Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

ଶ୍ରମ କାର୍ଯ୍ୟାଳୟରେ ଧାରଣା

Spread the love

ନୟାଗଡ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଆଗରେ ନୟାଗଡ ଜିଲ୍ଲା ଟ୍ରେଡ଼ ୟୁନିଅନ ସମନ୍ୱୟ କମିଟି 13 ଦଫା ଦାବି ନେଇ ଧାରଣା ଦେଇଛି ଦାବି ଗୁଡିକ -ଶ୍ରମିକ ସଂଗଠନରେ ନିଯୁକ୍ତି ପ୍ରମାଣପତ୍ର ଥାଇ, ପଞ୍ଜିକୃତ ନିର୍ମାଣ ଶ୍ରମିକର ପଞ୍ଜିକରଣକୁ ରଦ୍ଦ କରିବା କାର୍ଯ୍ୟରୁ ନିବୃତ ରହିବା,ଶ୍ରମିକ ନିଯୁକ୍ତି ପ୍ରମାଣପତ୍ର ଥାଇ ପଞ୍ଜିକରଣ ପାଇଁ ଦରଖାସ୍ତ କରିଥିବା ଆବେଦନକାରିକୁ ତୁରନ୍ତ ପଞ୍ଜିକୃତ କରିବା, ଅଣ -ସଂଗଠିତ ଶ୍ରମିକ ଅଫଲାଇନ ଓ ଅନଲାଇନ ଆବେଦନ ଗୁଡିକୁ (ପଞ୍ଜିକରଣ ଓ ସହାୟତା )ତୁରନ୍ତ ଫଇସଲା କରିବା, ଅନଲାଇନ ଆବେଦନକାରୀଙ୍କୁ ଅଫିସ ଡକାଇ ଆର୍ଥିକ ଓ ଶାରୀରିକ ପୀଡା ଦେବାରୁ ନିବୃତ ରହିବା, ସରଜମୀନ ତଦନ୍ତ ନକରି ପଞ୍ଜିକରଣ ବା ରେନୁଆଲ ବାତିଲ ବନ୍ଦ କରିବା, ରାଜ୍ୟ ନିର୍ମାଣ ଶ୍ରମିକ ଆଇନ ଅନୁସାରେ ମୃତ୍ୟୁ ସହାୟତା 60 ଦିନ ମଧ୍ୟରେ ଓ ଅଣସଂଗଠିତ ଶ୍ରମିକର 30 ଦିନ ମଧ୍ୟରେ ସହାୟତା ପ୍ରଦାନ କରିବା, ସରକାରଙ୍କ କଲ୍ୟାଣମୂଳକ କାର୍ଯ୍ୟରେ ଅନ୍ତରାୟ ସୃଷ୍ଟି ନକରିବା,ପ୍ରଭାଗୀୟ ଶ୍ରମ ଆଯୁକ୍ତ ପୁନରାବୃତ୍ତି ଥିବା ପୁନଃ ଚାଲୁ କରିବାକୁ ଅନୁମତି ପ୍ରଦାନ ବେଳେ ତାଙ୍କୁ ପୁନଶ୍ଚ ବାତିଲ ନକରିବା,ପୁନରାବୃତ୍ତି ସମୟରେ ଅର୍ଥରାଶି ନେବାରୁ ନିବୃତ ରହିବା, 2017ମସିହାରୁ 22ହଜାର ଦରଖାସ୍ତକାରୀଙ୍କୁ ତୁରନ୍ତ ପଞ୍ଜିକରଣ ପ୍ରମାଣପତ୍ର କରିବା, 2016ମସିହାରୁ ଆବେଦନ କରିଥିବା ବିବାହ ଓ ମୃତ୍ୟୁକାଳୀନ ସହାୟତା ତୁରନ୍ତ ପ୍ରଦାନ କରିବା, ଗତ 19-7-2024ରେ ସହାୟତା ଘୋଷଣା କରାଯାଇଥିବା ହିତାଧିକାରୀଙ୍କ ଆକାଉଣ୍ଟକୁ ତୁରନ୍ତ ପ୍ରଦାନ କରିବା,ସରକାରଙ୍କ ଗାଇଡ଼ ଲାଇନ ଥିବା ସତୁୟେ ଜିଲ୍ଲା ଶ୍ରମ ଅଧିକାରୀ ସୁଧୀର କୁମାର ସାହୁ ଅଣ ଦେଖା କରି ଚାଲିଛନ୍ତି ବୋଲି ଧାରଣାର ନେତୃତ୍ୱ ନେଇଥିବା ଟ୍ରେଡ଼ ୟୁନିଅନ ସଭାପତି ଶୂନ୍ୟଜୟୀ ମିଶ୍ର ସମ୍ପାଦକ ବସୁଦେବ ମହାନ୍ତି ଖୋଭ ପ୍ରକାଶ କରିଥିଲେ ଯଦି ନିର୍ମାଣ ଶ୍ରମିକଙ୍କ ସମସ୍ୟା ସମାଧାନ କରାନଯାଏ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ଚେତାବନୀ ଦେଇଛନ୍ତି 1

error: Content is protected !!
Breaking News