ଦଶପଲ୍ଲା : ଆଜି ପ୍ରତ୍ୟୁଷ ୪ଘଣ୍ଟା ସମୟରେ ଦଶପଲ୍ଲା ର ରାଜମାତା କମଳ କୁମାରୀ ଦେଓଭଞ୍ଜ ଙ୍କ ୱ୍ୟାଲଟିୟର ( ବିଶାଖା ପାଟଣା) ସୂର୍ୟ ବାଗ ପ୍ୟାଲେସ ଠାରେ ୯୪ ବର୍ଷ ବୟସ ରେ ପରଲୋକ ଘଟିଛି। ସେ ହେଉଛନ୍ତି ଶେଷ ରାଜମାତା। ସେ ୧୭ ତମ ଦଶପଲ୍ଲା ର ରାଜା ସାହେବ୍ ପୂର୍ଣ୍ଣ ଚନ୍ଦ୍ର ଦେଓଭଞ୍ଜ ( ପୂର୍ବ ଭୁବନେଶ୍ୱର ସାଂସଦ) ଙ୍କୁ ବିବାହ କରିଥିଲେ। ତାଙ୍କ ବିୟୋଗ ରେ ଦଶପଲ୍ଲା ରାଜା ସାହେବ୍ ଦିଗ୍ ବିଜୟ ଦେଓଭଞ୍ଜ ଓ ରାଣୀ ପ୍ରଭାବତୀ ଦେଓଭଞ୍ଜ ଗଭୀର ଭାବେ ମର୍ମାହତ ହୋଇ ପଡିଛନ୍ତି। ଅନ୍ତିମ ଦର୍ଶନ ନିମନ୍ତେ ସୂର୍ୟାବାଗ ପ୍ୟାଲେସ ରେ ବଡ଼ ଝିଅ ପ୍ରୀତି ଦେଓ ଭଞ୍ଜ, ସ୍ୱା – ଭି କିଶୋର ସୂର୍ଯ୍ୟ ନାରାୟଣ ଦେଓ, ସାନ ଝିଅ ଉତରା ସିଂ, ସ୍ଵା – ମହି ପାଲ ସିଂହ ଙ୍କ ସମେତ ରାଜା ଦିଗ୍ ବିଜୟ ଙ୍କ ଦୁଇ ପୁତ୍ର ଯୁବରାଜ ଜୟଦିପ୍ ଓ ରଜଦିପ୍ ଉପସ୍ଥିତ ରହିଛନ୍ତି। ପୂର୍ଣ୍ଣ ରାଜକୀୟ ପରମ୍ପରା ଅନୁଯାୟୀ ଶେଷ କୃତ୍ୟ ସଂପନ୍ନ ବିଶାଖାପାଟଣା ଠାରେ କରାଯାଉଛି।
More Stories
ଆସିଲା ଆଜ୍ଞାମାଳ, ସ୍ଥାପନ ହେଲା ଶୁଭଖୁଣ୍ଟି, ଘୋଷଣା ହେଲା ଯାତ୍ରା ତାରିଖ
13.03.2025
ତାରିଖ ଗୁମର ଖଣ୍ଡନ କଲେ ବାପା ଦେଶୀବେହେରା