କନିଷି ତହସିଲ ଅନ୍ତର୍ଗତ ପଞ୍ଚମା ଶ୍ରୀ ସିଦ୍ଧ ବିନାୟକ ଗଣେଶ ମନ୍ଦିରର ବିଜେ ପ୍ରତିମା ଠାକୁରଙ୍କ ଭିତର ମନ୍ଦିରର ଉତ୍ତରପାର୍ଶ୍ବ – ଦ୍ଵାର ନିକଟରେ ଶ୍ରୀଗଣେଶ ମାତୃ ବାଟିକା ଖଣି ଇସ୍ପାତ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଙ୍କ ଦ୍ଵାରା ଶୁଭ ଉଦ୍ଘାଟନ କରାଯାଇଛି। ବାଟିକା ମଧ୍ୟରେ ଏକ ପେଡ୍ ମାଆ କା ନାମ ବୃକ୍ଷ ରୋପଣ ପାଇଁ ନରେନ୍ଦ୍ର ମୋଦୀ ଙ୍କ ସ୍ବପ୍ନ କୁ ପୂରଣ କରିବା ପାଇଁ ଗଛ ପୋତା ଅଭିଯାନ ଆରମ୍ଭ କରିଥିଲେ। ଏଠାରେ ୧୦୮ ବୃକ୍ଷ ରୋପଣ କରାଯାଇଥିଲା। ମାଆ ଙ୍କ ସେବା ଭଳି ଜାଗ୍ରତ ହେବା ଆବଶ୍ୟକ। ଶ୍ରୀ ଗଣେଶ ଙ୍କ ମାଆ ଙ୍କ ନାମରେ ବୃକ୍ଷ ରୋପଣ କରାଯାଇଥିଲା।ମାଗଣା ଦର୍ଶନ ଟିକଟ ,ଖେଚୁଡ଼ି, ଲଡ଼ୁ ଇତ୍ୟାଦିର ମାଗଣା ବ୍ୟବସ୍ଥା କରାଯାଇ ଅଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପ୍ରାୟ ସାତ ଖଣ୍ଡ ଗାଁର ଲୋକଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ଏହି କମିଟି ସମସ୍ତ ପ୍ରକାରର ସୁବିଧା ଅସୁବିଧା ବିଷୟରେ ତଦାରଖ କରିବେ। ଦିବ୍ୟାଙ୍ଗ ବୁଦ୍ଧ ବୃଦ୍ଧା ମାନଙ୍କ ପାଇଁ ସ୍ବତନ୍ତ୍ର ତଥା ସେବକ ଲାଇନ୍ ବ୍ୟବସ୍ଥା କରାଯାଇଛି।ଏହାସହ ପଞ୍ଚମା ଶ୍ରୀ ଶ୍ରୀ ଗଣେଶ ଗ ଚତୁର୍ଥୀ ପୂଜା ପାଖେଇ ଆସିଲାଣି ତେଣୁ ଶ୍ରୀ ଗଣେଶ ମହାପ୍ରଭୁଙ୍କର ଦ୍ବାର ଗୁଡିକର କବାଟ ଗୁଡିକ ନୂତନ ଭାବେ ଯଥାଶୀଘ୍ର ଲଗା ଯିବ ବୋଲି କମିଟି ସଦସ୍ୟ ଗୌରୀ ସାମନ୍ତରା କହିଛନ୍ତି। ଏହି ଅବସରରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କନିଶୀ ତହସିଲଦାର କବିରାଜ ପ୍ରଧାନ, କୁକୁଡ଼ାଖଣ୍ଡି ତହସିଲଦାର ସପନ କୁମାର ସାହୁ, ରଙ୍ଗେଇଲୁଣ୍ଡା ଗୋଷ୍ଠି ଉନ୍ନୟନ ଅଧିକାରୀ ଅଂଶୁମାନ ମହାପାତ୍ର, ରାସ୍ତା କୋଠାବାଡ଼ି ମୁଖ୍ୟ ଯନ୍ତ୍ରୀ ସୋମନାଥ ତ୍ରିପାଠୀ, ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, କାହ୍ନୁ ଚରଣ ପତି,ସମାଜ ସେବୀ ସୁନୀଲ କୁମାର ପାତ୍ର, ସରୋଜ ସାବତ, ରାଜେଶ ସାହୁ, ଟୁନା ଜେନା, ଜଗମୋହନ ପାତ୍ର, ଗଙ୍ଗାଧର ଶତପଥି, କୈଳାଶ ମହାନ୍ତି, ଲକ୍ଷ୍ମୀ ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ।
More Stories
Saraswati Vidya Mandir Higher Secondary School, Nilakanth Nagar, has achieved a record in science and commerce exams
ରାଜା ସାହିରେ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ, ଉତ୍ତମ ଚିକିତ୍ସା ପାଇଁ ମେଡିକାଲ୍ ସ୍ଥାନାନ୍ତର
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ