ଲାଞ୍ଜିଗଡ : ଝିଅ ବାହା ହେଲାପରେ ତା ନୂଆଁ ସଂସାରକୁ ନେଇଁ ଅନେକ ସ୍ବପ୍ନ ଦେଖି ଥାଏ l ସ୍ୱାମୀ ସହିତ ସୁଖରେ ଘର ସଂସାର କରିବ, ଶାଡି ଶଙ୍ଖା, ସିନ୍ଦୁର ପିନ୍ଦି ଏକ ପତିବ୍ରତା ସ୍ତ୍ରୀର ମାନ୍ୟତା ପାଇବ l ଆଗାମୀ ଦିନରେ ତା ନୂଆଁ ସଂସାରକୁ ନେଇଁ ଅନେକ ସୁନେଲି ସ୍ବପ୍ନ ଦେଖି ଥାଏ ନବବଧୂ l ହେଲେ ଏହି ଯୌତୁକ ଜନିତ ରାକ୍ଷାସ ତାର ନୂଆଁ ସଂସାର ଭିତରକୁ ଆସି ଜଣେ ନବବଧୂ ସ୍ୱାମୀର ନିର୍ଯାତନାର ଶିକାର ହେବ l ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧୁଷିତ ଅଞ୍ଚଳ ଲାଞ୍ଜିଗଡ ବ୍ଲକରେ l ସୂଚନା ଅନୁସାରେ ଜୋଡାବନ୍ଦ ଗାଁର ଦୁଃଶାସନ ମାଝୀ ଙ୍କ ଝିଅ ରୁକ୍ମଣୀ ମାଝୀଙ୍କୁ ଗତ ୭,୫, ୨୦୨୩ ତାରିଖ ଦିନ ମୁନିଗୁଡା ବ୍ଲକ ଡେଣ୍ଡେରା ଗାଁର ପ୍ରଦୀପ କାଡ୍ରାକାକୁ ରୀତିନୀତି ଓ ପରମ୍ପରା ଅନୁଯାଇ ବିବାହ କରାଯାଇଥିଲା l ହେଲେ ବିବାହର କିଛିଦିନ ନବଦମ୍ପତି ଖୁସିରେ ରହିଥିବା ବେଳେ ସତେ ଯେମିତି କାହାର ନଜର ଲାଗି ଯାଇଥିଲା l ସ୍ୱାମୀ ପ୍ରଦୀପ କାଡ୍ରାକା ରୁକ୍ମଣୀକୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିଲା l ଏହାକୁ ନେଇଁ ଝିଅ ପରିବାର ଲୋକେ ଅନେକ ବୁଝା ସୁଝା ମଧ୍ୟ୍ୟ କରିଥିଲେ l ହେଲେ ସ୍ୱାମୀ ସ୍ତ୍ରୀଙ୍କ ଝଗଡା କମିବା ପରିବର୍ତ୍ତେ ବଡି ଆସୁଥିଲା l ପ୍ରତିଦିନ ପରି ଗତକାଲି ରାତିରେ ସ୍ୱାମି ସ୍ତ୍ରୀ ଓ ପରିବାର ଲୋକଙ୍କ ମଧ୍ୟ୍ୟରେ ମନାନ୍ତର ଓ ମତାନ୍ତର ହୋଇଥିଲା l ରୁକ୍ମଣୀ ମାଝୀ ନିର୍ଯ୍ୟାତନା ସହି ନ ପାରି ବେକରେ ଶାଡି ବାନ୍ଧି ଆତ୍ମହତ୍ୟା କରିଥିବା ଜଣା ପଡିଛି l ଝିଅ ଘର ଲୋକେ ଖବର ପାଇ ଅମ୍ବାଦୋଳା ଥାନା ରେ ଲିଖିତ ଅଭିଯୋଗ କରି ଝିଅକୁ ନିର୍ଯାତନା ଦେଇ ହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି l ଏହାକୁ ନେଇଁ ପୋଲିସ ଶବ ଜବତ କରିବା ଶହ ତଦନ୍ତ କରୁଥିବା ଜଣା ପଡିଛି l ସ୍ୱାମୀ ପ୍ରଦୀପ କୁ ଅଟକ ରଖି ପଚରା ଉଚୁରା ଜାରି ରହିଥିବା ବେଲେ ଘଟଣା ସ୍ଥଳକୁ ସାଇଣ୍ଟିପିକ ଟିମ ଯାଇ ତଦନ୍ତ କରୁଛି l ତଦନ୍ତ ପରେ ସବୁ ସତ୍ୟାସତ୍ୟ ସାମ୍ନାକୁ ଆସିବ ଓ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି l
More Stories
ରେଳବାଇର ସମୟ ସାରଣୀକୁ ନେଇ କେନ୍ଦୁଝରବାସୀ ଅସନ୍ତୁଷ୍ଟ।
12-9-2024
କଣ୍ଟାମାଳ ହାଇସ୍କୁଲରେ ସାପ କାମୁଡା ପ୍ରତି ସାବଧାନ କାର୍ଯ୍ୟକ୍ରମ