ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକର ବିଭିନ୍ନ ଅଞ୍ଚଳରେ ସରକାରଙ୍କ ତରଫରୁ ଲାଗିଥିବା ଅଧିକାଂଶ ଷ୍ଟ୍ରିଟ ଲାଇଟ ଗୁଡିକ ଏବେ ଶେଷ ଶଯ୍ୟାରେ ପଡି ରହି ଥିବା ବେଳେ ଆଉ କିଛି ଷ୍ଟ୍ରିଟ ଲାଇଟର ଅବସ୍ଥା ନ କହିବା ଭଲ । କୋଇଡା ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ଷ୍ଟ୍ରିଟ ଲାଇଟ ଗୁଡିକ ଏବେ ଶେଷ ଶଯ୍ୟାରେ ଥିବା ଦେଖିବାକୁ ମିଳୁଛି । କୋଇଡା ରୁ ଟେନସା ରାସ୍ତାରେ ଲାଗିଥିବା ଷ୍ଟ୍ରିଟ ଲାଇଟ ଗୁଡ଼ିକରୁ ଅଧିକାଂଶ ଭାଙ୍ଗିକି ତଳେ ପଡ଼ିଥିବା ବେଳେ କିଛି ଷ୍ଟ୍ରିଟ ଲାଇଟର ପାଇପ ଖୁଣ୍ଟ ଚୋରି ହୋଇଯାଇଛି ।
ଯେଉଁ ସବୁ ଷ୍ଟ୍ରିଟ ଲାଇଟ ଖୁଣ୍ଟ ତଳେ ପଡିଛି ସବୁ ଖୁଣ୍ଟରୁ ଲାଇଟ ଚୋରି ହୋଇଥିବା ବେଳେ କୋଇଡା ପ୍ରଶାସନ ଓ ବିଭାଗୀୟ ଅଧିକାରୀ ଏହା ଦେଖି ଚୁପ ରହିବାର କାରଣ କଣ ହୋଇପାରେ । ଷ୍ଟ୍ରିଟ ଲାଇଟ ଲଗେଇଥିବା ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ଭିତରେ ରହିଥିବା ମଧୁଚନ୍ଦ୍ରିକା ଯୋଗୁ କୋଇଡାରେ ଲାଗିଥିବା ଷ୍ଟ୍ରିଟ ଲାଇଟ ଏବେ ଶେଷ ଶଯ୍ୟାରେ । କୋଇଡା ପ୍ରଶାସନ କୁ ଏ ବିଷୟରେ ଅବଗତ କରିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ । ତୁରନ୍ତ କୋଇଡା ପ୍ରଶାସନ ଏହା ଉପରେ ନଜର ଦେଇ ତଳେ ପଡ଼ିଥିବା ଷ୍ଟ୍ରିଟ ଲାଇଟକୁ ନୂତନ ଭାବରେ ଲେଗେଇ କୋଇଡା ବାସୀଙ୍କୁ ସହଯୋଗ କରୁଛନ୍ତି କି , ଏ ଖବର ଦେଖି ପ୍ରଶାସନ ଓ ବିଭାଗୀୟ ଅଧିକାରୀମାନେ ଚୁପ ରହି ଠିକସଂସ୍ଥା କଥାରେ ଉଠ ବସ ହେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଏହା ଉପରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
More Stories
ରେଳବାଇର ସମୟ ସାରଣୀକୁ ନେଇ କେନ୍ଦୁଝରବାସୀ ଅସନ୍ତୁଷ୍ଟ।
12-9-2024
କଣ୍ଟାମାଳ ହାଇସ୍କୁଲରେ ସାପ କାମୁଡା ପ୍ରତି ସାବଧାନ କାର୍ଯ୍ୟକ୍ରମ