Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ସୁରକ୍ଷା ଅଛି ତ ଆମ ଗାଇଡା ଜଙ୍ଗଲ ନା ଫରେଷ୍ଟ ଡିପାର୍ଟମେଣ୍ଟ ନିଘୋଡ଼ ନିଦ୍ରାରେ ?

Spread the love

ଦିଗପହଣ୍ଡି : କଥାରେ ଅଛି ବନ୍ୟ ଜନ୍ତୁ ଙ୍କ ଘରେ ଯଦି ମଣିଷ ରହିବାକୁ ଲାଗିବେ ତ ବନ୍ୟଜନ୍ତୁ ରହିବେ କୋଉଠି ? ଏଠି ଆମେ କହୁଛୁ ଦିଗପହଣ୍ଡି ରେଞ୍ଜ ରେ ଥିବା ନୂଆପଡା ଶେକ୍ସନ ରେ ଥିବା ଗାଇଡା ହିଲ ର କଥା ? ବନ ବିଭାଗ ତରଫରୁ ନୂଆପଡା, ଠାରୁ B, L, N, PUR, ଘାଟି କଣ୍ଡାଗାଁ, ଗାଇଡା, ବନମାଳୀ, ଲହୁଣିଆ, ରୁବ ସାହି,ଗୋପାଳ ପୁର, ସାଗର ସାହି, ଦୋଳବ, ସିପାଦେଇ, ଗୁମା,ଅରଖପଦା,ବାଙ୍କପୁର ପର୍ଯ୍ୟନ୍ତ ପ୍ରତି ବର୍ଷ ବନ ବିଭାଗ ର ଗଛ ରୋପଣ କରୁଛି ? କିନ୍ତୁ କଥା ଉଠୁଛି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ର ଗଛ ତ ସରକାର ଙ୍କ ଅର୍ଥ ଖର୍ଚ୍ଚ ହେଉଛି ହେଲେ ପ୍ରତିବର୍ଷ ର ଗଛ କୁଆଡେ ଯାଉଛି ? , ଯଦି ସରକାର ଯୋଜନା ରେ ସେଲ ଆଉ ନନସେଲ ଗଛ ବନ ବିଭାଗ ଲଗାଇବା ପାଇଁ ଖର୍ଚ୍ଚ ହେଉଛି କିନ୍ତୁ ଏହାକୁ ବାଟ ମାରଣା ନୀତି ହେଉଛି ଏଠି ବନ ବିଭାଗ ସୋଇ ରହିଛି ? ଓଡିଶା ଜଙ୍ଗଲ ଆଇନ ଅନୁଯାଇ ଜଙ୍ଗଲ କୁ ନଷ୍ଟ କରୁଥିବା ବ୍ୟକ୍ତି ପାଇଁ କଠୋର ଦଣ୍ଡ ରହିଥିବା ବେଳେ ଏଠି କିନ୍ତୁ ଜଙ୍ଗଲ କୁ ସୁରକ୍ଷା ନଥିବା ହେତୁ ଦିନକୁ ଦିନ ଚୋରା କାଠ, ବନ୍ୟ ଜନ୍ତୁ ଙ୍କ ଶିକାର ହେଉଥିବା ଏରିଆ ରେ ଗୁଜବ ଦେଖିବାକୁ ମିଳୁଛି ! ପ୍ରଶ୍ନ ବାଚି ସୃଷ୍ଟି ହେଉଛି ଯେ ସରକାର ଅର୍ଥ ରେ ଜଙ୍ଗଲ ହେଉଛି କିନ୍ତୁ ବଣ ରୁ ଗଛ ଉଭାନ କେମିତି ହେଉଛି ? ବର୍ତମାନ ନୂଆପଡା ହିଲ ଅଞ୍ଚଳ ରେ ହରିଣ ଙ୍କ ସମେତ ବିଭିନ୍ନ ବନ୍ୟ ପଶୁ ଦେଖା ଦେବାରେ ଲାଗିଛନ୍ତି ଓ ଶିକାର ରେ ସମ୍ମୁଖୀନ ହୋଇ ଶିଙ୍ଗ ଚମଡା କୁଆଡେ ଯାଉଛି ଏହାର କିଛି ଠୋସ ପ୍ରମାଣ ରଖୁନାହିଁ କି ବନ ବିଭାଗ କର୍ମଚାରୀ ମାନେ ? ନହେଲେ ନୂଆପଡା ବିଟ ଅଣ୍ଡର ରେ ବଣ୍ୟଜାତ ସାମର୍ଗୀ ଚୋରା ଚାଲାଣ ହେଉଛି ତାହା ଖାଲି କାଗଜ କଲମ ରେ ରହି ଯାଉଛି ? କିନ୍ତୁ ମାଫିଆ ରାଜ ଦିନ କୁ ଦିନ ବୃଦ୍ଧି ହେଉଛି ବନ୍ୟ ଜନ୍ତୁ ଗାଁ ମୁହାଁ ହେଉଛନ୍ତି ! ଏଥିପ୍ରତି ବନ ବିଭାଗ ଦୃଷ୍ଟି ଦେଲେ ଜଙ୍ଗଲ ସୁରକ୍ଷା ହୋଇପାରିବ ବୋଲି ଅଞ୍ଚଳ ରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି ? ଏହା ବନ ବିଭାଗ ର ଦାୟିତ୍ୱ ହୀନତା ନୁହଁ ତ ?

error: Content is protected !!
Breaking News