ସ୍କୁଲ ଛାତରୁ ଦୋରୋ ଦୋରୋ ପାଏନ ଗଲୁଛେ, ପାଠ ପଢା ବାଧାପ୍ରାପ୍ତ

Spread the love

କଳାହାଣ୍ଡି ଜିଲ୍ଲା ଥୁଆମୂଲ ରାମପୁର ବ୍ଲକ ଅନ୍ତର୍ଗତ କର୍ଲାପାଟ ଗ୍ରାମପଞ୍ଚାୟତ ପୁରୁଣାଗୁମା କ୍ଲଷ୍ଟର ର କୁଆଙ୍ଗ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ଛାତରୁ ବର୍ଷା ପାଣି ଗଲି ସମସ୍ତ ପାଠ ପଢା ଓ ରୋଷେଇ ଘରେ ପାଣି ଜମିବା ଯୋଗୁଁ ଛାତ୍ର ଛାତ୍ରୀ ଙ୍କ ପାଠ ପଢା ରେ ଅସୁବିଧା ହେଉଛି । ଏଥିପ୍ରତି ସ୍କୁଲ ପ୍ରଶାସନିକ ଅଧିକାରୀ କିମ୍ବା ବ୍ଲକ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆନଯିବାରୁ ଗ୍ରାମବାସୀ ମାନେ ଆଗାମୀ ଦିନରେ ଛାତ୍ର ଛାତ୍ରୀ ଙ୍କୁ ସ୍କୁଲକୁ ପଠାଇବାକୁ ଇଛା ପ୍ରକାଶ କରୁନାହାନ୍ତି ।

ଏହି କେତେ ଦିନ ହେଲାଣି ସ୍କୁଲ କର୍ତ୍ତୃପକ୍ଷ ମାନେ ମଧ୍ୟ ସଠିକ ଭାବରେ ପରିଦର୍ଶନରେ ଯାଉ ନ ଥିବା ଯୋଗୁଁ ସ୍କୁଲ ପରିଚାଳନା କମିଟି ଓ ଅବିଭାବକ ମହଲ ରେ ଅସନ୍ତୋଷ ଦେଖା ଦେଇଛି। ଏହି ସ୍କୁଲ ମରାମତି ପାଇଁ ଗତ ନିର୍ବାଚନ ପୂର୍ବରୁ “ଆମ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ଯୋଜନା ଅନୁସାରେ ଏକ ସୂଚନା ଫଳକ ବୋର୍ଡ ତିଆରି ହୋଇଛି ସତ କିନ୍ତୁ କାମ ହୋଇ ପାରିନି। ସୂଚନା ଫଳକ ଅନୁସାରେ ଶ୍ରେଣୀଗୃହ ମରାମତି ପାଇଁ ୩ ଲକ୍ଷ ଟଙ୍କାର ବଜେଟ୍ ବ୍ୟବସ୍ଥା ମଧ୍ୟ ହୋଇଅଛି।

ଏହି ବଜେଟ ଆମ ଓଡ଼ିଶା ନବୀନ ଓଡ଼ିଶା ସମୟରେ ଆସି ବର୍ତ୍ତମାନ ଆମ ଓଡ଼ିଶା ମୋହନ ଓଡ଼ିଶା ରେ ପରିବର୍ତ୍ତନ ହୋଇଗଲାଣି କିନ୍ତୁ ପୁରୁଣା କାମ ଶେଷ ହୋଇ ପାରୁନାହିଁ ଏଥି ପାଇଁ ସଂପୃକ୍ତ ଯନ୍ତ୍ରୀ ଙ୍କ ଅବହେଳା ଯୋଗୁଁ ଆମ କୋମଳମତି ଛାତ୍ର ଛାତ୍ରୀ ଙ୍କ ପାଠପଢା ରେ ବ୍ୟାଘାତ ସ୍ତୃଷ୍ଟି ହେଉଛି । ଏହି ସମସ୍ୟା ର ସମାଧାନ ନିମନ୍ତେ ଆଗାମୀ ଦିନରେ ଜିଲ୍ଲାପାଳ ଓ ଶିକ୍ଷାମନ୍ତ୍ରୀ ଙ୍କ ପାଖକୁ ଚିଠି ମାଧ୍ୟମରେ ଜଣାଇବା ପାଇଁ ନିଷ୍ପତି ନେଇଥିବା ଜଣାଇଛନ୍ତି ।

error: Content is protected !!
Breaking News