ମୋରଡ଼ା : ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକରେ ଆଜି ଭିଜିଲାନ୍ସ ଚଢ଼ାଉ ହୋଇଥିଲା l ଖବର ନେବାରୁ ଜଣାଗଲା ଯେ ପୂର୍ବତନ ଶୁଳିଆପଦା ବିଡିଓ ତଥା ବର୍ତ୍ତମାନ ନୀଳଗିରି ଡେପୁଟି କଲେକ୍ଟର ପରୀକ୍ଷିତ ଜେନା ଶୁଳିଆପଦା ବ୍ଲକ ରେ ୨୦୨୧/୨୨ ମସିହାରେ ଥିଲାବେଳେ ଏକ କୋଟି ଉଣେଇଶ ଲକ୍ଷ୍ୟ ସରକାରୀ ଟଙ୍କା ହୋଡପ କରିଥିବା ଭିଜଲାନ୍ସରେ ଅଭିଯୋଗ ହୋଇଥିଲା l ବହୁ ଦିନରୁ ଜନସାଧାରଣ ଚାହିଁ ବସିଥିଲେ କେବେ ଏହି ମହା ଦୁର୍ନୀତି ର ଅବସାନ ଘଟିବ l ସତକୁ ସତ ଏକ କାଳୀନ ଛଅଟି ଜାଗାରେ ଭିଜଲାନ୍ସ ଚଢ଼ାଉ ଜାରି ରହିଛି। ପରୀକ୍ଷିତ ଜେନାଙ୍କ ଚାରୋଟି ବସଭାବନ ଓ ପୂର୍ବ କସାଧକ୍ଷ ଦେବୀଦତ୍ତ ଦାସ ଓ ବର୍ତ୍ତମାନର ସହକାରୀ କୋମ୍ପୁଟର ପ୍ରୋଗ୍ରାମର ନିଗମ ପ୍ରସାଦ ପରିଡା ଙ୍କ ବାସଭଵନରେ ମଧ୍ୟ ଚଢ଼ାଉ କରି ଦୁଇଜଣ ଙ୍କୁ ଅଟକ ରଖି ପଚାର ଉଚରା ଜାରିରଖିଛନ୍ତି ଭିଜିଲାନ୍ସ ବିଭାଗ l ଦେଖିବାକୁ ମିଳିଥିଲା ପୂର୍ବ କସାଧକ୍ଷ ତଥା ବର୍ତ୍ତମାନର କପ୍ତିପଦା ତହସିଲ କାର୍ଯ୍ୟାଳୟର ବରିଷ୍ଠ ରାଜ୍ବସ୍ୟ ସହାୟକ ଦେବୀଦତ୍ତ ଦାସଙ୍କୁ ସାଙ୍ଗରେ ନେଇ ଭିଜିଲାନ୍ସ ଟିମ ସୁଳିଆପଦା ବ୍ଲକ କାର୍ଯ୍ୟାଳୟକୁ ପହଂଚି ବହୁ ଦରକାରୀ କାଗଜପତ୍ର ସିଜ କରିଛନ୍ତି। ଦେଖିବାକୁ ମିଳିଥିଲା ପୂର୍ବ କସାଧକ୍ଷ ତଥା ବର୍ତ୍ତମାନର କପ୍ତିପଦା ତହସିଲ କାର୍ଯ୍ୟାଳୟର ବରିଷ୍ଠ ରାଜ୍ବସ୍ୟ ସହାୟକଙ୍କୁ ଭିଜିଲାନ୍ସ ଟିମ ସୁଳିଆପଦା ବ୍ଲକ କାର୍ଯ୍ୟାଳୟକୁ ନେଇ ପହଁଞ୍ଚିଲା ବେଳକୁ କୌଣସି ଅଧିକାରୀ ନଥିଲେ l ଟିମ ବି. ଡି. ଓ, ସହକାରୀ ଯନ୍ତ୍ରୀ ଓ ବିଭିନ୍ନ ଯନ୍ତ୍ରୀ ମାନଙ୍କୁ ଖୋଜିଥିଲେ । ବି. ଡି. ଓ ଙ୍କ ସହିତ ଫୋନ ରେ କଥା ହେବା ସହିତ ଉପସ୍ଥିତ ଥିବା କର୍ମଚାରୀ ଙ୍କୁ କହିଥିଲେ ଯନ୍ତ୍ରୀ ମାନଙ୍କୁ ଆସିବା ପାଇଁ କିନ୍ତୁ କେହି ଆସୀନଥିଲେ l ଭିଜଲାନ୍ସ ଡୋରରେ ଅଧିକାରୀ ଓ କର୍ମଚାରୀ କେହି ଆସିନଥିବାର ଚାରିଆଡେ ଚର୍ଚ୍ଚା ଯୋର ଧରିଛି l ପ୍ରକାଶ ଥାଉକି ଭିଜଲାନ୍ସ ଏଡିସନାଲ ଏସ. ପି ହୋରେକୃଷ୍ଣ ମାଝୀ ଙ୍କ ମତା ମତ ନେବାରୁ ବାଲେଶ୍ୱର ଭିଜଲାନ୍ସ କାର୍ଯ୍ୟାଳୟ ରେ କେଶ ନମ୍ବର 30/23 ରେ ଏକ ମାମଲା ୠଜୁ ହୋଇ ତୋଦନ୍ତ ଆରମ୍ଭ ହୋଇଛି l ଏକ କୋଟି ଉଣେଇଶ ଲକ୍ଷ୍ୟ ଟଙ୍କାରୁ ଅଣ ସତୁରି ଲକ୍ଷ୍ୟ ଟଙ୍କା ବିଭିନ୍ନ ଲୋକଙ୍କ ଆକାଉଣ୍ଟ କୁ ଟଙ୍କା କଉ ବାବଦରେ ପଠାଇ ଛନ୍ତି ତାର ହିସାବ ମିଳୁନି l ଏହି ତିନି ଜଣ ମିଶି ଅଣ ସତୁରି ଲକ୍ଷ୍ୟ ଟଙ୍କାହଡ଼ପ କରିଥିବାର ପ୍ରମାଣ ମିଳିଛି ବୋଲି ପ୍ରତିକ୍ରିୟା ରଖିଛନ୍ତି।
More Stories
ବିଧାୟକଙ୍କ ଅନୁଦାନରେ କମ୍ୟୁନିଟି ହଲ ନିର୍ମାଣ ପାଇଁ ଭୂମି ପୂଜନ
ତାରାଦେବୀଙ୍କ ଯାତ୍ରାର ପଞ୍ଚମୁଖ ହନୁମାନ କଳାକୁଞ୍ଜର ଭସାଣି ଶୋଭାଯାତ୍ରା
ୱାର୍ଡବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଆଧାର କେନ୍ଦ୍ର ବ୍ୟବସ୍ଥା କଲେ ଧିରେଶ