ଜଳେଶ୍ୱର : ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପୂର୍ବକ ପଦକ୍ଷେପ ନେବା, ବିଶେଷକରି ଜଳେଶ୍ଵର ବ୍ଲକରେ ନିଯୁକ୍ତି ପାଇଥିବା ସହ ଶ୍ରମ ଅଧିକାରୀ ବ୍ଲକ ପରିସରରେ ରହି କାର୍ଯ୍ୟ କରିବାର ସୁବନ୍ଦୋବସ୍ତ କରିବାଆଦି ଦାବୀ ନେଇ ସି.ଆଇ.ଟି.ୟୁୂ ଅନୁବନ୍ଧିତ ନିର୍ମାଣ ଶ୍ରମିକ ସଂଘ ଜଳେଶ୍ୱର ବ୍ଲକ କମିଟୀ ତରଫରୁ ଗଣଧାରଣା ଅନୁଷ୍ଠିତ ହେବା ସହିତ ୭ ଦଫା ସମ୍ବଳିତ ଏକ ଦାବୀପତ୍ର ବ୍ଲକଗସ୍ତରେ ଆସିଥିବା ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଜଳେଶ୍ଵର ବ୍ଲକରେ ନିଯୁକ୍ତି ପାଇଥିବା ଏଏଲଓ ବ୍ଲକ ପରିସରରେ ରହି କାର୍ଯ୍ୟ କରିବାର ସୁବନ୍ଦୋବସ୍ତ କରିବା, ଆବେଦନ କରିଥିବା ଓ ବାକିଥିବା ଶ୍ରମିକମାନଙ୍କୁ ୧୫ ଦିନ ମଧ୍ୟରେ ପରିଚୟପତ୍ର ପ୍ରଦାନ କରିବା, ଶ୍ରମିକ ପରିଚୟ ପତ୍ରରେ ବିଭିନ୍ନ ସରକାରୀ ସହାୟତା ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କୁ ଅର୍ଥ ମଞ୍ଜୁର କରିବା, ପ୍ରବାସୀ ଶ୍ରମିକମାନଙ୍କୁ ଚିହ୍ନଟ କରି ପଞ୍ଚାୟତୱ।ରୀ ସେମାନଙ୍କର ନାମ ରେଜିଷ୍ଟ୍ରେସନ୍ କରି ସଂଖ୍ୟା ନିରୂପଣ କରିବା, ଜିଲ୍ଲା ଶ୍ରମ ଅଫିସ୍ ରେ ସ୍ଥାୟୀ ଡିଏଲସି ରହିବାର ପଦକ୍ଷେପ ନେବା, ଅନ୍ଲାଇନ୍ରେ ଆବେଦନ କରିବାର ବ୍ୟବସ୍ଥାକୁ ସରଳୀକରଣ କରିବା, ଠିକା କର୍ମଚାରୀ ଉଚ୍ଛେଦ ,ଶ୍ରମ ବିଭାଗରେ ଉଚ୍ଛେଦ ହୋଇଥିବା କର୍ମଚାରୀଙ୍କୁ ପୁନଃନିଯୁକ୍ତି, କମ୍ପ୍ୟୁଟର ଜେନେରେଟରଆଦି ଆବଶ୍ୟକ ଉପକରଣ ଯୋଗାଇଦେବା, ଶ୍ରମ କାର୍ଯ୍ୟାଳୟରେ ଏକାଧିକ କାମ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସହ ଆବଶ୍ୟକ କର୍ମଚାରୀ ନିଯୁକ୍ତି କରିବା, ବ୍ଲକ୍ ରୁ ( ମ୍ୟାରେଜ୍) ଭେରିଫିକେସନ, ବ୍ୟବସ୍ଥା ଗତ ତୃଟିକୁ ସଂଶୋଧନ କରିବାର ପ୍ରକ୍ରିୟାକୁ ସରଳୀକରଣ କରି ଶ୍ରମ ଅଧିକାରୀଙ୍କୁ ସହଜରେ କାର୍ଯ୍ୟ କରିବାର ସୁଯୋଗସୃଷ୍ଟି କରିବା ଏବଂ ହେଉଥିବାର ଅବ୍ୟବସ୍ଥାର ସୁଧାର ପାଇଁ ପଦକ୍ଷେପ ନେବା ତଥା ୧୩ଟି ବିଦ୍ୟାଳୟାକୁ ଛଟେଇ ପାଇଁ ଆସିଥିବା ଚ଼ିଠିରେ ୧୪ ଜଣ ପାଚିକାଙ୍କ ଛଟେଇକୁ ବନ୍ଦକରି ଥଇଥାନ କରାଯିବା ଆଦି ଦାବୀ ଦାବୀପତ୍ରରେ ଉଲ୍ଲେଖ କରାଯାଇଛି।
ସି.ଆଇ.ଟି.ୟୁୂର ବ୍ଲକସଭାପତି ଦିପ୍ତିମାନ ଆଚାର୍ଯ୍ୟଙ୍କ ସଦ୍ଭାପତିତ୍ଵରେ ଅନୁଷ୍ଠିତ ଗଣଧାରଣାରେ ସଂପାଦକ ପଲଟୁ ଦାସ, କୃଷକ ମୂର୍ଚ୍ଛାର ବ୍ଲକ ସଦ୍ଭାପତି ତଥା ବରିଷ୍ଠ ବାମପନ୍ଥୀ ନେତା ଦିଲ୍ଲିପ କୁମାର ଗିରିଙ୍କ ସମେତ ସହ ସଂପାଦୀକା ସସ୍ମିତା ପ୍ରମାଣିକ, ପ୍ରବୋଧ ବାରିକ, ମନ୍ମଥ ପଣ୍ଡିତ, ଛାତ୍ରନେତା ଚ଼ନ୍ଦନ କମିଳା, ଯୁବ ଶ୍ରମିକ ନେତା ରାଧାଶ୍ୟାମ ସୁନ୍ଦର ପରିଡା,ମହିଳା ସମିତିର ସଭ୍ୟାସବିତା ଭୂୟାଁ,କୁନା ଟୁଡ଼ୁ, ରୁହିଆ ଟୁଡୁ, ଝରଣା ଘୋଡାଇ, ଗୌରୀକାନ୍ତ ମହାନ୍ତି, ଧୀରେନ୍ଦ୍ର ରାମ, ମହାମାୟା ପ୍ରସାଦ ରାଜ, ଅରୁଣ ଜେନା, ସବିତା ଜେନା, ଆଦି ନେତୃତ୍ଵ ଜିଲ୍ଲା ଶ୍ରମକାର୍ଯ୍ୟାଳୟ ଅଧିକାରୀ, ଶ୍ରମିକଙ୍କ ସମସ୍ୟାର ବାସ୍ତବତାକୁଦେଖି ସ୍ୱଚ୍ଛତା ପୂର୍ବକଅତିରିକ୍ତ ଭାବେ କାର୍ଯ୍ୟ କରିବାର ପଦକ୍ଷେପ ନେବାପାଇଁ ଉଦ୍ୟମ ତଥା ଯତ୍ନବାନ ହେଉଥିବାକୁ ସକାରାତ୍ମକ ଭାବେ ନେଇ ବକ୍ତବ୍ୟ ରଖିଥିବାବେଳେ ସରକାରଙ୍କ ଶ୍ରମିକ ମାରଣ ନୀତି ତଥା ନକରାତ୍ମକ ପଦକ୍ଷେପକୁ ତୀବ୍ର ଦ୍ଭାବରେ ସମାଲୋଚନା କରିବା ସହିତ ଏଥିପାଇଁ ଆଗାମୀ ଦିନରେ ଡବଲ ଇଞ୍ଜିନ୍ ଡବଲ ବିକାଶ ନାରା ଦେଉଥିବା ସରକାର ବିରୋଧ୍ଯରେ ଲଢ଼େଇକୁ ଜୋରଦାର କରାଯିବବୋଲି ଚେତାବନୀ ଦେଇଛନ୍ତି
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ