ପୁରୁଷୋତ୍ତମପୁର : ସ୍ଥାନୀୟ ତାରାତାରିଣୀ ମହାବିଦ୍ୟାଳୟର ୟୁନିଟ୍ ୨ ଛାତ୍ରଛାତ୍ରୀମାନଙ୍କ ତରଫରୁ ଏକ ଦିବସୀୟ ଜାତୀୟ ସେବା ସଂସ୍ଥାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଅଗଷ୍ଟ କ୍ରାନ୍ତି ଦିବସ ଓ ବିଶ୍ବ ଆଦିବାସୀ ଦିବସ ଉପଲକ୍ଷେ ଏକ ରାଲି ବାହାରି ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା। ଏହା ପରେ ୟୁନିଟ୍ ୧ ତରଫରୁ ମହାବିଦ୍ୟାଳୟର ପରିସରରେ ସଫେଇ କାର୍ଯ୍ୟ ସ୍ବେଚ୍ଛାସେବୀମାନେ କରିଥିଲେ।
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀମତୀ ସଂଧ୍ୟା ରାଣୀ ପାତ୍ର, ପରିଚାଳନା ପରିଷଦର ସଭାପତି ଶ୍ରୀ ବାସୁଦେବ ମହାପାତ୍ର, ପ୍ରୋଗ୍ରାମ ଅଫିସର ଶ୍ରୀମତି ହରପ୍ରିୟା ନାୟକ, ଶ୍ରୀ କୃଷ୍ଣଚନ୍ଦ୍ର ନାୟକ, ଡଃ ରମେଶ ଚନ୍ଦ୍ର ସେନାପତି, ଡଃ ପ୍ରଦୀପ କୁମାର ସାହୁ, ଶ୍ରୀ ଏନ୍ ମୋହନ, ଶ୍ରୀ ସୁଧିର କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ