ମହିଳା ଏସିଆ କପ୍ କ୍ରିକେଟରେ ଭାରତକୁ ହରାଇ ଶ୍ରୀଲଙ୍କା ଚାମ୍ପିଅନ ହୋଇଛି। ରବିବାର ଦାମ୍ବୁଲାରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଶ୍ରୀଲଙ୍କା ମହିଳା କ୍ରିକେଟ ଦଳ ଭାରତୀୟ ମହିଳା ଦଳକୁ ୮ ଉଇକେଟରେ ପରାଜିତ କରି ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି। ଶ୍ରୀଲଙ୍କାର ହର୍ଷିତା ସମରବିକ୍ରମା(୬୯) ଏବଂ ଚମାରି ଆଟ୍ଟାପାଟୁ(୬୧)ଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ଦଳ ଏହି ବିଜୟ ହାସଲ କରିଛି।
ପ୍ରଥମେ ବ୍ୟାଟିଂ କରି ଭାରତୀୟ ମହିଳା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୬୫ ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ସ୍ମୃତି ମାନ୍ଧାନା ସର୍ବାଧିକ ୬୦ ରନ କରିଥିଲେ। ରିଚା ଘୋଷ ୩୦ ଏବଂ ଜେମିମା ରୋଡ୍ରିଗ ୨୯ ରନ୍ କରିଥିଲେ। ଶ୍ରୀଲଙ୍କା ବୋଲର କବିଶା ଦିଲାରି ସର୍ବାଧିକ ୨ ଓ୍ବିକେଟ ଅକ୍ତିଆର କରିଥିଲେ।
୧୬୬ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ପ୍ରାରମ୍ଭରୁ ବିସ୍ମି ଗୁଣରତ୍ନେଙ୍କ ଉଇକେଟ ହରାଇ ଅଡୁଆରେ ପଡ଼ିଥିଲା। ବିସ୍ମି ୧ ରନ୍ କରି ରନ୍ ଆଉଟ ହୋଇଯାଇଥିଲେ। କିନ୍ତୁ ଅଧିନାୟିକା ଚମାରି ଆଟ୍ଟାପାଟୁ ଏବଂ ହର୍ଷିତା ଦଳର ସ୍ଥିତି ସମ୍ଭାଳିଥିଲେ। ଉଭୟେ ଲଢ଼ୁଆ ବ୍ୟାଟିଂ କରି ଦଳକୁ ବିଜୟ ଅଭିମୁଖେ ଆଗେଇ ନେଇଥିଲେ। ଚମାରି ୬୧ ରନରେ ଆଉଟ ହେବା ପରେ କବିଶା ଦିଲାରି ୧୬ ବଲରୁ ୩୦ ରନ ସଂଗ୍ରହ କରି ଦଳର ବିଜୟ ମୁଣ୍ଡି ମାରିଥିଲେ। ଭାରତୀୟ ବୋଲର ଦିପ୍ତୀ ଶର୍ମା ଏକମାତ୍ର ବୋଲର ଭାବେ ଗୋଟିଏ ଓ୍ବିକେଟ ହାସଲ କରିଥିଲେ।
More Stories
ଆସିଲା ଆଜ୍ଞାମାଳ, ସ୍ଥାପନ ହେଲା ଶୁଭଖୁଣ୍ଟି, ଘୋଷଣା ହେଲା ଯାତ୍ରା ତାରିଖ
13.03.2025
ତାରିଖ ଗୁମର ଖଣ୍ଡନ କଲେ ବାପା ଦେଶୀବେହେରା