ଆଜି କୋରାପୁଟ ଜିଲ୍ଲା ପଟାଙ୍ଗୀ ନିର୍ବାଚନ ମଣ୍ଡଳୀର ସେରୁବନ୍ଦ ପର୍ବତର ଖଣି ଖନନ କାର୍ଯ୍ୟକ୍ରମର ଶୁଭାରମ୍ଭକୁ ନେଇ ଅଞ୍ଚଳବାସୀଙ୍କ ତୀବ୍ର ବିରୋଧ କରିଥିବା ଦେଖିବାକୁ ମିଳିଛି l ଦାମନଯୋଡ଼ିର ନାଲକୋ ଆଲୁମିନା କମ୍ପାନୀ ପଟାଙ୍ଗୀ ସେରୁବନ୍ଦ ପର୍ବତର ବକ୍ସlଈଟ ଖଣି ଖନନକୁ ନେଇ କେନ୍ଦ୍ର ଖଣି ମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ଶୁଭାରମ୍ଭ କରିବାକୁ ଯାଇଥିବା ବେଳେ ପଟାଙ୍ଗୀ ବ୍ଲକର ପ୍ରାୟ 6 ଗୋଟି ଗ୍ରାମପଞ୍ଚାୟତର ଲୋକେ ଥୁରିଆ ଗ୍ରାମରେ ଆସି ରାସ୍ତା ଉପରେ ବସୀ ନାଲକୋ କମ୍ପାନୀ ଗୋ ବେକ, ଜିଲ୍ଲା ପ୍ରଶାସନ ହାଏ ହାଏ ନାରାବାଜି ଦେଇ ତୀବ୍ର ବିରୋଧ କରିଥିଲେ l
ଯାହା ଫଳରେ କେନ୍ଦ୍ର ମନ୍ତ୍ରୀ ଅଧା ବାଟରୁ ପେରିଯାଇଥିବା ଦେଖିବାକୁ ମିଳିଛି l ଏହି ଘଟଣାର ଖବର ପାଇ ପଟାଙ୍ଗୀର ବିଧାୟକ ରାମଚନ୍ଦ୍ର କଡ଼ାମ ଓ କୋରାପୁଟର ବିଧାୟକ ରଘୁରାମ ମାଛ ଘଟଣା ସ୍ଥଳରେ ଆସି ଅଞ୍ଚଳବାସୀଙ୍କୁ ବୁଝା ସୁଜା କରିଥିବା ସ୍ୱେତେ କିଛି ଫଳ ମିଳିନଥିବା ଜଣାପଡିଛି l ସ୍ଥିତି ଅନୁଦ୍ୟାନ ନିମନ୍ତେ କୋରାପୁଟ ଜିଲ୍ଲାପାଳ କିର୍ଥୀ ବାସନ ଭି ଓ SP ଅଭିନଵ ସନକର ଉପସ୍ଥିତ ରହିଥିବାବେଳେ ଆଇନ ଶୃଙ୍କାଳ ନିୟନ୍ତ୍ରଣ ଲାଗି ବ୍ୟାପକ ପୋଲିସ ମୁତୟନ ରହିଥିବା ଦେଖିବାକୁ ମିଳିଛି l
More Stories
25-01-2025
ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆଙ୍କ ନୂଆପଡ଼ା ଗସ୍ତ
13.01.2025