ୍ରତିନିଧି ଓ ପି ଆର ଆଇ ସଦସ୍ୟମାନଙ୍କୁ ଉପେକ୍ଷା କରାଯାଇଥିବା ଦେଖିବାକୁ ମିଳୁଛି । ଉକ୍ତ ବୈଠକରେ ଅବ୍ୟବସ୍ଥା ଦେଖାଦେଇଥିଲା ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ଚଉକି ମଧ୍ୟ ନଥିଲା । ବୈଠକ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିଡିଓ ମହାଶୟା ସବୁ ଦେଖୁଥିଲେ ମଧ୍ୟ ଚୁପ ରହିଥିଲେ ।ବିଶେଷ ଭାବରେ ଜଳ ପରିମଳ ଓ ଶିକ୍ଷା ବିଭାଗର ସମସ୍ୟା ଉପରେ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମୋରଡା ବିଧାୟକ ତଥା କ୍ୟାବିନେଟ ମନ୍ତ୍ରୀ ଡ଼ାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଉପସ୍ଥିତ ରହି ବିଭିନ୍ନ ପଞ୍ଚାୟତର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ତୁରନ୍ତ ସମାଧାନ ପାଇଁ ନିର୍ଦେଶ ଦେଇଥିଲେ ।

error: Content is protected !!