କୁକୁଡାଖଣ୍ଡି : ବିଭିନ୍ନ ସମୟରେ ତାଲାବନ୍ଦ ଥିବା ଘରୁ ଚାବି ଭାଗିଂ ବିଭିନ୍ନ ସାମଗ୍ରି ଚୋରି କରିବା ଘଟଣାରେ ଶନିବାର ନିମଖଣ୍ଡି ଥାନା ପୋଲିସ ଜଣେ ଅଭିଯୁକ୍ତ କୁ ଗିରଫ କରି କୋର୍ଟଚାଲାଣ କରିଥୀବା ଜଣାପଡିଛି । ଗିରଫ ଜଣକ ହେଲେ ଚମାଖଣ୍ଡି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ପ୍ରଦୀପ ନାୟକ(52)। ଅଭିଯୁକ୍ତ ଜଣକ ଲୋଚାପଡ଼ା ଅଚଂଳର ଗୋବିନ୍ଦ ବିହାର,ରାମକୃଷ୍ଣନଗର,ବସନ୍ତବିହାର ଅଂଚଳର ବିଭିନ୍ନ ଘରୁ ତାଲା ଭାଗୀଂ ଚୋରୀ କରି ଫେରାର ହେବାରେ ସଫଳ ହେଉଥୀଲେ। ତେେବେ ଅଭିଯୁକ୍ତକୁ ପୁଲିସ ଗିରଫ କରି ତାଠାରୁ ଗୋଟିଏ ପାଣି ମୋଟର, ଗୋଟିଏ ଇନଭେଟର ବେଟୀର, ଦାମୀ କମ୍ପାନୀର ପାଣି ଟ୍ୟାପ ଜବତ କରିଛି। ଏନେଇ ଥାନାରେ ଏକ ମାମଲା ରୁଜୁ କର ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରିଣୀ ରେବତୀ ଶବର ସୂଚନା ଦେଇଛନ୍ତି।
More Stories
ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳନ
Saraswati Vidya Mandir Higher Secondary School, Nilakanth Nagar, has achieved a record in science and commerce exams
ରାଜା ସାହିରେ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ, ଉତ୍ତମ ଚିକିତ୍ସା ପାଇଁ ମେଡିକାଲ୍ ସ୍ଥାନାନ୍ତର