ପୁରୁଷୋତ୍ତମପୁର : ଗଞ୍ଜାମ ଜିଲ୍ଲା ତାରାତାରିଣୀ ମହାବିଦ୍ୟାଳୟର ପ୍ରତିଷ୍ଠା ଉତ୍ସବ ପାଳନ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ କୋଇଲାଖଣି , ଇସ୍ପାତ, ଓ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନା ଉପସ୍ଥିତ ଥିଲେ ସେହିପରି ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ଥିଲେ l ସେହିପରି ସମ୍ମାନୀତ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ଏବଂ ତାରାତାରିଣୀ ମହାବିଦ୍ୟାଳୟ ପ୍ରତିଷ୍ଠାତାର ପ୍ରଥମ ପରିଚାଳନା କମିଟିର ସମ୍ପାଦକ ସୂର୍ଯ୍ୟ ନାରାୟଣ ସାମନ୍ତରାୟ, ମଞ୍ଚାସିନ ଥିଲେ l ତାରାତାରିଣୀ ମହାବିଦ୍ୟାଳୟର ଅଧକ୍ଷ ଡ଼କ୍ଟର ସୁରେନ୍ଦ୍ର ନାଥ ପଣ୍ଡା ସମ୍ପାଦିକ ବିବରଣୀ ପଠନ କରିଥିବା ବେଳେ, ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ସୂଚନା ଦେବା ସହିତ ମହାବିଦ୍ୟାଳୟର ନାମରେ ଆଜି ପ୍ରଯ୍ୟନ୍ତ ପଟ୍ଟା ନଥିବା ମଧ୍ୟ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ l ଏବଂ ନୂତନ ଭାବେ ପାଠକ୍ରମ୍ୟ କମର୍ଶ ବିଭାଗ,ମେଥ୍ ମେଟିକ ଏବଂ ଏନସିସି କୋର୍ସ ଖୋଲିବା ପାଇଁ ଉପସ୍ଥାପନା କରିଥିବା ବେଲେ ୩ ହଜାରରୁ ଉର୍ଦ୍ଧ ଛାତ୍ର ଛାତ୍ରୀଙ୍କ ପାଇଁ ଅଡିଟର ରୂମ, ସାଇକେଲ ଷ୍ଟାଣ୍ଡ, ଛାତ୍ରୀଙ୍କ ପାଇଁ ଟଇଲେଟ ନିର୍ମାଣ କରିବା ପାଇଁ ମନ୍ତ୍ରୀ ଓ ୨ ବିଧାୟକଙ୍କ ଦୃଷ୍ଟି ଆକ୍ରର୍ଷଣ କରିଥିଲେ ଅଧ୍ୟକ୍ଷ l ମହାବିଦ୍ୟାଳୟର ନାମରେ ଆଜି ପ୍ରଯ୍ୟନ୍ତ ପଟ୍ଟା ନଥିବା ଶୁଣି ମନ୍ତ୍ରୀ କ୍ଷୋଭ ପ୍ରକାଶ କରି ଏହି ଥିଲେକି ଓଡିଶାରେ ବିଜେଡିର ୨୪ ବର୍ଷ ସରକାର ଥିଲେବି ମହାବିଦ୍ୟାଳୟ କିପରି ପଟ୍ଟାଟିଏ କରିପାରିନଥିଲେ ବୋଲି ଆର୍ଶଜ୍ୟ ହୋଇଯାଇଥିଲେ l ନିଜ ନିଜ ବକ୍ତବ୍ୟରେ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଷ୍ଟି ଆକର୍ଷଣ କରି ସମସ୍ତ ସମସ୍ୟାର ସମାଧାନ କରିବାକୁ ପ୍ରୟାସ କରିବୁ ବୋଲି ଅତିଥି ମାନେ ପ୍ରତିଶୃତି ଦେଇଥିଲେ l ତାରାତାରିଣୀ ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ବାସୁଦେବ ମହାପାତ୍ର ସଭାପତିତ୍ୱରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା l ସେହିପରି ଅନ୍ୟ ମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ଅଧ୍ୟାପକ ଡ଼କ୍ଟର ରମେଶ ଚନ୍ଦ୍ର ସେନାପତି ଅତିଥି ମାନଙ୍କୁ ମଞ୍ଚଙ୍କୁ ଯିବାପାଇଁ ଆମତ୍ରିତ କରିଥିଲେ l ଅଧ୍ୟାପିକା ସନ୍ଧ୍ୟା ରାଣୀ ପାତ୍ର ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ l ସେହିପରି ମଞ୍ଚରେ ଥିଲେ ଅଧ୍ୟାପକ ଡ଼କ୍ଟର ପ୍ରଦୀପ ସାହୁ, ଡ଼କ୍ଟର ପ୍ରବୀର କିଶୋର ପ୍ରଧାନ, ଅଜିତ ମିଶ୍ର, ମୋହନ ନାଇଡ଼ୁ, ଅଧ୍ୟାପିକା ଶ୍ରାବଣୀ ଖଟେଇ, ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ l ମହାବିଦ୍ୟାଳୟ ସମସ୍ତ ଛାତ୍ର ଛାତ୍ରୀ, ଅଧ୍ୟାପକ ଅଧ୍ୟାପିକାଙ୍କ ସହ ପୁରୁଷୋତ୍ତମପୁର ଅଞ୍ଚଳର ବହୁ ପୁରାତନ ଛାତ୍ର ନେତା, ଏବଂ ଫାଉଣ୍ଡର ସଦସ୍ୟ ବୃନ୍ଦ, ଏବଂ ସର୍ବସାଧାରଣ ଗଣ ଉପସ୍ଥିତ ଥିଲେ l
More Stories
ମେମ୍ବର ସିପ୍ ଡ୍ରାଇଭକୁ ନେଇ ମହାନଗର ବିଜେଡିର ଜରୁରୀକାଳୀନ ବୈଠକ
6-10-2024
୧୪ ନମ୍ୱର ୱାର୍ଡ କର୍ପୋରେଟରଙ୍କ ଦଶହରା ଉପହାର ବଣ୍ଟନ