Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ଅନ୍ତର୍ଗତ ଉପରପଡା ଗ୍ରାମ ମଧୁପୁରଖେଳ ପଡିଆ ଠାରେ ଫୁଟବଲ କମିଟି ପକ୍ଷରୁ ଏକ ତ୍ରିଦିବସୀୟ

Spread the love

ଫୁଟବଲ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି। ଗତ ୧୩ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ପ୍ରତିଯୋଗିତାର ଉଦଘାଟନ ଉତ୍ସବରେ 1କମୁଖ୍ୟ ଅତିଥି ଭାବେ ବଣାଇ ବନଖଣ୍ଡ ଅଧିକାରୀ ଲଳିତ କୁମାର ପାତ୍ର, ସମ୍ମାନୀତ ଅତିଥି ଭାବେ ସୁନ୍ଦରଗଡ ଜିଲ୍ଲା ସରପଞ୍ଚ ସଂଘର ସଭାପତି ଉଗ୍ରେସନ କିସାନ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାଶରଥି ବ୍ରହ୍ମ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବେ ପ୍ରତିଯୋଗିତା କୁ ଉଦଘାଟନ କରିଥିଲେ। ଏହି ପ୍ରତିଯୋଗିତାରେ ଆଖ ପାଖ ଅଞ୍ଚଳରୁ ମୋଟ ୨୪ ଗୋଟି ଦଳ ଅଂଶ ଗ୍ରହଣ କରିଥିବା
ପ୍ରଥମ ସେମି ଫାଇନାଲ କେନାପାଲି ଓ ଆର ବି କ୍ଲବ ଏବଂ ଦ୍ୱିତୀୟ ସେମି ଫାଇନାଲ ଜେ ବି ଏସ ଇଲେଭେନ ଓ ଖାଲକୋ ବ୍ରଦର୍ସ
ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଫାଇନାଲ ମ୍ୟାଚ କେନାପାଲି ଏବଂ ଜେ ବି ଏସ ଇଲେଭେନ ମଧ୍ୟରେ ଖେଳା ଯାଇଥିଲା। ଏହି ଖେଳରେ ଜେବିଏସ ଇଲେଭେନ ଦଳ ୨ -୦ ଗୋଲ ବ୍ୟବଧାନରେ କେନାପାଲି ଦଳକୁ ହରାଇ ବିଜେତା ଭାବେ ଟ୍ରଫି ହାସଲ କରିଥିଲେ। ପ୍ରତିଯୋଗିତା ର ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ବଣାଇ ସହକାରୀ ଜିଲ୍ଲାପାଳ ନିର୍ମଳ କୁମାର ବିଶ୍ଵାଳ, ମୁଖ୍ୟ ବକ୍ତା ଭାବେ ଗୁରୁଣ୍ଡିଆ କଲେଜ ର ଅଧ୍ୟାପକ ତପନ କୁମାର ଦଣ୍ଡିଆ, ସମ୍ମାନୀତ ଅତିଥି ଭାବେ ଯୁବ ଆଇନଜୀବି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦାଶରଥି ବ୍ରହ୍ମ, ସାମ୍ବାଦିକ ଭ୍ରମର ବାରିକ, କେନାଭେଟା ଗ୍ରାମ ପଞ୍ଚାୟତ ର ନାଏବ ସରପଞ୍ଚ ଶିବ ସୁନ୍ଦର ରାଉତ, ଗଣେଶ ପାତ୍ର, ପଞ୍ଚାନନ ବ୍ରହ୍ମ , ଆଇନଜୀବି ଅତୁଲ୍ୟ କୁମାର ସାମଲ , ପୂର୍ବତନ ଖେଳାଳୀ ଗୋବର୍ଦ୍ଧନ କିସାନ, ଦୀନବନ୍ଧୁ କିସାନ ପ୍ରମୁଖ ଯୋଗ ଦେଇଥିଲେ । ଖେଳ ଖେଳିବା ଦ୍ଵାରା ମଣିଷ ଶରୀର କୁ ମାନସିକ ଓ ଶାରିରୀକ ଭାବେ ସୁସ୍ଥ ରଖିଥାଏ। ଅନେକ ଯୁବକ ଯୁବତୀ ମାନେ କ୍ରୀଡା ମାଧ୍ୟମରେ ଗ୍ରାମ, ଜିଲ୍ଲା , ରାଜ୍ୟରେ ସୁନାମ ଅର୍ଜନ କରିବା ସହିତ ବିଭିନ୍ନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ପଦକ ବିଜୟ ଲାଭ କରି ଦେଶକୁ ଗୌରବାନିତ କରି ଆସୁଛନ୍ତି ବୋଲି ଅତିଥି ମାନେ ଅଭିଭାଷଣରେ ପ୍ରକାଶ କରିଥିଲେ । ବିଜେତା ଦଳକୁ ଟ୍ରଫି ସହିତ ନଗଦ ୨୫,୦୦୦/- ଟଙ୍କାର ଅର୍ଥ ରାଶି ଏବଂ ଉପ ବିଜେତା ଟ୍ରଫି ସହିତ ୨୦,୦୦୦/- ଟଙ୍କାର ନଗଦ ଅର୍ଥ ରାଶି ଏବଂ ତୃତୀୟ ଓ ଚତୁର୍ଥ ସ୍ଥାନ ଅର୍ଜନ କରିଥିବା ଦୁଇ ଦଳଙ୍କୁ ନଗଦ ୨୫୦୦/- ଟଙ୍କାର ନଗଦ ଅର୍ଥ ରାଶି ଅତିଥି ମାନେ ପ୍ରଦାନ କରିଥିଲେ। ଏହି ଖେଳକୁ କୁ ରେଫରି ମୋହନ ପାତ୍ର, ଗଜାନନ ପାତ୍ର, ଭୀଷ୍ମ ଦେବ ମାହନ୍ତ, ବୀରେନ କାଲୋ, ଯୁଗଳ କିସାନ, ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଗଣେଶ କଳସ, ଅମୂଲ୍ୟ କଳସ, ଲକ୍ଷ୍ମଣ କିସାନ, ସୁଦର୍ଶନ କିସାନ, ଅଜୁ କିସାନ, ନିଗମ ପାତ୍ର, ଚନ୍ଦନ ସାମଲ, ଟୁନା କିସାନ, ସହିତ କମିଟି ର ସମସ୍ତ ସଦସ୍ୟ ଏହି ଖେଳରେ ସହଯୋଗ କରିଥିଲେ।

error: Content is protected !!
Breaking News