କନ୍ଧମାଳ ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ପ୍ରଥମ ଥର ଲାଗି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ,ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ତୁମୁଡିବନ୍ଧ ଜଲେଶପଟ୍ଟା ସ୍ଥିତ ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମ ପରିଦର୍ଶନ କରିଛନ୍ତି ! ପ୍ରଥମେ ମନ୍ତ୍ରୀ ପହଂଚିବା ପରେ କନ୍ୟାଶ୍ରମର ଛାତ୍ରୀ ମାନେ ତାଙ୍କୁ ଫୁଲ ଚନ୍ଦନ ଦେଇ ବେଦ ମନ୍ତ୍ରରେ ସ୍ୱାଗତ କରିଥିଲେ ! ଏହାପରେ ମନ୍ତ୍ରୀ ଵ୍ରହ୍ମଲୀନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ କରିବା ସହ ଶ୍ରଦ୍ଧାସୁମନ ଜଣାଇଥିଲେ ! ଏହି ଅବସରରେ ଆଶ୍ରମ ତରଫରୁ ଆୟୋଜିତ ସ୍ମୃତି ସଭାରେ ମନ୍ତ୍ରୀ ଯୋଗ ଦେଇ ସ୍ବାମୀଜୀଙ୍କୁ ସ୍ମୃତି ଚାରଣ କରିଥିଲେ ! ବହୁ ପୂର୍ବରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ତାଙ୍କୁ ଭବିଷ୍ୟତରେ ଜଣେ ରାଜନେତା ହୋଇ ଲୋକଙ୍କ ସେବା କରିବୁ ବୋଲି ଭବିଷ୍ୟବାଣୀ କରିଥିଲେ ! ଯାହା କି ଆଜି ତାହା ସତ ପ୍ରମାଣିତ ହୋଇ ପାରିଛି ବୋଲି ମନ୍ତ୍ରୀ ସଭାରେ କହିଥିଲେ ! ଆତତାୟୀ ମାନେ ତାଙ୍କୁ ଯେଉଁଭଳି ଭାବେ ନିର୍ମମ ହତ୍ୟା କଲେ, ତାହା ଆମକୁ ବହୁତ କଷ୍ଟ ଦେଇଛି, ତାଙ୍କର ବଳିଦାନକୁ ଆମେ କେବେ ଭୁଲି ପାରିବା ନାହିଁ ! ତାଙ୍କୁ ଯେଉଁ କୋଠରୀରେ ଆତତାୟୀ ହତ୍ୟା କରିଛନ୍ତି, ତାହାର ଚିହ୍ନ ଏବେ ବି ସେହି କାଳ ରାତ୍ରିର ଘଟଣାକୁ ମନେ ପକେଇ ଦେଉଛି ! ଏଣୁ ଆମେ ସମସ୍ତେ ମିଶି ଧର୍ମ ଓ ରାଷ୍ଟ୍ରର ରକ୍ଷା କଲେ ଆମେ ରହିବା, ଏଣୁ ସେହି ହିସାବରେ ଆମକୁ କାମ କରିବାକୁ ପଡିବ ବୋଲି ମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ ! ଏହା ସହିତ ଆଶ୍ରମରେ ରହୁଥିବା ଛାତ୍ରୀଙ୍କ ଲାଗି ମନ୍ତ୍ରୀ ଚାଉଳ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ! ୨୦୧୯ ମସିହା ଠାରୁ ଆଶ୍ରମକୁ ଚାଉଳ ଯୋଗାଣ ବନ୍ଦ ରହିଥିଲା, ଏ ନେଇ ଆଶ୍ରମ ପରିଚାଳକ ସ୍ୱାମୀଜୀ ମୁକ୍ତାନନ୍ଦ ପୁରୀ ମନ୍ତ୍ରୀଙ୍କୁ ପୂର୍ବରୁ ଅବଗତ କରିଥିଲେ, ଯାହାକି ମନ୍ତ୍ରୀ ଏହି ସଭାରେ ଛାତ୍ରୀଙ୍କ ଲାଗି ଚାଉଳ ତୁରନ୍ତ ମିଳିବ ବୋଲି କହିଥିଲେ ! ଏହା ବ୍ୟତୀତ ଆଶ୍ରମର ଯେଉଁ ସବୁ ସମସ୍ୟା ଅଛି, ତାହାକୁ ତୁରନ୍ତ ସମାଧାନ କରାଯିବ ବୋଲି କହିଥଲେ ! ପ୍ରଥମ ଥର ଲାଗି ମନ୍ତ୍ରୀ ଆଶ୍ରମ ଆସି ଵ୍ରହ୍ମଲୀନ ସ୍ବାମୀଜୀଙ୍କୁ ଦର୍ଶନ କରିବା ସହ ଏଠାରେ ପାଦ ଦେଇଥିବାରୁ ନିଜକୁ ଧନ୍ୟ ମନ୍ୟ କରୁଛି ବୋଲି କହିଥିଲେ ! ଏହା ସହ ଗତ ସରକାର ୨୪ ବର୍ଷ ଧରି କ୍ଷମତାରେ ରହିଥିଲେ ମଧ୍ୟ ଚାଷ ଓ ଚାଷୀଙ୍କ ଲାଗି କୌଣସି ଭିତ୍ତିଭୂମି ତିଆରି କଲେ ନାହିଁ, ଯେଉଁଥି ପାଇଁ ଆଜି ରାଜ୍ୟରେ ଆଳୁ ସଙ୍କଟ ଦେଖାଗଲା ବୋଲି କହିଥିଲେ ! ଆଳୁ ଓ ପିଆଜ ଭଳି ସଙ୍କଟରୁ ଦୁରେଇ ରହିବା ଲାଗି ସରକାର ପ୍ରତି ଉପଖଣ୍ଡରେ ଶୀତଳ ଭଣ୍ଡାର ନିର୍ମାଣ ସହ ଚାଷୀଙ୍କୁ ସବୁ ପ୍ରକାରର ସୁବିଧା ଯୋଗାଇ ଦେବାକୁ ଏ ସରକାର କାମ କରୁଛି, ଏଣୁ ଆଗାମୀ ଦିନରେ ରାଜ୍ୟକୁ ଆଳୁ ଓ ପିଆଜ ଭଳି ସଂକଟରୁ ମୁକ୍ତି ମିଳିବ ବୋଲି କହିଥିଲେ ! ମନ୍ତ୍ରୀଙ୍କ ଗସ୍ତ ସମୟରେ ଆଶ୍ରମ ପରିଚାଳକ ସ୍ୱାମୀ ମୁକ୍ତାନନ୍ଦ ପୁରୀ, ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ, ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ, ନେତ୍ର ମାନସେଠ, ବିଜେପି ନେତା ଆଦିକନ୍ଦ ପଟନାୟକ, ଦିବାକର ସାହୁ, ସହକାରୀ ଉପ- ଜିଲ୍ଲାପାଳ ଧିରଜ କୁମାର ପାତ୍ର, ରାଜେନ୍ଦ୍ର ନାରାୟଣ ସେନାପତି, ଯୋଗାଣ ଅଧିକାରୀ ମଳୟ ମେହେର, ରଞ୍ଜିତ କୁମାର ସାହୁଙ୍କ ସମେତ ଅଂଚଳର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ ! ମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ତୁମୁଡିବନ୍ଧ ଥାନା ଭାରପ୍ରାପ୍ତ ଅଧିକାରୀ ଆଶୁତୋଷ ଜେନା ସୁରକ୍ଷାକୁ କଡାକଡି କରିଥିଲେ !
More Stories
19-9-2024
18-9-2024
ରେଳବାଇର ସମୟ ସାରଣୀକୁ ନେଇ କେନ୍ଦୁଝରବାସୀ ଅସନ୍ତୁଷ୍ଟ।