ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ସ୍ଥିତ ରିକାପଲ୍ଲୀ ରେଡି ସାହି ଯାଇ ସୁଭଦ୍ରା ଯୋଜନା ବିଷୟରେ ମହିଳାଙ୍କୁ ସଚେତନତା କରାଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ମିଳିବ ଟଙ୍କା,ଏନେଇ ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସୁଥିଲା । କେଉଁଠି ଆଧାର ସହ ମୋବାଇଲ ନମ୍ବର ଲିଙ୍କ ପାଇଁ ଭିଡ ଜମୁଛି ତ କେଉଁଠି ଅସୁଧା ଭାବେ ଟଙ୍କା ମଗାଯାଉଛି । ଏହିସବୁ ଦୃଷ୍ଟିରେ ରଖି ଏହି ଯୋଜନା ସଂପର୍କରେ ବ୍ୟାପକ ଜନସେଚତନା ସୃଷ୍ଟି କରିବା ଉଦେଶ୍ୟରେ ମନ୍ତ୍ରୀ ଛତ୍ରପୁର ୧୨ ନମ୍ବର ୱାର୍ଡର ମହିଳା ମାନଙ୍କୁ ସଚେତନତା କରାଇଥିଲେ । ହିତାଧିକାରୀ ଯେପରି ଭ୍ରମିତ ନହେବେ ସେଥିଲାଗି ଏହି ଯୋଜନା ପ୍ରଣୟନ କରିଛନ୍ତି ବୋଲି ମନ୍ତ୍ରୀ କହିଥିଲେ । ଏହି ଯୋଜନାରେ ପଞ୍ଜିକରଣ ପାଇଁ କୈାଣସି ନିଦ୍ଧିଷ୍ଟ ସମୟସୀମା ନାହିଁ । ସମସ୍ତ ଯୋଗ୍ୟହିତାଧିକାରୀ ଏହି ଯୋଜନାରେ ସାମିଲ ହେବେ । ଏହା ଏକ ଐତିହାସିକ ଯୋଜନା ଉପସ୍ଥିତ ଶତାଧିକ ମହିଳା ମାନଙ୍କୁ ସୁଭଦ୍ରା ଯୋଜନା ସଂପର୍କରେ ବୁଝାଇଥିଲେ । ଏହା ସହ ବିଜେପିର ସଦସ୍ୟତା ଗ୍ରହଣ କରିବାକୁ ଲୋକଙ୍କୁ ଟୋଲ ଫ୍ରି ନମ୍ବର ରେ କଲ କରି ଯୋଡି ହେବାକୁ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମରେ ଛତ୍ରପୁର ଏନ ଏ ସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଆଇନଜୀବି ପଦ୍ମ ଚରଣ ସାହୁ, ପ୍ରଦୀପ ପାଢ଼ୀ, ସଞ୍ଜିତ ରାଉଳ,ଡ଼ି ସୁରେଶ ରେଡି ଏବଂ ବହୁ ମହିଳା ମାନେ ଉପସ୍ଥିତ ଥିଲେ
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ