ଜଳେଶ୍ବର: ଥାନା ଅନ୍ତର୍ଗତ ଗୋବରଘାଟା ସ୍ଥିତ ଦଶହରା ପଡିଆ ନିକଟରେ ଏକତ୍ର ହୋଇ ଡକାୟତି କରିବା ପାଇଁ ଯୋଜନା କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ବର ପୋଲିସ ଟିମ ଗତକାଲି ରାତ୍ରୀ ୧.୨୦ମିନିଟ ସମୟରେ ଅତର୍କିତ ଭାବରେ ଚଢଉ କରିଥିଲା। ସେମାନଙ୍କ ନିକଟରୁ ଦୁଇଟି ପିସ୍ତଲ, ଗୋଟିଏ ଦେଶୀ ବନ୍ଧୁକ, ୧୪ରାଉଣ୍ଡ ଅଫୁଟା ଗୁଳି,ଗୋଟିଏ ଧଳା ମାରୁତି କାର,୩ ଟି ବାଇକ, ଗୋଟିଏ ଗ୍ଯାସ କଟର ସହ ସିଲିଣ୍ତର, ଲୁହା ରଡ୍, ଗୋଟିଏ ଲଙ୍କା ଗୁଣ୍ଡ ପ୍ଯାକେଟ, ୫ ଯୋଡା ଗ୍ଲୋବ୍ସ, ୩ ଯୋଡ଼ା ମଙ୍କି କ୍ଯାପ ,ଗୋଟିଏ ସ୍କୃ ଡ୍ରାଇଭର ସମେତ ନଗଦ ୩୬୦୦ ଟଙ୍କା ସମେତ ୬ଟି ଦାମୀ ମୋବାଇଲକୁ ପୋଲିସ ଜବତକରିଛି।

ଗିରଫ ହୋଇଥିବା ୭ ଜଣଙ୍କ ମଧ୍ଯରୁ ୪ ଜଣଙ୍କ ଘର ପଶ୍ଚିମବଙ୍ଗର ପଶ୍ଚିମ ମେଦିନିପୁର ଜିଲ୍ଲାରେ ହୋଇଥିବା ବେଳେ ୨ଜଣଙ୍କ ଘର ଓଡିଶାରେ ଏବଂ ଅନ୍ଯ ଜଣଙ୍କ ଘର ଦିଲ୍ଲୀରେ ବୋଲି ଜଣା ପଡିଛି।ଏହି ଡକାୟତି ଗ୍ଯାଙ୍ଗ ବିଭିନ୍ନ ଅପରାଧିକ କାର୍ଯ୍ଯକଳାପ ଏବଂ ଲୁଟ ଘଟଣାରେ ସାମିଲ ଥିବା ନେଇ ଜଳେଶ୍ବର ଥାନା ପରିସରରେ ଆଜି ଅପରାହ୍ନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ବର ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି।ସେମାନେ ବିଭିନ୍ନ ପେଟ୍ରୋଲ ପମ୍ପ, ସୁନା ଗହଣା ଦୋକାନରୁ ଜିନିଷ ଲୁଟ କରିଥାନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ବୋଲି ଏସ ପି ପ୍ରକାଶ କରିଛନ୍ତି।ଏହି ଘଟଣା ସମ୍ପର୍କରେ ଏକ ମାମଲା ବି ଏନ ଏସ ଧାରା ୩୧୦(୪),୩୧୦(୫) ମୂଳେ ଏକ ମାମଲା
୪୧୬/୨୪ ରୁଜୁ କରାଯାଇଛି ବୋଲି ସେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ।ଏହି ସାମ୍ବାଦିକ ସମ୍ମିଳନୀରେ ଜଳେଶ୍ବର ଏସଡିପିଓ ଦିଲ୍ଲୀପ କୁମାର ସାହୁ,ଆଇଆଇସି ରଞ୍ଜନ କୁମାର ସେଠୀଙ୍କ ସମେତ ଅନ୍ୟାନ୍ୟ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ।
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ