ବରିଷ୍ଠ ଚିକିସ୍ଛକ ଡଃ ଦୀନେଶ ପେଣ୍ଡାରକରଙ୍କ ଦ୍ୱାରା ମେଡିକାଲ ଅଧିକାରୀ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ତାଲିମ ପ୍ରଦାନ
ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ରକ୍ତ ଶିକୁଳି ରକ୍ତହୀନତା ବା ସିକିଲ ସେଲ ନିରାକରଣ ସମ୍ବନ୍ଧୀୟ ଆବଶ୍ୟକୀୟ କାର୍ଯ୍ୟାବଳୀ ନିମିତ୍ତ ଜିଲ୍ଲାର ସମସ୍ତ ମେଡିକାଲ ଅଧିକାରୀଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି ତାଲିମ ଶିବିର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତଥା ଜାତୀୟ ସ୍ୱାସ୍ଥ୍ୟ ମିଶନ ତତ୍ୱାବଧାନରେ, ସ୍ଥାନୀୟ ପ୍ରୟାସ ହଲ ଠାରେ ଅନୁଷ୍ଠିତ ହୋଇଥିଲା | ଏହି ତାଲିମ ଶିବିର ତଥାସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଯୋଗ ଦେଇଥିବା ବେଳେ ବରିଷ୍ଠ ଚିକିସ୍ଛକ ଡଃ ଦୀନେଶ ପେଣ୍ଡାରକର, ସର୍ବୋଦୟ ହସ୍ପିଟାଲ, ଫରିଦାବାଦ ଏହି ପରିପ୍ରେକ୍ଷୀରେ ଉପସ୍ଥିତ ସମସ୍ତ ମେଡିକାଲ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବା ସହିତ ଜିଲ୍ଲାରେ ସିକିଲ ସେଲ ନିରାକରଣ ଦିଗରେ ନିଆ ଯାଉଥିବା ପଦକ୍ଷେପ ବିଷୟରେ ନିରୀକ୍ଷଣ କରିଥିଲେ|
ଏହି ସମୀକ୍ଷା ବୈଠକ ତଥା ତାଲିମ ଶିବିରକୁ ଉଦ୍ଘାଟନ କରି ଜିଲ୍ଲାପାଳ ଶ୍ରୀ ଶିନ୍ଦେ କହିଥିଲେ ଯେ ଜିଲ୍ଲା ସ୍ତରରେ ଏହି ରୋଗର ନିରାକରଣ ପାଇଁ ଡାଟାବେସ ତିଆରି କରାଯାଇ ତ୍ୱରିତ ସ୍ୱାସ୍ଥ୍ୟଯତ୍ନ ନିଆ ଯିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆ ଯାଉଛି | ଏହି ସମସ୍ତ ସହିତ, ଦୁରାନ୍ତରେ ଥିବା ରୋଗୀ ମାନଙ୍କର ସ୍ୱାସ୍ଥ୍ୟବସ୍ଥା, ଆଶା ଏବଂ ଅଙ୍ଗନବାଡି କର୍ମୀ ମାନଙ୍କ ଦ୍ୱାରା ସାମୟିକ ନିରୀକ୍ଷଣ, ଆବଶ୍ୟକୀୟ ସ୍ୱାସ୍ଥ୍ୟ ସୁବିଧା ଯୋଗାଇଦେବା ଆଦି ପ୍ରଶାସନ ଏହାର ପ୍ରତ୍ୟେକ ରିପୋର୍ଟକୁ ତର୍ଜମା କରି ଏହି ଦିଗରେ କିଭଳି ଆହୁରି ଅଧିକ କାର୍ଯ୍ୟକାରିତା ବଢିବା, ସେଥିପାଇଁ ଚେଷ୍ଟିତ| ଏହି କର୍ମଶାଳା ତଥା ସମୀକ୍ଷା ବୈଠକରେ ସମସ୍ତ ମେଡିକାଲ ଅଧିକାରୀଙ୍କ ଯୋଗଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଡଃ ପେଣ୍ଡାରକରଙ୍କ ଭଳି ବର୍ଷିଆନ ଏବଂ ଅଭିଜ୍ଞ ଚିକିତ୍ସକଙ୍କ ଠୁ ଅନେକ କିଛି ଶିଖିବାକୁ ମିଳିବ ବୋଲି ଶ୍ରୀ ଶିନ୍ଦେ କହିଥିଲେ| ସୂଚନା ଥାଉକି ଏହି ଜିଲ୍ଲା ସ୍ତରୀୟ କର୍ମଶାଳା ଆସନ୍ତା କାଲି ମଧ୍ୟ ଅନୁଷ୍ଠିତ ହେବ , ଯେଉଁଥିରେ ଏହି ଦୁଇ ଦିନରେ ସମୁଦାୟ 597 ଜଣ ମେଡିକାଲ ଅଧିକାରୀ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସାମିଲ ହେବେ|
ଏହି ସମୀକ୍ଷା ବୈଠକ ତଥା ତାଲିମ ଶିବିରରେ ସିକଲସେଲ ରୋଗ ଏବଂ ଏହାର ନିରାକରଣ ଉପରେ ସ୍କ୍ରିନିଙ୍ଗ, ଟେଷ୍ଟିଂ ଏବଂ ଶିକ୍ଷା ପ୍ରଦାନ କରାଯିବ | ସୂଚନା ଅନୁସାରେ , 2023-24 ବର୍ଷରେ ଜିଲ୍ଲାରେ ସମୁଦାୟ 2,53,445 ଜଣଙ୍କ ମଧ୍ୟରୁ 2,35,816 ଜଣଙ୍କର ସ୍କ୍ରିନିଙ୍ଗ ଏବଂ ଟେଷ୍ଟିଂ ସମାପ୍ତ ହୋଇଛି ଯାହା 93 ପ୍ରତିଶତ କାର୍ଯ୍ୟକାରୀ ହୋଇପାରିଛି, ଫଳରେ ଜିଲ୍ଲାରେ ସିକିଲ ସେଲ ପଜିଟିଭ ରୋଗୀଙ୍କ ସଂଖ୍ୟା 1000କୁ କମି ଆସିଛି| ଆଜିର ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ଅଭୟ କୁମାର ଦାଶ, ଅତିରକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ବିଜୟ କୁମାର ଦାଶ, ଅତିରକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ଲେପ୍ରୋସି ବିଭାଗ) ଡଃ ଶାନ୍ତନୁ କୁମାର ଦାଶ, ଡଃ ପ୍ରଣବ ଶଙ୍କର ଦାଶ, ବରିଷ୍ଠ ଚିକିତ୍ସକ, ଡଃ ଘାସିରାମ ମୁର୍ମୁ , ଡିପିଏଚଓ ଜିଲ୍ଲା ପ୍ରକଳ୍ପ ସଂଯୋଜକ (ଡିପିଏମ), ଜାତୀୟ ସ୍ୱାସ୍ଥ୍ୟ ମିଶନ, ଶ୍ରୀ ପ୍ରଭୁ ପ୍ରତ୍ୟନ୍ତ ପତିଙ୍କ ସମେତ ଜିଲ୍ଲାର ସମସ୍ତ ମେଡିକାଲ ଅଧିକାରୀ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଯୋଗ ଦେଇଥିଲେ|
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ