ପାଟଣା: ପାଟଣା ବ୍ଲକ ମୁଖ୍ୟାଳୟ ରେ ପାଟଣା ଥାନା ଓ ପୁରୁଣା ଡାକ ବଙ୍ଗଳା ମଧ୍ୟ ବର୍ତ୍ତି ସ୍ଥାନ ରେ ୨୦୨୧ ରେ ଏକ ଶୌଚାଳୟ ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।ଏହାର ନିର୍ମାଣ କାମ ମଧ୍ୟ ସରିଛି।ବୋରିଂ କରାଯାଇ ନଳକୂପ ସ୍ଥାପନ ସହ ବିଦ୍ୟୁତ ସଂଯୋଗ ମଧ୍ୟ କରାଯାଇଛି।ବଡ଼ ପାଟଣା ପଞ୍ଚାୟତ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପାଟଣା ବଜାର ଅଞ୍ଚଳ ରେ ଏହା ସ୍ଥାପନ କରାଯାଇଥିବାରୁ ଏହାର ଗୁରୁତ୍ୱ ରହିଛି।ଥାନା ଡାକ୍ତରଖାନା ଓ ହାଟ ସାଙ୍ଗ କୁ ପ୍ରତ୍ୟହ ଏଠାରୁ ଭିଭିନ୍ନ ସ୍ଥାନ କୁ ବସ ରେ ଯିବାକୁ ଅପେକ୍ଷାରତ ଯାତ୍ରୀ ମାନଙ୍କ ସହ ବଜାର ଅଞ୍ଚଳ ବ୍ୟବସାୟୀ ଙ୍କ ପାଇଁ ସୁବିଧା ହାଟୁଆ ଙ୍କ ନିମନ୍ତେ ଏକ ଶୌଚାଳୟ ନିହାତି ଆବଶ୍ୟକ ଥିବାରୁ ଏହା ନିର୍ମାଣ କରାଯାଇଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ କରାଯାଉନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ଏ ନେଇ ବଡ଼ ପାଟଣା ସରପଞ୍ଚ ବିନତି ବାନରା ଙ୍କୁ ଯୋଗାଯୋଗ କରାଯିବାରୁ ସେ ତାଙ୍କ ଉତ୍ତରରେ ପଞ୍ଚାୟତ ରେ ପାଣ୍ଠି ନଥିବାରୁ ଆଉ କିଛି ବଳକା କାମ ବିଳମ୍ବିତ ହେଉଥିବା ଘଟଣା କୁ ସ୍ୱୀକାର କରିଛନ୍ତି।
More Stories
19-9-2024
18-9-2024
ରେଳବାଇର ସମୟ ସାରଣୀକୁ ନେଇ କେନ୍ଦୁଝରବାସୀ ଅସନ୍ତୁଷ୍ଟ।