ରାଜ୍ୟରେ ବିଜେପି ସରକାର ଆସିବାପରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିଛନ୍ତି l ଏହି ଯୋଜନା ରେ ସାମିଲ ହେବାକୁ ଆଧାର ସଂଶୋଧନ ନିହାତି ଆବଶ୍ୟକ ବୋଲି ସରକାର ଙ୍କ ତରଫରୁ ଘୋଷଣା ହେବାପରେ ଡାକଘର ଓ ଜନସେବା କେନ୍ଦ୍ରରେ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଛି l ଏପରିକି ମହିଳା ମାନଙ୍କ ମଧ୍ୟରେ ଏକରକମ ପ୍ରତିଯୋଗିତା ଲାଗି ଥିବାର ଦୃଶ୍ୟ ପାରାଦ୍ୱୀପ ର ବଡ଼ପଡ଼ିଆ ମୁଖ୍ୟ ଡାକ ଘରେ ଦେଖିବାକୁ ମିଳିଛି l କାହାର ମୁଣ୍ଡରେ ଆଘାତ ଲାଗିଥିଲାବେଳେ ଆଉ କାହାର ଗୋଡ଼ ଆଙ୍ଗୁଠି ଖଣ୍ଡିଆ ଖାବରା ହେଉଛି l ସକାଳ ୮ ଟାରୁ ମହିଳା ମାନଙ୍କ ଗହଳି ଆରମ୍ଭ ହୋଇ ଧୀରେ ଧୀରେ ଅସମ୍ଭାଳ ଆଡକୁ ଗତି କରିବାରୁ ଡାକଘରେ ପୋଲିସ ପହଞ୍ଚି ଭିଡ଼ ନିୟନ୍ତ୍ରଣ କରିବା ସହିତ ମହିଳା ମାନଙ୍କୁ ଧାଡିରେ ଠିଆ ହେବାକୁ ନିର୍ଦେଶ ଦେଉଥିବା ଦେଖିବାକୁ ମିଳିଛି l ସରକାର ମହିଳା ମାନଙ୍କ ଲାଗି ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିଥିବା ବେଳେ ୫ ବର୍ଷରେ ୧କୋଟିରୁ ଉର୍ଦ୍ଧ୍ଵ ମହିଳାଙ୍କୁ ବର୍ଷିକ ଦୁଇଟି କିସ୍ତିରେ ୧୦ହଜାର ଲେଖାଏ ମୋଟ ୫୦ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଥିବା ବେଳେ ଏହି ଯୋଜନାରେ ସାମିଲ ହେବାଲାଗି ଆଧାରକାର୍ଡ ସହ ମୋବାଇଲ ନମ୍ବର ସଂଯୋଗ ଆବଶ୍ୟକ ଥିଲାବେଳେ, ତ୍ରୁଟିପୂର୍ଣ୍ଣ ଆଧାର ସଂଶୋଧନ ଲାଗି ସହଶହ ମହିଳା ଭିଡ଼ ଲଗାଇ ଥିବା ଦେଖିବାକୁ ମିଳିଛି । ଏହି ଧାଡିରେ ଅସୁସ୍ଥ ଓ ଭିନ୍ନକ୍ଷମ ମହିଳା ମଧ୍ୟ ଛିଡା ହୋଇଥିବା ଦେଖିବାକୁ ମିଳିଛି | ଆଧାର ସଂଶୋଧନ ଲାଗି ସ୍ୱତନ୍ତ୍ର ଶିବିର କରିବାକୁ ଜନସାଧାରଣ ପକ୍ଷରୁ ଦାବି ହୋଇଛି।
More Stories
25-01-2025
ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆଙ୍କ ନୂଆପଡ଼ା ଗସ୍ତ
13.01.2025