Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

ସ୍ଵାମୀ ଚେତାନାନନ୍ଦ ସାରସ୍ବତ ବିଦ୍ୟା ମନ୍ଦିର ରେ ନନ୍ଦ ଉତ୍ସବ

Spread the love

ପାତ୍ରପୁର : ପାତ୍ରପୁର ବ୍ଳକ ତଣ୍ଡିପୁର ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦରାଜପୁର ସ୍ଥିତ ସ୍ବାମୀ ଚେତନାନନ୍ଦ ସାରସ୍ବତ ବିଦ୍ୟାମନ୍ଦିରରେ ନନ୍ଦ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଡ଼. ସିଦ୍ଧାର୍ଥ ଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଉଥିବା ବେଳେ କବୀୟତ୍ରୀ ସଞ୍ଜିତା ମହାନ୍ତି (ଚିକିଟି ଏନ୍ ଏ ସି ସିଆରସିସି) ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । କେଦାର ନାଥ ସାହୁ ରାଷ୍ଟ୍ରୀୟ ସେବକ ସଂଘର ଜିଲ୍ଲା ସଂଯୋଜଗ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିବା ବେଳେ ବିଦ୍ୟା ମନ୍ଦିର ସଭାପତି ଡ. ପଦ୍ମନାଭ ସାହୁ, ସମ୍ପାଦକ ରାଘବ ସୁନ୍ଦର ପଣ୍ଡା, ପ୍ରଧାନ ଆଚାର୍ଯ୍ୟ ଅରୁଣ କୁମାର ପଣ୍ଡା ପ୍ରମୁଖ ମଞ୍ଚାସିନ ହୋଇଥିଲେ । ବିଦ୍ୟା ମନ୍ଦିରର ପ୍ରମୋଦ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାମନ୍ଦିରର ଛୋଟ ଛୋଟ ଛାତ୍ରଛାତ୍ରୀ ମାନେ ରାଧା କୃଷ୍ଣ ବେଶ ପରିଧାନ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା ମାନେ ଉପସ୍ଥିତ ଥିବା ବେଳେ ପ୍ରାୟ ୩୦୦ ରୁ ଉର୍ଦ୍ଧ ଅଭିଭାବକ ମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

error: Content is protected !!
Breaking News