ଏଭଳି ଅଭିଯୋଗ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅର୍ନ୍ତଗତ ବାହାଡ଼ାଝୋଲ୍ଲା ଫାଣ୍ଡି ଅଞ୍ଚଳରେ।ସୁଚନା ଥାଉକି ବାହାଡ଼ାଝୋଲ୍ଲା ଫାଣ୍ଡି ଅଧିନରେ ଠକାମିର ଶିକାର ହୋଈଥିବା ଗାଁ ହେଲା ସିମା, କାପ୍ତାପଲ୍ଲୀ, କଣବାଙ୍କ,ବାମୁରି,ଖଜୁରିଡିହ, ସମେତ ତିନୋଟି ପଞ୍ଚାୟତ , କାପ୍ତାପଲ୍ଲୀ,ଗୁମି,ଜାକେଡା, ଏହି ସବୁ ପଞ୍ଚାୟତର ଅଧିବାସୀ ମାନେ ଠକେଇର ଶିକାର ହୋଇଛନ୍ତି। ଦଲାଲ ଜଣକ ହେଲେ ସୁଦର୍ଶନ ପଟ୍ଟନାୟକ ବାଲିଶିଂସା ଗ୍ରାମର,ଏହି ଦଲାଲ ଜଣକ ଲୋକଙ୍କୁ ଷ୍ଟେଟବ୍ୟାଙ୍କ ରୁ ୨୦ ହଜାର କୃଷି ଲୋନ କରିଦବା କହି ୧.୩୦୦୦୦ ହଜାର ଟଙ୍କା ଲୋକ ଙ୍କ ଠାରୁ ଉଠାଈ ନେଉଛନ୍ତି,ଏବାବଦରେ ଉକ୍ତ ବ୍ୟକ୍ତିକୁ କଲ କଲେ ମଧ୍ୟ ଆଉ କଲ ଉଠାଉନଥିବା କଥା କହିଛନ୍ତି ଠକାମିର ଶିକାର ହୋଈଥିବା ଆଦିବାସୀ ପରିବାର, ସମ୍ବାଦ ଦାତା ଙ୍କୁ ଡାକି ଏବିଷୟରେ ମତ ପ୍ରକାଶ କରିଛନ୍ତି। ବିଗତ କିଛି ଦୀନ ହବ ଏହି ଠକ ଗ୍ୟାଙ୍ଗ ଆଦିବାସୀ ଗାଁ ଗୁଡ଼ିକରେ ବୁଲି ଲୋକଙ୍କ ଠାରୁ ଆଧାର କାର୍ଡ,ଭୋଟର ପରିଚୟ ପତ୍ର, ରାସନ୍ କାର୍ଡ,ଜମି ପଟ୍ଟା, ନେଉଛନ୍ତି କହୁଛନ୍ତି କି ମୁଁ ଜଣେ ବ୍ୟାଙ୍କ କର୍ମଚାରୀ ଆପଣଙ୍କର ୨୦ ହଜାର ଟଙ୍କା କୃଷି ଲୋନ କରିଦେବି ଏବଂ ସେଥିରୁ ମତେ ୧୦ ହଜାର ଟଙ୍କା ଲେଖାଏଁ ଦେବେ କହି ଲୋକଙ୍କୁ ଭୁଆଁ ବୁଲାଈଛନ୍ତି,କିନ୍ତୁ ସତ କଥା ହେଉଛି ଯେ ଲୋକଙ୍କ ଖାତାକୁ ୬୦୦୦୦ ରୁ ୧୩୦୦୦୦ ପର୍ଯ୍ୟନ୍ତ ଲୋନ ଆସେ କିନ୍ତୁ ଦଲାଲ ଜଣକ ଚାଲାକ କରି ସମସ୍ତ ଲୋକମାନଙ୍କର ବ୍ୟାଙ୍କ ପାସ ବହି ନିଜ ପାଖରେ ରଖିବା ସହ ଏକ ଜନସେବା କେନ୍ଦ୍ର କୁ ନେଇ ଲୋକଙ୍କ ଟଙ୍କା ଉଠାନ୍ତି ଏବଂ ପ୍ରଥମ କହିଥିବା ମୁତାବକ ୨୦ ହଜାରରୁ ୧୦ ହଜାର ସେ ଦଲାଲ ଜଣକ ନେଇଥାନ୍ତି, କିନ୍ତୁ କିଛି ଦିନ ଗଲା ପରେ ତିନି ଜଣ ଦଲାଲ ଙ୍କ ଭିତରେ ଭାଗ ନଛିଡିବାରୁ ଗଣ୍ଡଗୋଳ ହୋଇଥିଲା ଏବଂ ସେଥିମଧ୍ୟରୁ ଜଣେ ଦଲାଲ ଲୋକଙ୍କୁ ସତ କଥା କହିଥିଲେ ଯେ ତୁମ ଷ୍ଟେଟବ୍ୟାଙ୍କ ଖାତାକୁ ୨୦ ହଜାର ନୁହେଁ ଲକ୍ଷେ ତିରିଶ ହଜାର ଟଙ୍କା ଆସିଛି,ଏହି କଥା ଶୁଣି ଲୋନ କରିଥିବା ଲୋକମାନେ ଆଧାର କାର୍ଡ ନେଈ ଜନସେବା କେନ୍ଦ୍ରରେ ଅବଡେଟ କରି ମିନିଷ୍ଟେଟମେଣ୍ଟ ଦ୍ବାରା ଜାଣିବାକୁ ପାଇଲେ ଯେ ଏ ବ୍ୟକ୍ତି ଜଣକ ଆମ ମାନଙ୍କୁ ଚୁନ ବୋଳିଛନ୍ତି, ଠକାମିର ଶିକାର ହୋଈଥିବା ଆଦିବାସୀ ପରିବାର ଏକ ଲିଖିତ ଭାବେ ଜିଲ୍ଲା ପାଳଙ୍କ ସମେତ ଏସପି,ଥାନକୁ ଅବଗତ କରାଈବୁ ବୋଲି କହିଛନ୍ତି। କିନ୍ତୁ ଏଥିରେ ବ୍ୟାଙ୍କ ମ୍ୟାନେଜର ସମେତ ବଡ଼ ବଡିଆଙ୍କ ହାତ ଥିବା ଜଣା ପଡିଛି,।
More Stories
ରେଳବାଇର ସମୟ ସାରଣୀକୁ ନେଇ କେନ୍ଦୁଝରବାସୀ ଅସନ୍ତୁଷ୍ଟ।
12-9-2024
କଣ୍ଟାମାଳ ହାଇସ୍କୁଲରେ ସାପ କାମୁଡା ପ୍ରତି ସାବଧାନ କାର୍ଯ୍ୟକ୍ରମ