ଶେରଗଡ : ଗଞ୍ଜାମ ଜିଲ୍ଲା ୧୬ ଖଣ୍ଡ ଗୋପାଳ ସମାଜ ଶେରଗଡ ତାଲୁକା ପକ୍ଷରୁ ଗୋପାଳ ସମାଜର ଐତିହ୍ୟ, ସଂସ୍କୃତି, ପରମ୍ପରାକୁ ସମ୍ମାନ ଜଣାଇ ରାମଚଣ୍ଡୀ ସ୍ଥିତ ଗୋପାଳ ସମାଜ କୋଠ ଘର ଠାରେ ପାରମ୍ପରିକ ନନ୍ଦ ମହୋତ୍ସବ ପାଳିତ ହୋଈଯାଈଛି। କୃଷ୍ଣ ବଳରାମ ବେଶ ଧାରଣ କରି ପ୍ରଥମେ ଦହି ହାଣ୍ଡି ଏବଂ ପରେ ଫଗୁ ହାଣ୍ଡି ଭାଙ୍ଗିଥିଲେ। ପରେ ପ୍ରଭୁ ଶ୍ରୀକୃଷ୍ଣ ଙ୍କ ପ୍ରତିମୂର୍ତ୍ତି କୁ ପୂଜାର୍ଚ୍ଚନା କରାଯାଇଥିଲା। ପରେ ଭକ୍ତ ଏବଂ ଶ୍ରଦ୍ଧାଳୁ ଶ୍ରୀ ବିଗ୍ରହ ଙ୍କୁ ଭୋଗ ନୈବେଦ୍ୟ ଅର୍ପଣ ଏବଂ ଦର୍ଶନ କରି ବିଭୂକୃପା ଲାଭ କରିଥିଲେ। ଏହି ଅବସରରେ ଏକ ସୁସଜ୍ଜିତ ବିମାନରେ ପ୍ରଭୁଙ୍କୁ ନଗର ଭ୍ରମଣ କରାଯାଇଥିଲା। ପରିଶେଷରେ ପ୍ରସାଦ ସେବନ ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଶେରଗଡ ଗୋପାଳ ସମାଜର ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସାହାଯ୍ୟ ଓ ସହଯୋଗ କରିଥିଲେ।
More Stories
25-01-2025
ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆଙ୍କ ନୂଆପଡ଼ା ଗସ୍ତ
13.01.2025