ଗୁମ୍ମା -ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଶ୍ରମିକ ସମବାୟ ସମିତି ପକ୍ଷରୁ ଗୁମ୍ମା ବିଡ଼ିଓ ଶ୍ରୀ ଆକାଶ କୁମାର ପଣ୍ଡା ଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଏହି ସ୍ମାରକ ପତ୍ର ପ୍ରଦାନ ସମୟରେ ଶ୍ରମିକ ସମବାୟ ସମିତି ମୁଖ୍ୟ କର୍ମକର୍ତ୍ତାଙ୍କ ମାନେ ସମାଜର ଶ୍ରମିକ, ଗରିବ, ଖଟିଖିଆ ତଥା ଅବହେଳିତ ଶ୍ରେଣୀର ଜନସାଧାରଣ ଙ୍କ ଧାର୍ମିକ, ସାମାଜିକ, ଅର୍ଥନୈତିକ ଓ ଦୈନନ୍ଦିନ ଜୀବନ ଶୈଳୀ ର ବିକାଶ ନିମନ୍ତେ ଶ୍ରମିକ ସମବାୟ ସମିତି ର ଗୁରୁତ୍ଵ ଓ ମହତ୍ତ୍ଵ ସମ୍ବନ୍ଧରେ ଆଲୋଚନା କରିଥିଲେ।
ଗୁମ୍ମା ବିଡ଼ିଓ ଶ୍ରୀ ଆକାଶ କୁମାର ପଣ୍ଡା ଶ୍ରମିକ ସମବାୟ ସମିତି ର ଏହି ପରି ପଦକ୍ଷେପ କୁ ସ୍ଵାଗତ କରିବା ସହ ଗୁମ୍ମା ବ୍ଲକର ୨୦ ଗୋଟି ପଂଚାୟତ ରେ ଏହି ବିକାଶମୂଳକ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଗୁମ୍ମା ବ୍ଲକ ସହ ଶାଖା ପରିଚାଳକ ଶ୍ରୀ ହୋସେୟ କାର୍ଜୀ, ବିରାଗ କେଶରୀ ଲିମା, ମନୋନିତା ମଣ୍ଡଳ, ମିଟୁ ମଣ୍ଡଳ, ପ୍ରତାପ ରାଇକା ଏବଂ ବିଟୁ ପରିଛା ତଥା ସମସ୍ତ ପଂଚାୟତ ସ୍ତରୀୟ କର୍ମକର୍ତ୍ତା ଗଣ ଉପସ୍ଥିତ ଥିଲେ।
More Stories
ବାଘଲଟି ଜଳ ପତନରେ ବୃଦ୍ଧି ଚାଷୀକୁଳ ଆନନ୍ଦ
ବିଶ୍ଵନାଥ ପୁର ଠାରେ ରାସ୍ତା ଉପରେ ଗଛ ପଡ଼ି ରାସ୍ତା ଅବରୋଧ
ଲଗାଣ ବର୍ଷାରେ ନୂଆ ଜଗନ୍ନାଥ ସଡ଼କ ବିଛିର୍ଣ୍ଣ