ଦଶପଲ୍ଲା : ଦଶପଲ୍ଲା ଥାନା ଅର୍ନ୍ତଗତ ମଧ୍ୟଖଣ୍ତ ପଞ୍ଚାୟତ ର ଢ଼ିପସାହି ଠାରେ ସର୍ପାଘାତରେ ଜଣେ ଯୁବକଙ୍କ ମତ୍ୟୃ େହାଇଛି। ମୃତ ଯୁବକ ହେଲେ କୃଷ୍ଣଚନ୍ଦ୍ର ପାଳଙ୍କ ସାନ ପୁଅ ଶ୍ରୀକାନ୍ତ ପାଳ(୨୭)। ଶ୍ରୀକାନ୍ତ ଡ୍ରାଇଭର ଭାବେ କାମ କରନ୍ତି। ଗତକାଲି ରାତ୍ରୀ ଘରର ବାରଣ୍ତାରେ ଶୋଇଥିବା ସମୟରେ
ଏକ ବିଷଧର ସର୍ପ କାମୁଥିଲା। ପୂର୍ବାହ୍ଣ ପ୍ରଥମେ ଫୁଙ୍କାଝଡ଼ା କରିବା ପାଇଁ ଗୁରିଆବାରୀ ଗ୍ରାମକୁ ନିଆଯାଇଥିଲା। ଏହାପରେ ମଧ୍ୟଖଣ୍ତ ଓ ଦଶପଲ୍ଲା େଗାଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର େହବାରୁ ପରେ ନୟାଗଡ଼ ଓ ଭୁବେନଶ୍ବର କ୍ୟାପିଟାଲ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା।
ମାତ୍ର ଭୁବେନଶ୍ବରେର ଡ଼ାକ୍ତର ମୃତ ଘୋଷଣା କରିଥିଲେ। ଶେଷରେ ବେବଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିଲେ ପରେ ଅପରାହ୍ନ ରେ ଗାଁ ରେ
ମୃତ ଦେହ ପହଞ୍ଚିଥିଲା। ସେ ଜଣେ ଅଞ୍ଚଳର ଅମାୟିକ ବ୍ୟକ୍ତିତ୍ବ ଥିଲେ। ଗ୍ରାମର ଦଣ୍ତନାଚ ଠାରୁ ଆରମ୍ଭ କରି ରାମଲୀଳାରେ ବିଭିନ୍ନ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ଆପଣାର ହୋଇ ପାରୁଥିଲେ। ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଅଞ୍ଚଳର ଶୋକର ଛାୟା ଖେଳି ଯାଇଛି। ମଧ୍ୟଖଣ୍ଡ ଜନସାଧାରଣ, ଦଣ୍ଡନାଚର ସଦସ୍ୟ, ଦଶପଲ୍ଲା ଡ୍ରାଇଭର ମହାସଂଘ ଓ ପଞ୍ଚାୟତ ଡ୍ରାଇଭର ମହାସଂଘ ସମସ୍ତ ପ୍ରାୟ ଦୁଇହଜାର ଅଧିକ ମିଶି ନିକଟସ୍ଥ ଶ୍ୱଶାନ ନେଇ ପଞ୍ଚାଭୂତରେ ଲୀନ କରିଥିଲେ,ତୁରନ୍ତ ଉକ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।
More Stories
ଜନସ୍ବାସ୍ଥ୍ୟ ଯାନ୍ତ୍ରୀକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ଓ ନୂତନ କାର୍ଯ୍ୟକର୍ତ୍ତା ଚୟନ
ଆକାଶ ଏଜୁକେସନସ୍ ଛାତ୍ରଛାତ୍ରୀଙ୍କ ଜେଇଇ ମେଇନ୍ସରେ ବ୍ରହ୍ମପୁର ଟପ୍ପର
ବିଜେଡି ଦଳ ପରିତ୍ୟାଗ କରି ବିଜେପିର ମିଶେଲେ ୨୬ଟି ପରିବାର