ତାମିଲନାଡୁରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

Spread the love

ଲାଞ୍ଜିଗଡ : ତାମିଲନାଡୁ ତ୍ରିପୁର ଜିଲ୍ଲାକୁ ଦାଦନ ଯାଇଥିବା ଲାଞ୍ଜିଗଡ ବ୍ଲକ ଲାଖବାହାଳି ପଞ୍ଚାୟତର ଦୋରାସାର୍ଲି ଗାଁର ଶହଦେବ ହରିଜନ (୨୮)ଙ୍କ ଗୁରୁବାରରେ ସେଠାରେ ମୃତ୍ୟୁ ଘଟିଛି lପରିବାର ଲୋକେ ମର ଶରୀର ଅପେକ୍ଷାରେ ରହିଛନ୍ତି l ଶହଦେବ ହରିଜନ ଅଗଷ୍ଟ ମାସ ୨୦୨୩ରେ ତାମିଲନାଡୁ ତ୍ରିପୁର ଜିଲ୍ଲାକୁ ଏକ ଘରୋଇ ବିଜୟ ବ୍ଲୁଇ ମେଟାଲ କ୍ରସର କମ୍ପାନୀରେ କାମ କରିବା ପାଇଁ ଯାଇଥିଲେ l ସେଠାରେ କାମ କରୁଥିବା ବେଳେ ଗତ ଗୁରୁବାରରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଏହି ଖବର ପାଇ ଭାଙ୍ଗି ପଡିଛନ୍ତି l ସ୍ୱାମୀର ଶବ ଶରୀର ଦେଖିବାକୁ ଚାଇଁ ରହିଛନ୍ତି ସ୍ତ୍ରୀ ଇସପରି ହରିଜନ ଓ ଏକ ବର୍ଷ ପୁଅ ଲୋକନାଥ ହରିଜନ l ଅତ୍ୟନ୍ତ ଗରିବ ଶ୍ରେଣୀ ପରିବାର ହୋଇ ଥିବାରୁ ପରିବାର ଲୋକେ ଶବ ଆଣିବାକୁ ଅସମର୍ଥ ଯୋଗୁଁ ପରିବାର ଲୋକେ ଜିଲ୍ଲା ଶ୍ରମ ଅଧିକାରୀ ଙ୍କୁ ନିବେଦନ କରିଥିଲେ l ସେଠାରୁ ଶ୍ରମ ବିଭାଗ ଅଧିକାରୀ ତାମିଲନାଡୁ କ୍ରସର ମାଲିକଙ୍କୁ ଫୋନରେ ଯୋଗାଯୋଗ କରି ଶବ ଆଣିବାର ବ୍ୟବସ୍ଥା କରି ଥିବା ବେଳେ ଶହଦେବ ଙ୍କ ମାମୁ ପୁଅ ସର୍ଜନ ସୁନା ମଧ୍ୟ୍ୟ କେରଳରେ କାମ କରୁଥିଲେ ଓ ସେ ଖବର ପାଇ ଶବ ଆଣିବାକୁ ଯାଇଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି l ପରିବାରଙ୍କ କହିବା ଅନୁସାରେ ସୋମବାର ପର୍ଯ୍ୟନ୍ତ ଗାଁକୁ ଶବ ପହଞ୍ଚିବ କହୁ ଥିବାବେଳେ l ଅତି ଗରିବ ଶ୍ରେଣୀର ପରିବାର ହୋଇ ଥିବାରୁ ସରକାରଙ୍କୁ ସହାୟତା ପାଇଁ ଆକୁଳ ନେବାଦ କରିଛନ୍ତି ସ୍ତ୍ରୀ ଇସପରି ହଇଜନ l

error: Content is protected !!