Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

ଶ୍ରୀମନ୍ଦିର ରେ ଶ୍ରୀକୃଷ୍ଣ ଲୀଳା ଆରମ୍ଭ

Spread the love

ପୁରୀ ୨୭/୮ ଗତକାଲି ଥିଲା ଜନ୍ମାଷ୍ଟମୀ।କୃଷ୍ଣଙ୍କ ଜନ୍ମ ପରେ ଶ୍ରୀମନ୍ଦିର ରେ ଶ୍ରୀକୃଷ୍ଣ ଲୀଳା ଆଜି ଠାରୁ ଆରମ୍ଭ ହୋଇଛି।ଏହି ପରମ୍ପରା ବର୍ଷ ବର୍ଷ ଧରି ଶ୍ରୀମନ୍ଦିର ରେ ପ୍ରଚଳିତ ହୋଇ ଆସୁଛି।ଶ୍ରୀକୃଷ୍ଣ ଙ୍କ ଚରିତ ରେ ଜନ୍ମ ଠାରୁ କଂସ ବଧ ପର୍ଯ୍ୟନ୍ତ ବିଭିନ୍ନ ଲୀଳା କୁ ପୁରୀ ର ଆଠ ସାହି ପ୍ରଦର୍ଶନ କରିବେ।ଶେଷ ଦିନ ସେପ୍ଟେମ୍ବର ୧୩ ତାରିଖରେ ସିଂହଦ୍ୱାର ନିକଟରେ ଏକ ଭବ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ମଥୁରା ନଗର ଓ କଂସ ବଧ ଅନୁଷ୍ଠିତ ହେବ।ଏହି ସମସ୍ତ କାର୍ଯ୍ୟକ୍ରମ କୁ ଶାନ୍ତି, ଶୃଙ୍ଖଳା ଓ ପରମ୍ପରା ଅନୁଯାୟୀ ପାଳନ କରାଯିବା ପାଇଁ ଏକ ସମନ୍ୱୟ ବୈଠକ ଆଜି ଅପରାହ୍ନ ରେ ଜିଲ୍ଲାପାଳ ଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଅଧ୍ୟକ୍ଷତା କରିବା ସହ ମହାପ୍ରଭୁଙ୍କ ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖି ଏହାକୁ ସମସ୍ତ ଙ୍କ ସହଯୋଗ ରେ ସୁନ୍ଦର ଭାବେ ଆୟୋଜନ କରିବାକୁ ଅନୁରୋଧ କରିଥିଲେ।ମହାପ୍ରଭୁଙ୍କ ଏହି ଦିବ୍ୟ ଲୀଳାର କାର୍ଯ୍ୟକ୍ରମ ରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଯେପରି ଅଧିକ ସଂଖ୍ୟାରେ ଯୋଗ ଦେଇ ଏହାକୁ ପ୍ରତ୍ୟକ୍ଷ୍ୟ କରିବେ ସେଥିପାଇଁ ସେ ଅନୁରୋଧ କରିଥିଲେ।ଏହି ବୈଠକରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ପୁରୀ ପୌରପାଳିକା ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଛତିଶା ନିଯୋଗ ର ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, କୁଣ୍ଢେଇବେଣ୍ଟ ସାହି ର ନାରାୟଣ ମହାପାତ୍ର, ଦୋଳମଣ୍ଡପ ସାହିର ରାମଚନ୍ଦ୍ର ଦାସ ମହାପାତ୍ର, ହରଚଣ୍ଡୀ ସାହିର ଦିନବନ୍ଧୁ ପ୍ରତିହାରୀ, ନାରାୟଣ ମହାପାତ୍ର, ଗୌଡବାଡ଼ ସାହିର ଦାମୋଦର ମହାପାତ୍ର, ମାଟି ମଣ୍ଡପ ସାହିର ଶ୍ୟାମ ସୁନ୍ଦର ମହାପାତ୍ର, ମାର୍କଣ୍ଡେଶ୍ୱର ସାହିର ରବି ନାରାୟଣ ଦାସ,ମଧୁସୂଦନ ସିଂହାରୀ,ହରେକୃଷ୍ଣ ସିଂହାରୀ,ନାରାୟଣ କୋଠରୀ, ଯୋଗେନ୍ଦ୍ର ନାୟକ,ମିଳିତ ସମନ୍ୱୟ ସମିତିର ଯୁଗ୍ମ ସଂପାଦକ ଚକ୍ରଧର ମହାପାତ୍ର,ସଂଯୋଜକ ନରେନ୍ଦ୍ର କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।
ଆଜି ପ୍ରଥମ ଦିନ ରେ ଶ୍ରୀକୃଷ୍ଣ ଲୀଳାର ଅଂଶବିଶେଷ ମାର୍କଣ୍ଡେଶ୍ୱର ସାହିରେ ପୁତନା ବଧର ବ୍ୟବସ୍ଥା ହୋଇଛି।ଚଳିତ ମାସ ୨୮ ତାରିଖରେ ବାଲିସାହି ପକ୍ଷରୁ ବକାସୁର ବଧ ଓ ହରଚଣ୍ଡୀ ସାହି ପକ୍ଷରୁ ଅଘାସୁର ବଧ,୨୯ ତାରିଖରେ କୁଣ୍ଢେଇ ବେଣ୍ଟ ସାହି ପକ୍ଷରୁ ଧେନୁକାସୁର ବଧ,୩୦ ତାରିଖରେ ଦୋଳମଣ୍ଡପ ସାହି ପକ୍ଷରୁ ପ୍ରଳମ୍ବାସୁର ବଧ,୩୧ ତାରିଖରେ ଗୌଡବାଡ଼ ସାହି ପକ୍ଷରୁ ଅନ୍ନପ୍ରଥା ପ୍ରସ୍ତାବ, ସେପ୍ଟେମ୍ବର୪ ତାରିଖରେ ମାଟି ମଣ୍ଡପ ସାହି ପକ୍ଷରୁ ଦାବାଗ୍ନି ଲୀଳା,୯ ତାରିଖରେ ମାର୍କଣ୍ଡେଶ୍ୱର ସାହି ପକ୍ଷରୁ ବିମ୍ବାସୁର ବଧ,୧୦ ତାରିଖରେ କାଳିକାଦେବୀ ସାହି ପକ୍ଷରୁ କେକେଶୀ ବଧ ଓ ୧୩ ତାରିଖରେ କଂସ ବଧ ଓ ମଥୁରା ବିଜୟ ଅନୁଷ୍ଠିତ ହେବ ବୋଲି ଆଠ ସାହି ଆଖଡା ମିଳିତ ସମନ୍ୱୟ ସମିତି ପକ୍ଷରୁ ସୂଚନା ମିଳିଛି।

error: Content is protected !!
Breaking News