ଭୁବନେଶ୍ଵର ତା ୨୧ .୦୮.୨୪ରିଖ ଦିନ ଓଡ଼ିଶାର ଅଗ୍ରଣୀ ସାହିତ୍ୟ କଳା, ସାଂସ୍କୃତିକ ଓ ସମାଜସେବାରେ ଉତ୍ସର୍ଗୀକୃତ ଅନୁଷ୍ଠାନ ସୃଜନୀର ୩୮ତମ ବାର୍ଷିକ ଉତ୍ସବ ସ୍ଥାନୀୟ ଗୀତଗୋବିନ୍ଦ ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମୂଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ମାନ୍ୟବର ପଶୁସମ୍ପଦ ଓ କ୍ଷୁଦ୍ରଶିଳ୍ପ ବିଭାଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ସମ୍ମାନନୀୟ ଅତିଥିଭାବେ ଯୋଗ ଦେଇଥିଲେ ଓ ତାଙ୍କ ସହିତ ଅନ୍ୟ ମାନ୍ୟଗଣ ଅତିଥିମାନେ ଯୋଗ ଦେଇଥିଲେ । ଏହି ଉତ୍ସବରେ ସୃଜନୀର କଳାକାରମାନଙ୍କ ଦ୍ବାରା ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା ଏବଂ କୁନି କୁନି “ଶିଶୁକଳାକାର ମାନଙ୍କ ଦ୍ଵାରା ନୃତ୍ୟ ପ୍ରତିଯୋଗିତା କରାଯିବା” ସହିତ ପୁରଷ୍କାର ବିତରଣ କରାଯାଇଥିଲା । ଦେଶ ସେବା ଓ ସମାଜସେବାର ଉଲ୍ଲେଖନୀୟ ଅବଦାନ ପାଇଁ ସେନାବାହିନୀରୁ ଅବସର ନେଇଥିବା ଶ୍ରୀ ସୋମନାଥ ସାହୁଙ୍କୁ ସମ୍ମାନୀତ କରାଯାଇଥିଲା । ସାଧ୍ଵନତାର ୭୮ତମ ଅମୃତ ମହୋତ୍ସବ ପାଇଁ ଦେଶାତ୍ମକବୋଧକ ସଙ୍ଗୀତ ପରିବେଷଣ ସହିତ ପବିତ୍ର ଗହ୍ମାପୂର୍ଣ୍ଣମୀ ଓ ରକ୍ଷାବନ୍ଧନ ଉତ୍ସବ ପାଳନ କରାଯାଇଥିଲା । ଗତ ୧୯ ଅଗଷ୍ଟ ପବିତ୍ର ଗହ୍ମାପୂର୍ଣ୍ଣମୀ ଓ ରକ୍ଷାବନ୍ଧନ ଉତ୍ସବ ଉପଲକ୍ଷ ସୃଜନୀ ଅନୁଷ୍ଠାନ ତରଫରୁ ୬ନମ୍ବର ଆବାସିକ ବିଦ୍ୟାଳୟ ଓ ଅନାଥ ଆଶ୍ରମ ମାନଙ୍କରେ ରକ୍ଷାବନ୍ଧନ ଉତ୍ସବ ସହିତ ବୃକ୍ଷରୋପଣ ଉତ୍ସବ ମଧ୍ଯ ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ ଛୋଟ ଛୋଟ ପିଲା ଅଂଶଗ୍ରହଣ କରିବା ସହିତ ବୃକ୍ଷରୋପଣ କରିଥିଲେ ଓ ବହୁ ଅସହାୟ ବ୍ୟକ୍ତିଙ୍କୁ ଫଳ ଓ ଖାଦ୍ୟ ବଣ୍ଟନ କରାଯାଇଥିଲା। ଆଜିର ଉତ୍ସବରେ ଅତିଥିମାନଙ୍କୁ ରକ୍ଷାବନ୍ଧନ ସହିତ ଉପସ୍ଥିତ ଥିବା ଦର୍ଶକ ମାନଙ୍କୁ ମଧ୍ୟ ରକ୍ଷାବନ୍ଧନ କରାଯାଇଥିଲା । ଏହି ଉତ୍ସବରେ ମୂଖ୍ୟଅତିଥ ଶ୍ରୀମତୀ ସୁରମା ପାଢ଼ୀ ଅନେକ ଶିଶୁକଳାକାର, ନୃତ୍ୟଶିଳ୍ପୀ ଓ
କଣ୍ଠଶିଳ୍ପୀଙ୍କୁ ପୁରସ୍କୃତ କରିଥିଲେ ।ଏଥିରେ କୁନୀ କଳାକାର ତପସ୍ୟା ସ୍ୱାଇଁ, ପିତା ଆଇନୀଜୀବି ସୁମନ୍ତ ସ୍ୱାଇଁ ଓ ମାତା ମାନସୀ ସ୍ୱାଇଁ ଙ୍କର ସୁପୁତ୍ରୀ ଚମତ୍କାର ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କର ମନ ଜିଣି ଥିବାବେଳେ ସୃଜନୀ ଅନୁଷ୍ଠାନ ତରଫରୁ ତାଙ୍କୁ ସମ୍ମାନିତ କରାଯାଇଥିଲା l ଏହି ଉତ୍ସବରେ ସୃଜନୀର ସଂପାଦକ ଶ୍ରୀ ବି ରଞ୍ଜନ ରାୟ ମହାପାତ୍ର ବାର୍ଷିକବିବରଣୀ ପାଠ କରିବା ସହିତ ସୃଜନୀର ଆଗାମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ l
More Stories
ରେଳବାଇର ସମୟ ସାରଣୀକୁ ନେଇ କେନ୍ଦୁଝରବାସୀ ଅସନ୍ତୁଷ୍ଟ।
12-9-2024
କଣ୍ଟାମାଳ ହାଇସ୍କୁଲରେ ସାପ କାମୁଡା ପ୍ରତି ସାବଧାନ କାର୍ଯ୍ୟକ୍ରମ