Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ସେପ୍ଟେମ୍ବର ୬ରେ କଳା ଦିବସ ପାଳିବ କୁଡୁମୀ ସେନା

Spread the love

ମୋରଡ଼ା : ୧୯୫୦ ମସିହା ସେପ୍ଟେମ୍ବର ୬ ତାରିଖ ଦିନ କୁଡୁମୀ ଜାତିକୁ ଆଦିବାସୀ ବର୍ଗ(ST)ରୁ ବାଦ୍ ଦେଇଥିବାରୁ କୁଡୁମୀ ଜାତି ପ୍ରତି ହେଇଥିବା ଐତିହାସିକ ଅନ୍ୟାୟ ପ୍ରତିବାଦ ରେ ୬ ସେପ୍ଟେମ୍ବର କଳା ଦିବସ ପାଳନ ପାଇଁ କୁଡୁମୀ ସେନା ର ପ୍ରତିଷ୍ଠାତା ରାଜ୍ୟ ସଭାପତି ଜୈମୁନୀ କୁମାର ମହାନ୍ତଙ୍କ ଆହ୍ବାନ ରେ ଶୁଳିଆପଦା ବ୍ଲକରେ କୁଡୁମୀ ସେନା ପକ୍ଷ ରୁ କଳା ଦିବସ ପାଳନ ପାଇଁ ଶୁଳିଆପଦା ବ୍ଲକର କୁଡୁମୀ ମହିଳା ସେନାର ମହିଳା ସଭାନେତ୍ରୀ ଅଞ୍ଜଳି ମହାନ୍ତ ଙ୍କ ସଭାପତିତ୍ବରେ ଓ ବଣକାଟିର ଜୟଦେବ ମହାନ୍ତଙ୍କ ନେତୃତ୍ୱ ରେ ପୂର୍ବ ବର୍ଷ ଭଳି ଏ ବର୍ଷ ମଧ୍ୟ ପଲ୍ଲୀ ରୁ ଦିଲ୍ଲୀ ପାଳନ କରାଯିବା ପାଇଁ ଶୁଳିଆପଦା ବ୍ଲକ କୁଡୁମୀ ସେନା ପକ୍ଷରୁ ତିନିଟି ସ୍ଥାନରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କୁଡୁମୀ ସେନା ପ୍ରତିଷ୍ଠାତା ରାଜ୍ୟ ସଭାପତି ଶ୍ରୀ ଜୈମୁନି କୁମାର ମହାନ୍ତ ଯୋଗଦେଇ କୁଡୁମୀ ମାନଙ୍କ ନିଜର ଅଧିକାର ହାସଲ ପାଇଁ ଚାଲିଥିବା ଆନ୍ଦୋଳନ କୁ ଜୋରଦାର କରିବାକୁ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶୁଳିଆପଦା ବ୍ଲକ୍ କୁଡୁମି ସେନାର ପ୍ରତାପ ଚନ୍ଦ୍ର ମହାନ୍ତ,ଗୟା ପ୍ରସାଦ ମହାନ୍ତ, ରମେଶ ମହାନ୍ତ , ଦୀପକ ମହାନ୍ତ, କୁଡ଼ୁମି ମହିଳା ସେନାର ବାସନ୍ତୀ ମହାନ୍ତ, ଗୁରୁବାରି ମହାନ୍ତ, ପରିଶ୍ ମହାନ୍ତ ଓ କୁଡୁମୀ ଛାତ୍ର ସେନାର ସୁମନ ମହାନ୍ତ, ରତନ ମହାନ୍ତ ପ୍ରମୁଖ ଯୋଗଦେଇଥିଲେ।

error: Content is protected !!
Breaking News