ବାରିପଦା : ବନ୍ୟଜନ୍ତୁ ଅପରାଧର ବିସ୍ତୃତ ଅନୁସନ୍ଧାନ ଚାଲିଥିବା ବେଳେ ବାରିପଦା ବନ ବିଭାଗର କପ୍ତିପଦା ରେଞ୍ଜରୁ ସାତଜଣ ହାତୀଦାନ୍ତ ବେପାରୀଙ୍କୁ ଗିରଫ କରିଛନ୍ତି ବନବିଭାଗ।ଗିରଫ ଅଭିଯୁକ୍ତମାନଙ୍କ ଠାରୁ ପାଞ୍ଚଟି ହାତୀଦାନ୍ତ ମଧ୍ୟ ଜବତ୍ କରାଯାଇଛି। ଏହିପରି ଏକ ବଡଧରଣର ଚଢ଼ାଉ କରି ବନ ବିଭାଗକୁ ମିଳିଛି ବ୍ଯାପକ ସଫଳତା। ବାରିପଦା ବନବିଭାଗ ସହିତ ସିମିଳିପାଳର ସ୍ପେସାଲ୍ ଟିମ୍, ଏସ୍.ଟି.ଏଫ୍, ଜେ.ଟି.ଏଫ ମିଳିତଭାବେ ଚଢ଼ାଉ କରି ଏଇ ବଡ଼ ଧରଣର ରାକେଟକୁ ଠାବ କରିଥିଲା ବନବିଭାଗ।
ମୟୂରଭଞ୍ଜ ଜିଲ୍ଲାର ବାରିପଦା ବନଖଣ୍ଡ ଅଧିନ କପ୍ତିପଦା ରେଞ୍ଜର ବିଦ୍ୟାଧରପୁର ଗ୍ରାମରେ ଏହି ଚଢାଉ କରାଯାଇଥିଲା।ବନ ବିଭାଗର ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ଗତକାଲି ଠାରୁ ଏଇ ଜଏଣ୍ଟ ଅପରେସନ୍ ଆରମ୍ଭ କରାଯାଇଥିଲା,ଆଜି ଟିମକୁ ସଫଳତା ମିଳିଥିଲା।ବନ ବିଭାଗର ଜଣେ କର୍ମଚାରୀ ହାତୀଦାନ୍ତର ଗ୍ରାହକ ସାଜି ଏଇ ଚଢ଼ାଉ କରିଥିଲେ।ହାତୀଦାନ୍ତକୁ ବିକ୍ରି କରିବାକୁ ଏଇ ଅଭିଯୁକ୍ତ ମାନେ ଆସିଥିବା ସମୟରେ,ବନ କର୍ମଚାରୀ ମାନେ ପୂର୍ବ ଯୋଜନା ମୁତାବକ ମାଡ଼ି ବସିଥିଲେ।
ଗିରଫ ବ୍ୟକ୍ତିମାନେ ହେଲେ ନାଉରୀ ସାଏ ବୟସ-୭୦,ସାଇମଲ ସିଂ ବୟସ-୩୫,ଅଜୟ ବାରିକ ବୟସ-୪୪, ନିତ୍ୟାନନ୍ଦ ଗାଗରାଇ ବୟସ-୨୭,ସୁନୀଲ୍ ହୋ ବୟସ-୨୯,ନିରଞ୍ଜନ ବେହେରା ବୟସ-୪୬,ବୀରଭଦ୍ର ଗୀତ ବୟସ-୪୨ବର୍ଷ ହୋଇଥିବା ଆଇ.ଏଫ.ଏସ.ସମ୍ରାଟ୍ ଗୈଡାଙ୍କ ସୂଚନାରୁ ପ୍ରକାଶିତ। ଗିରଫ ବ୍ୟକ୍ତିମାନେ ମୟୂରଭଞ୍ଜ ଓ ବାଲେଶ୍ଵର ଜିଲ୍ଲାର ହୋଇଥିବା ବେଳେ ସେମାନଙ୍କ ନିକଟରୁ ଗିରଫ ସମୟରେ ପାଞ୍ଚଟି ହାତୀଦାନ୍ତ ମିଳିଛି।ବନ ବିଭାଗର ସପ୍ତାହକ ମଧ୍ୟରେ ଅନେକ ସଫଳତା ପାଇଁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା ମଧ୍ୟ କରିଛନ୍ତି।
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ