ପଡିଆ : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ ଥିବା ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ନିର୍ମାଣାଧିନ ଶ୍ରେଣୀଗୃହ କାର୍ଯ୍ୟରେ ଶିଶୁ ଶ୍ରମିକ ନିୟୋଜିତ ହୋଇଥିବା ଦେଖିବାକୁ ମିଳିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ – ଖ ପକ୍ଷ୍ୟରୁ ଏଠାରେ ନିର୍ମାଣାଧିନ ଅତିରିକ୍ତ ଶ୍ରେଣୀ ଗୃହ କାର୍ଯ୍ୟରେ ଏହି ଶିଶୁ ଶ୍ରମିକ ଜଣଙ୍କ ନିୟୋଜିତ ହୋଇଥିବା ଦେଖିବାକୁ ମିଳିଛି। ଆଜି ଦ୍ଵିପହର ସମୟରେ ନିର୍ମାଣାଧିନ ଏହି କାମରେ ଗୋଲାଗୁଡା ଗ୍ରାମର ଜଣେ ଶିଶୁ ବାଲି, ସିମେଣ୍ଟ ମିଶାଇ ପ୍ଲାଷ୍ଟର କାମ ପାଇଁ ଆବଶ୍ୟକୀୟ ଉପକରଣ ଯୋଗାଉଥିବା ଦେଖିବାକୁ ମିଳିଥିଲା। ଶିଶୁ ଜଣଙ୍କ ଦୈନିକ ଆଠ ଘଣ୍ଟା ଏହିଭଳି କାମରେ ନିୟୋଜିତ ହୋଇ ଦୈନିକ ମଜୁରୀ ପାଉଥିବା ଜଣାପଡିଛି।
ଶିଶୁ ଶ୍ରମିକ ରୋକିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ବିଭିନ୍ନ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ କରାଯାଉଥିଲେ ମଧ୍ଯ ବ୍ଲକ ସଦର ମହକୁମାରେ ଏଭଳି ଶିଶୁ ଶ୍ରମିକର ଚିତ୍ର ବିଭାଗୀୟ ଅଧିକାରୀଙ୍କ ଉଦାସୀନତାକୁ ପଦାରେ ପକାଉଛି। ଅନ୍ୟପଟେ ପୂର୍ବରୁ ଚାଇଲ୍ଡ ଲାଇନ ଭଳି ସଂସ୍ଥା ପକ୍ଷରୁ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଉଥିଲା ବେଳେ ବର୍ତ୍ତମାନ ସମୟରେ ସେଭଳି ଚଢାଉ କିମ୍ବା ଉଦ୍ଧାର କାର୍ଯ୍ୟ କରାଯାଉ ନଥିବାରୁ ଗ୍ରାମାଞ୍ଚଳରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ସାଧାରଣରେ ମତ ପ୍ରକାଶ ପାଇଛି। ଏପରି ସ୍ଥିତିରେ ଶିଶୁ ବିଭାଗ ପକ୍ଷ୍ୟରୁ ତୁରନ୍ତ ପଡିଆ ଆଂଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନିୟୋଜିତ ଶିଶୁ ଶ୍ରମିକୁ ଉଦ୍ଧାର କରି ଥଇଥାନ କରିବା ସହ ଶିଶୁ ଶ୍ରମିକ ନିୟୋଜିତ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହୋଇଛି।
More Stories
25-01-2025
ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆଙ୍କ ନୂଆପଡ଼ା ଗସ୍ତ
13.01.2025